ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୀର୍ଘ ବର୍ଷର ଅନ୍ତ ଘଟାଇ ପରୀକ୍ଷା ମୁଳକ ଭାବେ ଗଡିଲା ଅନୁଗୁଳ-ଡୁବୁରି ରେଳଲାଇନ ଉପରେ ମାଲବାହି ଟ୍ରେନ

କାମାକ୍ଷାନଗର(ମ ନି ସ) ୩୦/୦୧ // ଅନୁଗୁଳ-ସୁକିନ୍ଦା ପ୍ରସ୍ତାବିତ ନୂତନ ରେଳ ଲାଇନ ଏବେ ବାସ୍ତବ ରୂପନେବାକୁ ଯାଉଛି। ଦିର୍ଘବର୍ଷ ଅପେକ୍ଷାକୁ ଅନ୍ତ ଘଟାଇ ରେଳଲାଇନ କାର୍ଯ୍ୟ ସମ୍ପୁଣ୍ଣ ହୋଇସାରିଛି । ଆଜି ପରିକ୍ଷା ମୁଳକ ଭାବେ ଏକ ମାଲବାହି ଟ୍ରେନ ଏହି ନୂତନ ରେଳଲାଇନ ଉପରେ ଚାଲିଛି। ଆଜି ଯାଜପୁର ଜିଲ୍ଲା ବାଘୁଆପାଳରୁ ଦିନ ୧୧ ଟାରେ ବାହାରି ସୁକିନ୍ଦା ଦେଇ ଅନୁଗୁଳ ଜିଲ୍ଲାର ବୁଢାପଙ୍କ ପର୍ଯ୍ୟନ୍ତ ଯାଇଥିଲା। ୯୫ କିମି ରାସ୍ତା ବିଶିଷ୍ଟ ଏହି ରେଳଲାଇନରେ ୫୮ ବଗି ବିଶିଷ୍ଟ ୫ ହଜାର ୭୦୦ ଟନ ମାଲ ନେଇ ପରିକ୍ଷା ମୁଳକ ଭାବେ ଟ୍ରେନ ଗଡିଥିଲା। ଏହା ପରେ ସରକାରୀ ନିୟମ ଅନୁଯାୟୀ ବିଭିନ୍ନ ପ୍ରକାରର ଅନୁମତି ମିଳିବା ପରେ ଫେବୃଆରି ୧୫ ତାରିଖ ପରେ ସ୍ବଭାବିକ ଭାବେ ଟ୍ରେନ ଚାଲିବ ବୋଲି କହିଛନ୍ତି ରେଳ ବିକାଶ ନିଗମର ପ୍ରୋଜେକ୍ଟ ମ୍ୟାନେଜର।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କଳିଙ୍ଗ କୁସୁମ ଫାଉଣ୍ଡେସନର ଅଭିନବ ପ୍ରୟାସ  ବିନା ରକ୍ତ ପରୀକ୍ଷାରେ ସ୍ୱାସ୍ଥ୍ୟ ପରୀକ୍ଷଣ ଓ ପ୍ରାରମ୍ଭିକ ରୋଗ ଚିହ୍ନଟ କାର୍ଯ୍ୟକ୍ରମ 

Sunil Chandra Nayak

ପଞ୍ଚାୟତ ସ୍ତରିୟ ପରବ ମହତ୍ସବ 

masiha

ଲାହାନ୍ତି ଯୁବକ ସଂଘ ତରଫରୁ ୧୫ ତମ ବିପିଏଲ୍ କ୍ରିକେଟ୍ ଟୁର୍ଣ୍ଣାମେଟ୍ ଅନୁଷ୍ଠିତ

masiha

Leave a Comment

error: Content is protected !!