ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ସ୍ୱୟଂ ଶାସିତ ଖଡ଼ିଆଳ ମହାବିଦ୍ୟାଳୟ ରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଆୟୋଜିତ କ୍ରୀଡା ମହୋତ୍ସବ ଉଦଯାପିତ

କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଅନୁଷ୍ଠିତ ଦୁଇଦିନିଆ କ୍ରୀଡା ମହୋତ୍ସବ ଉଦଯାପିତ ହୋଇଯାଇଛି ।ଅଧ୍ୟକ୍ଷ ଡ଼ ତରୁଣ କୁମାର ପ୍ରଧାନ ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବିଧାୟକ ଶ୍ରୀ ଅଧିରାଜ ପାଣିଗ୍ରାହୀ , ଅନନ୍ୟ ଅତିଥି ଭାବରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ବିଶ୍ୱଜିତ ପାଢ଼ୀ ,ପୂର୍ବତନ ଅଧ୍ୟକ୍ଷ ଡ଼ ଫନୀନ୍ଦମ ସିଂ ଦେଓ , ପୂର୍ବତନ ଅଧ୍ୟକ୍ଷ ଡ଼ ମେଜର ରାମଚନ୍ଦ୍ର ମିଶ୍ର ,କଳାହାଣ୍ଡି ବିଶ୍ୱବିଦ୍ୟାଳୟ କ୍ରୀଡ଼ା କାଉନସିଲର ନିର୍ଦେଶକ ଡ଼ ଘନଶ୍ୟାମ ବେହେରା , କୁଳ ସଚିବ ଶ୍ରୀ ପିତାମ୍ବର ଭୋଇ , ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଶ