ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

20 ହଜାର ଦିଅ ଆବାସ ଯୋଜନାରେ ଘର ନିଅ, ଖୋଲା ଖୋଲି ଭାବରେ ସରପଞ୍ଚ ମାଗୁଛନ୍ତି ଟଙ୍କା !

ତିର୍ତ୍ତୋଲ :-03/02/23-/ସରକାର ଘୋଷଣା କରିଛନ୍ତି ଆବାସ ଯୋଜନା ଗୃହ ପାଇଁ କାହାକୁ ଲାଞ୍ଚ ଦିଅ ନାହିଁ ! ଯେବେ କୌଣସି ସରପଞ୍ଚ ଶୁଣୁନାହାନ୍ତି ତାହାହେଲେ ଲିଖିତ ଆକାରରେ ବିଡିଓ ମହୋଦୟଙ୍କୁ ଅଭିଯୋଗ କରନ୍ତୁ ! କିନ୍ତୁ ଏଠି ବିଷୟଟି ସମ୍ପୂର୍ଣ୍ଣ ଅଲଗା ! ଖୋଦ ସରପଞ୍ଚ ମାଗୁଛନ୍ତି ଟଙ୍କା ! “ଟଙ୍କା ଦିଅ ଆମେ ଆବାସ ଯୋଜନାରେ ନାମ ବାହାର କରିଦେବୁ ! ତଦନ୍ତ ଅଫିସର ପଂଚାୟତରୁ ଲକ୍ଷେ ଟଙ୍କା ନେବାକୁ ଡିମାଣ୍ଡ କରିଛନ୍ତି ! ଆମେ କୋଉଠୁ ଆଣିବୁ ? ଯାହାର ଘର ପାଇବାର ଅଛି, ଜଣକା 20 ହଜାରେ ଦେଲେ ଆମେ ତଦନ୍ତ ଟିମ୍ କୁ ଦେବୁ ! ନଚେତ ଆମେ କିଛି କରିପାରିବୁନି ! ଆମ ହାତରେ କିଛି ନାହିଁ ! ଉପରୁ ଆସିଥିବା ତଦନ୍ତକାରୀ ଯାହା କରିବେ “! ଦର୍ଶକ ବନ୍ଧୁ ଏ ଥିଲା ଜଣେ ସରପଞ୍ଚଙ୍କ ବିବୃତି ଗରିବ ତଫସିଲ ଭୁକ୍ତ ଜାତିର ଆବାସ ହିତାଧିକାରୀଙ୍କ ପ୍ରତି ! ଘଟଣାଟି ହେଉଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ କୋଲର ପଞ୍ଚାୟତର ରଘୁନାଥପୁର ଗ୍ରାମ 5 ନମ୍ବର ୱାର୍ଡର ଖବର ! ତଦନ୍ତ ଭୁକ୍ତ ଲିଷ୍ଟରେ 130 ସିରିଏଲ ନମ୍ବର ରେ ନାମ ଘୋଷଣା କରାଯାଇଥିଲେ ମଧ୍ୟ ତାହା ତଦନ୍ତ ପରେ କଟି ଯାଇ ଥିବାରୁ ହିତାଧିକାରୀ ମମତା ମଲ୍ଲିକ ଙ୍କ ସ୍ୱାମୀ ଅଞ୍ଜନ ମଲ୍ଲିକ କୋଲର ପଞ୍ଚାୟତର ସରପଞ୍ଚ ଉମେଶ କୁମାର ବେହେରାଙ୍କୁ ଭେଟି ଥିଲେ ! ମାତ୍ର ସରପଞ୍ଚ ତାଙ୍କୁ ଖୋଲା ଖୋଲି କହିଲେ ଯେ 20 ହଜାର ଟଙ୍କା ନଦେଲେ କିଛି ହେଇପାରିବନି! ଏହିଭଳି ଏକ ସଂଗୀନ ଅଭିଯୋଗର ପ୍ରତିକ୍ରିୟାରେ ହିତାଧିକାରୀ ମମତା ମଲ୍ଲିକ ଅତି ଦୁଃଖରେ ମ୍ରିୟମାଣ ହୋଇ କହିଥିଲେଯେ ତାଙ୍କ ସ୍ୱାମୀ ମାଛ ଶୁଖୁଆ ବିକ୍ରିକରି ପରିବାର ପ୍ରତି ପୋଷଣ କରନ୍ତି ! ଚାଳଘରେ ଚଳିବାକୁ ବର୍ଷା ଦିନେ ବହୁତ ଅସୁବିଧା ହେଉଛି !