ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଣିକ କଲ୍ୟାଣ ସଂଘର ମହାଯଜ୍ଞ ଓ ପ୍ରବଚନ ଆସନ୍ତା ୨ ରୁ

ରାଉରକେଲା/ ଇସ୍ପାତ ସେଣ୍ଟ୍ରାଲ ମାର୍କେଟ ବଣିକ କଲ୍ୟାଣ ସଂଘ ପକ୍ଷରୁ ୮ମ ବିଶ୍ବଶାନ୍ତି ବୈଦିକ ୨୧ କୁଣ୍ଡୀୟ ମହାଯଜ୍ଞ ଆସନ୍ତା ୨ତାରିଖ ଠାରୁ ଆରମ୍ଭ ହେବ । ଇସ୍ପାତ ମାର୍କେଟ ସ୍ଥିତ ନାମଯଜ୍ଞ ପଡିଆ ରେ ଆସନ୍ତା ୨ ଓ ୩ତାରିଖ ଦିନ ହରି କଥାମୃତ ଆୟୋଜିତ ହେବ। ସ୍ବାମୀ ମୁକୁନ୍ଦକୃଷ୍ଣ ମହାରାଜ ପ୍ରବଚକ ଭାବେ ଯୋଗଦେଇ ହରି କଥା ଉପରେ ପ୍ରବଚନ ଦେବେ। ୫ ତାରିଖ ଦିନ ଷୋଡଶ ପ୍ରହର ନାମଯଜ୍ଞ ଉଦଯାପିତ ହେବ। ଚଳିତ ବର୍ଷ ଗଞାମ, ରାଉରକେଲା,ଯାଜପୁର, ନଦିୟା, ପୁରୁଲିଆ ରୁ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେବା ନେଇ ନାମଯଜ୍ଞ ପଡିଆ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଂପର୍କରେ ବିସ୍ତୃତ ସୂଚନା ପ୍ରଦାନ କରି ଉପଦେଷ୍ଟା ମଣ୍ଡଳୀର ଶଙ୍କର ଜେନା,ଭଗବାନ ବିଶ୍ବାଳ,ମୁରଲିଧର ମିଶ୍ର, ପରିଚାଳନା କମିଟିର ସଭାପତି ସୁଶାନ୍ତ କୁମାର ସ୍ବାଇଁ,କାର୍ଯ୍ୟକାରୀ ସଭାପତି ବିଜୟ କୁମାର ତ୍ରିପାଠୀ, ଉପସଭାପତି ଅଜୟ କୁମାର ବେହେରା, ସାଧାରଣ ସଂପାଦକ ଦୁଃଶାସନ ସାହୁ,ସଂପାଦକ ସରୋଜ ଖଟୁଆ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରି ଏଥିରେ ଜନସାଧାରଣ ଯୋଗଦେବାକୁ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀକାନ୍ତ ସାମଲ, ବିଦ୍ୟାଧର ପରିଡା, ବଳରାମ ସାହୁ,ଜ୍ଞାନେନ୍ଦ୍ର ସିଂହ,ମୁରଲିଧର ପାଣିଗ୍ରାହୀ,ରଂଜୀବ କୁମାର ଦାସ,ଉପେନ୍ଦ୍ର ଜେନା, ଦେବେନ୍ଦ୍ର ବାରିକ,ଧୃବଚରଣ ସାହୁ, ବସନ୍ତ ପରିଡା,ଅମର ସାହୁ, ସୁବାସ ସାମଲ, ମାନସ ଦାସ, ସୁମିତ ଦାସ, ପ୍ରହ୍ଲାଦ ଜେନା, ଭରତ ଚନ୍ଦ୍ର ଠକ୍କର,ଅଶୋକ ଦାସଙ୍କ ସମେତ ଉପଦେଷ୍ଟା ମଣ୍ଡଳୀ ଓ କାର୍ଯ୍ୟକାରୀ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ନକଲି ଡାକ୍ତର ସାଜିଛନ୍ତି ନକଲି ସାମ୍ବାଦିକ…..

masiha

ଦୁବୁଲାବେଡା( ଵିକାଶନଗର)ରେ ଧୂମଧାମରେ ଗଜଲକ୍ଷ୍ମୀ ପୂଜା

masiha

କୃଷି ସେବା ସଂଘ ର କ୍ୟାଡ଼ର ପୁନର୍ବିନ୍ୟାସ ଦାବିରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କୁ ଦେଲେ ଦାବି 30 ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଅନେକ ସେବା ବାଧିତ ହେବା ସମ୍ଭାବନା

masiha

Leave a Comment

error: Content is protected !!