ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବିଧାନିକ ଓ ମାନବିକ ଅଧିକାର ପ୍ରାପ୍ତି ନିମନ୍ତେ ଓଡ଼ପଡ଼ା ବ୍ଲକ୍ ଠାରୁ ହିନ୍ଦୋଳ ବ୍ଲକ୍ ଯାଏଁ ବାଇକ୍ ରାଲି ଓ ଜନ ସମାବେଶ ଅନୁଷ୍ଠିତ

ଢେ଼ଙ୍କାନାଳ( ମ ନି ସ)୦୨/୦୧_ବାବା ସାହେବ୍ ଆମ୍ବେଦକର ଡେଭଲପମେଣ୍ଟ ଆସୋସିଏସନ୍ ତରଫରୁ ଧିମାନ୍ ଶତମନ୍ୟୁ ଓରଫ୍ ସଞ୍ଜୟ ନାୟକ ଙ୍କ ଆହ୍ବାନ କ୍ରମେ ଏକ ବାଇକ୍ ରାଲି ଓଡ଼ପଡ଼ା ବ୍ଲକ୍ _ଗୁଡ଼ିଆ କାଟେଣି ରୁ ଆରମ୍ଭ ହୋଇ ଖଜୁରିଆକଟା ଚିତଲପୁର, ରସୋଳ, ପାଞ୍ଚମାଇଲ ଦେଇ ଶେଷ ରେ ହିନ୍ଦୋଳ ବ୍ଲକ୍ ପରିକ୍ରମା କରିଥିଲା ତତ୍ ସହ ସ୍ଥାନୀୟ ଟାଉନ୍ ହଲ୍ ଠାରେ ଏକ ଜନ ସମାବେଶ ଅନୁଷ୍ଠିତ ହୋଇଥିଲା l

ସଭା ର ପ୍ରାରମ୍ଭିକ ପର୍ଯ୍ୟାୟରେ ସଭାପତି ସଞ୍ଜୟ ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା ରେ ସୁସ୍ଥ ସମାଜ ଗଠନ,ସାମାଜିକ ବିଭିନ୍ନତା ଓ ସମସ୍ୟା କୁ ଉପସ୍ଥାପନା କରାଇ  କ୍ରସସର୍ ଗୁଣ୍ଡ ଓ ତତ୍ ଜନିତ ରୋଗ କିଡନୀ ରୋଗ ର ଶିକାର ସଂକ୍ରାନ୍ତୀୟ ଦୁଃଖଦ ପରିସ୍ଥିତି, ସ୍ଥାନୀୟ କମ୍ପାନୀ ରେ ନିଯୁକ୍ତି, ଜାତି ନାଆଁ ରେ ଗାଆଁ ସ୍କୁଲ ନାମ କରଣ ର ପରିବର୍ତନ ଓ ବହୁବିଧ ସାମୁହିକ ଲାଇବ୍ରେରୀ ନିମନ୍ତେ ଜମି ଯୋଗାଇବା ପ୍ରସଙ୍ଗ ଉପସ୍ଥାପନ କରିଥିଲେ l

ଆୟୋଜିତ ଜନସଭାରେ ମୁଖ୍ୟ ବକ୍ତା ଭାବେ ଭାରତୀୟ ମୂଳ ନିବାସୀ ସମତା ପରିଷଦ, ଓଡ଼ିଶା ଶାଖାର ସଂଯୋଜକ ଧିମାନ୍ ଅଭିରାମ ମଲ୍ଲିକ, ନାଲକୋ ଏସ ସି, ଏସ ଟି ୱେଲଫେୟାର ଆସୋସିଏସନ୍ ସଭାପତି କେଦାର ନାଥ ଦେହୁରୀ, ଉପ ଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ, ମୂଖ୍ୟ ଅତିଥି ସିମାରାଣୀ ନାୟକ, ସମ୍ମାନିତ ଅତିଥି ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ରାଣୀ ନାୟକ ଙ୍କ ସମେତ ବହୁ ଭୀମ ପ୍ରେମୀ ଉପସ୍ଥିତ ରହି ବାବା ସାହେବ୍ ଆମ୍ବେଦକର ଙ୍କ ଫଟୋ ଚିତ୍ର ରେ ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ହେଲେ ଲିଳାମୟୀ

masiha

କେନ୍ଦ୍ରୀୟ ଟିମର ଆବାସ ଯୋଜନା ପରିଦର୍ଶନ

masiha

ଘରେ ନିଆଁ ଲାଗି ଅଳ୍ପେକ ବର୍ତିଲେ ବିଧବା ମହିଳା

masiha

Leave a Comment

error: Content is protected !!