ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଡାବୁଗାଁ ରେ ମାଘ ମଣ୍ଡେଇ ପାଳିତ

ଡାବୁଗାଁ, ୨/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ଠାରେ ଆଦିବାସୀ ମାନଙ୍କ ପର୍ବ ମାଘ ମଣ୍ଡେଇ ଗୁରୁବାର ପାଳିତ ହୋଇଯାଇଛି | ତୁରୀ, ବାଦ୍ୟ, ଢୋଲ, ମାଦଳ ବାଦ୍ୟର ତାଳେତାଳେ ଶେଷ ହୋଇଛି ଏହି ଉତ୍ସବ | ଏଥିରେ ଡାବୁଗାଁ ବ୍ଲକ ସମେତ ଆଖପାଖ ୧୭୦ ଟି ଗ୍ରାମରୁ ଲାଠି, କୁର୍ଚି ଓ ପାଲିଙ୍କି ଭୈରବ ମନ୍ଦିର ରେ ପୂଜାର୍ଚ୍ଚନ ହୋଇଥିଲା | ପରେ ଅପରାହ୍ନରେ ସମସ୍ତ ଲାଠି, କୁର୍ଚି ମା ଦୁଲ୍ଲାରଦେଇ ମନ୍ଦିର ରୁ ବାହାରି ନଗର ପରିକ୍ରମା କରି ଭୈରବ ମନ୍ଦିରରେ ଏକତ୍ରିତ ହୋଇଥିଲେ | ପୂଜାରୀ, ଶିରା ଓ ଦିଶାରିମାନେ ସାଜସଜା ହୋଇ ଖଣ୍ଡା ଧରି ନୃତ୍ୟ ପରିବେଷଣ କରିଥିଲେ | ଲାଠି, କୁର୍ଚି, ଶିରା, ଦିଶାରି ମାନେ ବାଦ୍ୟର ତାଳେ ତାଳେ ନୃତ୍ୟ କରି ବଜାର ପରିକ୍ରମା କରି ମନ୍ଦିର ଠାରେ ପହଞ୍ଚିଥିଲେ | ଶୁକ୍ରବାର ଲାଠି ,କୁର୍ଚି ଓ ଶିରା ପୂଜାରୀ ମାନଙ୍କୁ ନୂତନ ବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇ ବିଦାୟ ଦିଆଯିବ | ଏହି ମଣ୍ଡେଇ ପାଳନରେ ଦର୍ଶକ ମାନଙ୍କ ମନୋରଞ୍ଜନ ପାଇଁ ରାତ୍ରିରେ ଦେଶୀଆ ନାଟ ଯଥା :- “ଓଠରୁ ହସ ଖଟରେ ଶେଷ” ଓ “ପ୍ରେମରେ ଫେଲ ଯାଉଛି ଜେଲ” ୨ ଟି ଆଦିବାସୀ ନାଟକ ପରିବେଷଣ କରାଯାଇଛି | ଏଥିରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଜିଲାପରିଷଦ ସଭ୍ୟ ଗୁପ୍ତ ବିଶୋଇ, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋୟୀ ପ୍ରମୁଖ ଉପସ୍ଥିତ ଥିଲେ | କମିଟି ସଭାପତି ଭାବେ ବିନୋଦ ସୌରା, ଉପସଭାପତି ସତ୍ୟରଞ୍ଜନ ପାତ୍ର, ସମ୍ପାଦକ ରାମକୁମାର ଗଣ୍ଡ, ସହ ସମ୍ପାଦକ ଜଗନ୍ନାଥ ବେହେରା, କୋଷାଧ୍ୟକ୍ଷ ରଞ୍ଜିତ ଘରାଇ, କୁନୁ ପାତ୍ର,ତରଣୀ ରେଲୀ, ପାପନା ରେଲି, ଜିତୁ ରେଲୀ, କୁନା ଭାଟ ଓ ଅନ୍ୟ ମାନେ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଦଶମ ବାର୍ଷିକ ତ୍ରିଦିବସୀୟ ବିଶ୍ଵଶାନ୍ତି ମହାଯଜ୍ଞ

Sunil Chandra Nayak

ଆଜି ମହା ଶିବ ରାତ୍ରି: ପାରଦେଶ୍ୱର ଙ୍କ ଦର୍ଶନ ରେ ରହିଛି ସ୍ୱତନ୍ତ୍ର ମହିମା

Sunil Chandra Nayak

ମା ମଙ୍ଗଳାଙ୍କ ପୀଠରେ ବିଶେଷ ପୂଜାର୍ଚ୍ଚନା

masiha

Leave a Comment

error: Content is protected !!