ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଲୁ କାମୁଡ଼ାରେ ଜଣେ ବୃଦ୍ଧ ଗୁରୁତର

ପାପଡାହାଣ୍ଡି ,୩୧/୦୧, ମନିସ — ନଵରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଗାଦଵାକତରା ଗ୍ରାମର ନରସିଂହ ଗାଦବା ( ୫୫ ) ମଙ୍ଗଳବାର ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି | ତାଙ୍କୁ ପ୍ରଥମେ ମୈଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି | ସୂଚନା ମୁତାବକ ସକାଳେ ନିକଟସ୍ଥ ଜଙ୍ଗଲରେ ଦାନ୍ତକାଠି ଓ ଜାଲେଣି କାଠ ପାଇଁ ସେ ଯାଇଥିଲେ। ଜଙ୍ଗଲ ଭିତରେ ଲୁଚିରହିଥିବା ଭାଲୁ ବୃଦ୍ଧ କୁ ଦେଖି ଅତର୍କିତ ଆକ୍ରମଣ କରି ଵାମହାତ କାମୁଡି ପକାଇ ଆହାତ କରିଦେଇଥିଲା। ଦିର୍ଘ ସମୟ ଧରି ଭାଲୁ କବଳରୁ ଉଧାର ପାଇବା ପାଇଁ ବୃଦ୍ଧ ସଂଘର୍ଷ କରିବା ପରେ ଭାଲୁ କବଳରୁ ରକ୍ଷା ପାଇ ଏକ ଗଛରେ ଚଢ଼ିଯାଇଥିଲେ । ପରେ ଭାଲୁ ଟି ସେ ସ୍ଥାନ ଛାଡି ପଳାଇଯିବାରୁ ଆହାତ ଅବସ୍ଥାରେ ରେ ବୃଦ୍ଧଘରେ ଆସିଥିଲା। ବନବିଭାଗ ଓ ପ୍ରଶାସନ ପକ୍ଷରୁ ଅସହାୟ ଗରିବ ବୃଦ୍ଧକୁ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି।

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଚୋରମାଲଦାରେ ଥମୁନି ଦନ୍ତା ହାତୀ ଆତଙ୍କ ରାତିରେ ଘରେ ପଶି ଭାଙ୍ଗିଲା ଘର, ଗ୍ରାମବାସୀ ଭୟଭୀତ

Sunil Chandra Nayak

ରକ୍ଷା ବନ୍ଧନ ଓ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

Sunil Chandra Nayak

ପ୍ରଧାନ ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!