ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ରତ୍ନ ସମ୍ମାନରେ ସମ୍ବର୍ଦ୍ଧିତ ହେଲେ ଜଣାଶୁଣା କଳାକାର ସୁପ୍ରିତ୍ ସନ୍ତୋଷ ବଛା

ରାୟଗଡ଼ା, ତା୦୩/୦୨ – ଗତ ଜାନୁଆରୀ ୩୦ ତାରିଖ ଦିନ ଭଞ୍ଜକଳା ମଣ୍ଡପ ଭୂବନେଶ୍ବର ଠାରେ ସଙ୍ଗୀତ ମୂର୍ଚ୍ଛନା ଓ ଓଡିଶା ସଂସ୍କୃତି କଳା ଏକାଡେମୀ ସହାୟତାରେ ଓଡ଼ିଶାର କୋଣ ଅନୁକୋଣରେ ୪୦୦ ଜଣ ସୁ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ଅନୁଷ୍ଠାନର ପ୍ରତିଷ୍ଠାତା ଓ ସଭାପତି ବସନ୍ତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଦିନେଶ କୁମାର ମଲ୍ଲିକଙ୍କ ସଂଯୋଜନାରେ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଓଡିଶାର କୋଣ ଅନୁକୋଣରେ ଥିବା ଲୁକ୍କାୟିତ ପ୍ରତିଭା ମାନଙ୍କୁ ଚିହ୍ନଟ କରି ୧୫୦ ଜଣଙ୍କୁ ଓଡ଼ିଶାରତ୍ନ ଆୱାର୍ଡ ରେ ସମ୍ମାନୀତ କରାଯାଇଥିବା ବେଳେ ରାୟଗଡ଼ା ଜିଲ୍ଲାରୁ ସୁପ୍ରିତ୍ ସନ୍ତୋଷ ବଛାଙ୍କୁ ଓଡ଼ିଶା ରତ୍ନ ଭାବେ ସମ୍ମାନିତ କରାଯାଇଛି। ସୁପ୍ରିତ୍ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡାଗୁଡ଼ା ଗ୍ରାମ ବାସିନ୍ଦା ପ୍ରଥମ କରି ୨୦୦୭ ମସିହା ଠାରୁ ଆଦିବାସୀ କୁୱି ଭାଷା ରେ ନାଚଗୀତ, ପଥପ୍ରାନ୍ତ ନାଟକ ଓ ଅନେକ ସଚେତନମୂଳକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ବେଶ୍ ଲୋକପ୍ରିୟ ହେବା ସହ ଆଞ୍ଚଳିକ ଭାଷା ଲୋକକଳା ସଂସ୍କୃତିକୁ ବିଶ୍ଵ ଦରବାରରେ ପ୍ରଚାର ପ୍ରସାର କରିବା ପ୍ରୟାସ ଜାରି ରଖି ଆସୁଛନ୍ତି ନିକଟରେ ତାଙ୍କ ୟୁଟ୍ୟୁବ୍ ଚେନାଲ୍ ଜିଲ୍ଲାର ପ୍ରଥମ ଏକ ଲକ୍ଷ ସବସ୍କ୍ରାଇବର୍ ପୁରା ହୋଇଥିବା ୟୁଟ୍ୟୁବ୍ ଚେନାଲ୍ ହୋଇ ପାରିଛି ତାଙ୍କୁ ଏଇ ସମ୍ମାନ ମିଳିଥିବା ଖବର ଶୁଣିବା ପରେ ତାଙ୍କ ପ୍ରଶଂସକ ଓ ବୁଦ୍ଧିଜୀବୀ ଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟିଥିବା ନଜର ଆସିଛି। 

ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ନିର୍ଦେଶକ ଶ୍ରୀଯୁକ୍ତ ଦରଞ୍ଜନ କୁମାର ଦାସ ମୁଖ୍ୟ ବକ୍ତାଭାବେ ବିଶିଷ୍ଟ ଗୀତିକାର ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରୀକାନ୍ତ ଗୌତମ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଓ ବିଶେଷ ଆକର୍ଷଣୀୟ ଅତିଥି ଭାବେ ଚଳଚିତ୍ର ନିର୍ଦ୍ଦେଶକ ଅଶୋକ କୁମାର ମଲ୍ଲିକ,ସଂସ୍କୃତି ନିର୍ଦେଶକ ରଞ୍ଜନ କୁମାର ଦାସ, ଅଶୋକ ମଲ୍ଲିକ,ସୁଧାକର ମିଶ୍ର,ବିଷ୍ଣୁମୋହନ କବି,ଗୀତା ଦାସ, ଏନ୍ଜେଳା ମିଶ୍ର,କୁମାର ଦିଲ୍ଲିପ,ସୌଭାଗ୍ୟ ପତି, ଜ୍ୟୋତିର୍ମୟ କାନୁନଗୋ, କୈଳାସ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଖଇରା ପ୍ରାଣୀ ଚିକିତ୍ସାଳୟରେ ଭ୍ରାମ୍ୟମାଣ ମୋବାଇଲ ଗାଡ଼ି ବନ୍ଦ

masiha

ନିଲଜୀ କ୍ଲଷ୍ଟରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା 

Sunil Chandra Nayak

କାମାକ୍ଷାନଗର ଉପଖଣ୍ଡରେ ଉତ୍କଳଦିବସ ମହାସମାରୋହରେ ପାଳିତ

Sunil Chandra Nayak

Leave a Comment

error: Content is protected !!