ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୌଦ୍ଧ ସହରର ମନ୍ଦିର ଗୁଡିକ ସହିତ ବୁଦ୍ଧ କୀର୍ତ୍ତିରାଜ ବିକାଶ ପାଇଁ ସମୀକ୍ଷା କଲେ ଜିଲ୍ଲାପାଳ

ବୌଦ୍ଧ -01-02– ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ମନ୍ଦିର ପରିଚାଳନା କମିଟି ର କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ମନ୍ଦିରର ସ୍ଥିତlବସ୍ଥା ସମ୍ପର୍କରେ ମତାମତ ନେଇଥିଲେ l ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ସମୀକ୍ଷା କରିବା ପରେ ବିଭିନ୍ନ ପ୍ରସ୍ତାବ ରଖିଥିଲେ l ସମସ୍ତ ମନ୍ଦିରର ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ l ଆସନ୍ତା 15 ଦିନ ଭିତରେ ନୂତନ ପରିଚାଳନା କମିଟି ଗଠନ କରିବା ସହିତ ପ୍ରତ୍ୟେକ ମନ୍ଦିରର ସୌନ୍ଦର୍ଯ୍ୟ କରଣ ଓ ବିକାଶ ପାଇଁ ମତାମତ ରଖି ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ପ୍ରକାଶ କରିଥିଲେ ଲ ସମସ୍ତ ମନ୍ଦିରର ଭିତର ଓ ବାହାର ପରିବେଶକୁ ସ୍ୱଚ୍ଛ ରଖିବାକୁ ପ୍ରସ୍ତାବ ଦେଇଥିଲେ l ଶ୍ରୀଚନ୍ଦ୍ରଚୂଡ଼ ମନ୍ଦିର ଓ ହନୁମାନ ମନ୍ଦିର ପରିସରକୁ ମଳମୁକ୍ତ ରଖିବାକୁ ଏବଂ ଏହାର ଅବମାନନା କଲେ ଫାଇନ ଆଦାୟ କରିବାକୁ ଏନ. ଏ. ସି. କୁ ଦାୟିତ୍ୱ ପ୍ରଦାନ କରାଯାଇଛି l ବୌଦ୍ଧ ଜିଲ୍ଲାରେ ଶହ ଶହ ଐତିହାସିକ ପୁରାତନ ମନ୍ଦିର ରହିଅଛି l ସେଥି ମଧ୍ୟରୁ ରାଜ୍ୟ ସରକାରଙ୍କ ଦେବୋତ୍ତର ଅଧୀନରେ ମାତ୍ର ତେର ଗୋଟି ମନ୍ଦିର ରହିଥିବା ବେଳେ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ରାମେଶ୍ୱର ଓ ଚାରିଶମ୍ଭୁ ମନ୍ଦିର ରହିଛି l ଅନ୍ୟାନ୍ୟ ମନ୍ଦିର ଗୁଡିକ ପରିଚାଳନା କମିଟି ଓ ପୂଜକମାନଙ୍କ ଅଧୀନରେ ରହିଛି l ରକ୍ଷଣା ବେକ୍ଷଣ ଓ ମନ୍ଦିର ଗୁଡିକର ଦୈନନ୍ଦିନ ନୀତିକାନ୍ତି ଠିକ ଭାବେ ଚାଲୁ ନ ଥିବାରୁ ଦୁଃଖ ପ୍ରକାଶ କରିଥିଲେ l ବୌଦ୍ଧ ଜିଲ୍ଲା ବ୍ରାହ୍ମଣ ସମାଜ ତରଫରୁ ସମ୍ପାଦକ ଦେବାଶିଷ ପୁରୋହିତ ଜିଲ୍ଲାର ମନ୍ଦିର ଓ ମଠ ଗୁଡିକର ସାର୍ବଜନୀନ ନୀତିକାନ୍ତି ନିମନ୍ତେ ଏକ ଲିଖିତ ପ୍ରସ୍ତାବ ପ୍ରଦାନ କରାଯାଇଛି l ପ୍ରତ୍ୟେକ ମନ୍ଦିର ର ସଭ୍ୟ ତାଲିକା ପ୍ରସ୍ତୁତି ପାଇଁ ଗୁରୁତ୍ୱ ଦେବାକୁ କହିଥିଲେ l ବୌଦ୍ଧ ସହରର ସାତ ଗୋଟି ମନ୍ଦିର ଶ୍ରୀଜଗନ୍ନାଥ, ଶ୍ରୀରଘୁନାଥ, ଶ୍ରୀଚନ୍ଦ୍ରଚୂଡ଼ ମହାଦେବ , ଶ୍ରୀମାତଙ୍ଗେଶ୍ୱର, ଶ୍ରୀହନୁମାନଜୀଉ , ମାଭୈରବୀ ଠାକୁରାଣୀ , ଶ୍ରୀରାମେଶ୍ୱର ମହାଦେବ ସମେତ ପର୍ଗଳପୁର ଓ ଶ୍ୟାମସୁନ୍ଦରପୁର ର ବୁଦ୍ଧ କୀର୍ତ୍ତିରାଜୀ ପରିଚାଳନା କମିଟି ଉନ୍ନୟନ କମିଟି ର କାର୍ଯ୍ୟକର୍ତ୍ତାମାନେ ଯୋଗଦାନ କରିଥିଲେ l ଏହି ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଦେବୋତ୍ତର ଅଧିକାରୀ ରବୀନ୍ଦ୍ର ନାଥ କହଁର, ଏନ. ଏ. ସି. ନିର୍ବାହୀ ଅଧିକାରୀ ମନୋରଞ୍ଜନ ପଣ୍ଡା , ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂ, ରାମଗଡ଼ ଓ ସlମ୍ପୋଚ ସରପଞ୍ଚ ଯୋଗଦାନ କରିଥିଲେ l ଶେଷରେ ସମସ୍ତଙ୍କର ସାହାଯ୍ୟ ଓ ସହଯୋଗ ମିଳିଲେ ଆଧ୍ୟାତ୍ମିକ ପରିବେଶ ବୃଦ୍ଧି ପାଇବ ବୋଲି ଜିଲ୍ଲାପାଳ ମତ ପ୍ରକାଶ କରିଥିଲେ l

ବୌଦ୍ଧ ରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ମା ଠାକୁରାଣୀ କ୍ରିକେଟ ଫାଇନାଲରେ ଡୁଡୁକାଠେଙ୍ଗା ଟିମ ଚାମ୍ପିୟାନ, ମହିମା ଦଳ ରନର୍ସ ଅପ

Sunil Chandra Nayak

ଡ଼ଙ୍ଗାମୁଣ୍ଡି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭୁତଳ କେନାଲ ଯୋଜନା ଭର୍ଚୁଆଲ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

masiha

ସାମ୍ବାଦିକଙ୍କ ମାତୃ ବିୟୋଗ 

masiha

Leave a Comment

error: Content is protected !!