ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଲୁ କାମୁଡ଼ାରେ ଜଣେ ବୃଦ୍ଧ ଗୁରୁତର

ପାପଡାହାଣ୍ଡି ,୩୧/୦୧, ମନିସ — ନଵରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଗାଦଵାକତରା ଗ୍ରାମର ନରସିଂହ ଗାଦବା ( ୫୫ ) ମଙ୍ଗଳବାର ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି | ତାଙ୍କୁ ପ୍ରଥମେ ମୈଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି | ସୂଚନା ମୁତାବକ ସକାଳେ ନିକଟସ୍ଥ ଜଙ୍ଗଲରେ ଦାନ୍ତକାଠି ଓ ଜାଲେଣି କାଠ ପାଇଁ ସେ ଯାଇଥିଲେ। ଜଙ୍ଗଲ ଭିତରେ ଲୁଚିରହିଥିବା ଭାଲୁ ବୃଦ୍ଧ କୁ ଦେଖି ଅତର୍କିତ ଆକ୍ରମଣ କରି ଵାମହାତ କାମୁଡି ପକାଇ ଆହାତ କରିଦେଇଥିଲା। ଦିର୍ଘ ସମୟ ଧରି ଭାଲୁ କବଳରୁ ଉଧାର ପାଇବା ପାଇଁ ବୃଦ୍ଧ ସଂଘର୍ଷ କରିବା ପରେ ଭାଲୁ କବଳରୁ ରକ୍ଷା ପାଇ ଏକ ଗଛରେ ଚଢ଼ିଯାଇଥିଲେ । ପରେ ଭାଲୁ ଟି ସେ ସ୍ଥାନ ଛାଡି ପଳାଇଯିବାରୁ ଆହାତ ଅବସ୍ଥାରେ ରେ ବୃଦ୍ଧଘରେ ଆସିଥିଲା। ବନବିଭାଗ ଓ ପ୍ରଶାସନ ପକ୍ଷରୁ ଅସହାୟ ଗରିବ ବୃଦ୍ଧକୁ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି।

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

କାଶିବାହାଲ ପଞ୍ଚାୟତ ହାଇସ୍କୁଲରେ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ, ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ

masiha

ମା ଭଣ୍ଡାର ଘରଣୀ ଦେବୀଙ୍କ ବିଶାଳ କଳସ ଶୋଭାଯାତ୍ରା ସହ ଆଜି ଧର୍ମଗଡରେ ଆରମ୍ଭ ହେଲା ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୩

Sunil Chandra Nayak

କଳାହାଣ୍ଡି: କେସିଙ୍ଗା ବ୍ଲକ ରେ ଭ୍ରାମ୍ୟମାଣ ସ୍ଵାସ୍ଥ୍ୟ ସେବା ଯୋଗାଇବ ଏସବିଆଇ ଓ ରାମକୀ ଫାଉଣ୍ଡେସନ

Sunil Chandra Nayak

Leave a Comment

error: Content is protected !!