ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁ ଯୌନ ନିର୍ଯ୍ୟାତନା ଓ ଶିକ୍ଷା ଅଧିକାର ଆଇନ ସମ୍ପର୍କିତ କର୍ମଶାଳା

ଚନ୍ଦାହାଣ୍ଡି(ମ ନି ସ ) ଚନ୍ଦାହାଣ୍ଡି ତାଲୁକ ଲିଗାଲ ଏଡ କମିଟି ଆନୁକୂଲ୍ୟରେ ଭାଟିପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶିଶୁ ଯୋୖନ ନିର୍ଯାତନା ଓ ଶିକ୍ଷା ଅଧିକାର ଆଇନ ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବୃନ୍ଦାବନ ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଆଇନ ସଚେତନତା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ତାଲୁକ ଲିଗାଲ ଏଡ କମିଟି ର ଅଧ୍ୟକ୍ଷ ତଥା ଚନ୍ଦାହାଣ୍ଡି ପ୍ରଥମ ଶ୍ରେଣୀ ବିଚାରପତି ହିମାଂଶୁ ଶେଖର ଆଚାର୍ଯ୍ୟ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଇନଜୀବୀ ମହମ୍ମଦ ହୁସେନ, ହୁମେଶ୍ବର ହଂସ ଯୋଗଦେଇ ଥିଲେ । ଏହି ଅବସରରେ ଜେଏମଏଫସି ଶ୍ରୀ ଆଚାର୍ଯ୍ୟ ଶିଶୁ ଯୌନ ନିର୍ଯ୍ୟାତନା ଆଇନ , ଶିକ୍ଷା ଅଧିକାର ଆଇନ ଓ ସାଇବର କ୍ରାଇମ ସମ୍ପର୍କରେ ବୁଝାଇବା ସହ ମୋବାଇଲ ,ଇଣ୍ଟରନେଟ ଓ କମ୍ପ୍ୟୁଟର ର ଦୁରୁପଯୋଗ ନକରିବାକୁ ଛାତ୍ରଛାତ୍ରୀ ଙ୍କୁ ଉପଦେଶ ଦେଇ ଥିଲେ । ଦିନକୁ ଦିନ ଶିଶୁ ଯୌନ ନିର୍ଯ୍ୟାତନା ବଢୁଥିବା ବେଳେ ନାବାଳିକା ମାନଙ୍କ ପାଇଁ କିଭଳି ଆଇନ ର ବ୍ୟବସ୍ଥା ରହିଛି ଓ ଶିକ୍ଷା ଅଧିକାର ଆଇନ ସମ୍ପର୍କରେ ସଚେତନ କରାଇଥିଲେ । ଏଥିସହ ଆଇଟି ଆଇନ ସମ୍ପର୍କରେ ସମ୍ୟକ ଆଲୋଚନା କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ଅମିତ କୁମାର ଖମାରୀ, ମାଧବ ପାରୀ , ତୁଳାରାମ ସାହୁ, ବିରଞ୍ଚି ମହାପାତ୍ର, ଲଳିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଚନ୍ଦାହାଣ୍ଡି  ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ପଦ୍ମଶ୍ରୀ ମନୋରଞ୍ଜନ ଦାସଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ଧଅଁରାଭଟାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ, ଯୋଗଦେଲେ ବିଧାୟକ ପ୍ରତିନିଧି

Sunil Chandra Nayak

ସାଗର ସାହିତ୍ୟ ସଂସଦର ଓଡିଆ ନବବର୍ଷ ପାଳନ ଓ ମଧୁ ବିକାଶ ଉନ୍ମୋଚନ 

masiha

Leave a Comment

error: Content is protected !!