ବହୁବାର ଆପତ୍ତି କରିବାରୁ ଆବାସ ଯୋଜନାରେ ମୋ ନାମରେ ତାଲିକା ଥିଲା ! ମାତ୍ର ତଦନ୍ତ ପରେ ତାକୁ କାଟିଦେଇ, ସରପଞ୍ଚ ଉମେଶ କୁମାର ବେହେରା ଆମକୁ 20 ହଜାର ଟଙ୍କା ମାଗୁଛନ୍ତି ! ଗରିବ ତଫସିଲ ଭୁକ୍ତ ଜାତି, ଟଙ୍କା ପାଇବୁ କୋଉଠୁ ? ତାଙ୍କ ସ୍ୱାମୀ ଅଞ୍ଜନ ମଲ୍ଲିକ ସରପଞ୍ଚଙ୍କ କଥା ଦୋହରାଇ କୁହନ୍ତି ଯେ ଏ ସରକାର ଦେଉଥିବା ଆବାସ ଘର ଗରିବଙ୍କ ପାଇଁ ନୁହେଁ , ସ୍ଥାନୀୟ 5 ନମ୍ବର ୱାର୍ଡ ସଭ୍ୟ ଅହଲ୍ୟା ଦାସ କୁହନ୍ତି ମମତା ମଲ୍ଲିକର ପରିବାର ଆବାସ ଗୃହ ପାଇବା ପାଇଁ ଯୋଗ୍ୟ ହିତାଧିକାରୀ,କିନ୍ତୁ କଣ ପାଇଁ କିଏ ତାହାକୁ କାଟିଦେଲା !,ଏବଂ ପଞ୍ଚାୟତ ଅଫିସର ଲକ୍ଷ୍ମୀଧର ଦାସ ମଧ୍ୟ ଦୁଃଖ ପ୍ରକାଶ କରି ସେଇ ଏକା କଥା କୁହନ୍ତି! କିନ୍ତୁ ଦୋଷ କାହାର ??? ଲିଷ୍ଟରୁ ନାମ ବାଦ କଲେ, ଆଉ 20 ହଜାର ଲାଞ୍ଚ ମାଗିବା ଅତି ନିନ୍ଦନୀୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ! ସରକାର ସ୍ୱଚ୍ଛ ନିର୍ମଳ ଶାସନର ଡିଣ୍ଡିମ ପିଟୁଥିବାବେଳେ କୋଲର ପଞ୍ଚାୟତରେ ତାର ବ୍ୟତିକ୍ରମ ଘଟିଛି ! ମାନ୍ୟବର ବିଡିଓ ଓ ଜିଲ୍ଲାଧିକାରୀ ଉଚ୍ଚସ୍ତରୀୟ ତଦନ୍ତ କରାଇବାକୁ ଓ ତଦନ୍ତକୁ ବାଟବଣା କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ! 

ତିର୍ତ୍ତୋଲ ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ମଣିପୁର ଘଟଣାକୁ ନେଇ ମହିଳା ସଂଗଠନର ପତିବାଦ

Sunil Chandra Nayak

ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପୋଲିସ୍ ମାଜିଷ୍ଟ୍ରେଟ ସମନ୍ଵୟ ବୈଠକ ଅନୁଷ୍ଠିତ l ଉପନିର୍ବାଚନ ଏମିତି ଶାନ୍ତି ଶୃଙ୍ଖଳା ସହିତ ବ୍ୟବସ୍ଥିତ ହେବ ଯେ ଏହା ଆଗାମୀ ଦିନ ପାଇଁ ଉଦାହରଣ ହୋଇ ରହିବ- ଜିଲ୍ଲାପାଳ 

Sunil Chandra Nayak

*ଟାଲେଣ୍ଟ ସ୍କୁଲ ର ଦ୍ଵୀତୀୟ ବାର୍ଷିକ ଉତ୍ସବ ପାଳିତ

masiha

Leave a Comment

error: Content is protected !!