ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ହୋଇଯାଇଛି

ବନ୍ଧୁଗାଁ ୧/୨(ଇମିସ) ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ନିଲାବାଡି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଚତୁର୍ଥ ବାର୍ଷିକୋଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ଅଧ୍ୟକ୍ଷା ରମେଶ ଗରଡା ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଆକାଶ ପଟ୍ଟନାୟକ,ମୁଖ୍ୟ ବକ୍ତା ବ୍ଳକ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ମିଶ୍ର, ଅଧ୍ୟକ୍ଷା ଲକ୍ଷ୍ମୀ ମିଣ୍ୟାକା ,ରବିନ୍ଦ୍ର ଦେବରପଲ୍ଲି, ସ୍ଥାନୀୟ ତହସିଲଦାର ସଦାଶିବ ଭତ୍ରା, ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶସ୍ମିତା ମେଲାକା ଯୋଗଦେଇ ଥିଲେ । ଅତିଥିଗଣ ମାନବିକତା , ଶୃଙ୍ଖଳା ରକ୍ଷା, ଚରିତ୍ର ଗଠନ ଆଦି ଜଣେ ଆଦର୍ଶ ଛାତ୍ରର ଲକ୍ଷ୍ମଣ ଉପରେ ଗୁରୁତ୍ବରୋପ କରି ନୈତିକ ଜୀବନ ବିକାଶ ହିଁ ମାନବର ପ୍ରକୃତ ମାନବତ୍ବ ବୋଲି ମତ ଦେଇଥିଲେ । ବିଦ୍ୟାଳୟର ବରିଷ୍ଠ ଶିକକ ଚନ୍ଦନ କୁମାର ଗିରି ଅତିଥି ପରିଚୟ ପ୍ରଦାନ କରିବା ସହ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା । ଶିକ୍ଷକ ଅତୁଲ୍ୟ କୁମାର ସାହୁ ସ୍ବାଗତ ଭାଷଣ ଦେଇଥିବା ବେଳେ ସନ୍ତୋଷ କୁମାର ବାରିକ,ଧନ୍ୟବାଦ ଅର୍ପଣ କରିଥିଲେ । ସାଗର ପ୍ରିୟ ବିଷୋୟୀ, ପଦ୍ମ ଚରଣ ନାଥ,ଫିରୋଜ ପୁଟେଲ,ମୁନୁ ରଣା, ରଞ୍ଜନ ବେହେରା,ଅମର ପ୍ରଧାନ, ପ୍ରତିଭା ରାଣୀ ତୁରୁକ୍,ଏଲିନା ମାଣ୍ଡିଗାଂ, ସୌମ୍ୟା ତ୍ରିପାଠୀ, ସରିତା ବିଷୋୟୀ, ଗୋବିନ୍ଦ ହେମ୍ବ୍ରମ୍, ସାଇ କୁମାର, ନାରା ଗୁଣ୍ଡାନା, ଗାଣ୍ଟା ଶ୍ରୀନିବାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ ।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଚାଷୀ ଭାଇ ଭଉଣୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି ୫୧ ଲକ୍ଷ ରୁ ଉର୍ଦ୍ଧ୍ବ କ୍ଷୁଦ୍ର, ନାମମାତ୍ର ଚାଷୀ, ଭୂମିହୀନ କୃଷକଙ୍କୁ ସି.ଏମ୍–କିଷାନ୍ ଯୋଜନାର ତୃତୀୟ କିସ୍ତିରେ ୧,୦୪,୧୨୯ କୋଟି ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ର

Sunil Chandra Nayak

ଆର କେ ଜୁନିୟର କଲେଜ,ଲୁହାଶିଳାରେ”ପ୍ରବେଶ ଉତ୍ସବ” ପାଳିତ

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳନ

masiha

Leave a Comment

error: Content is protected !!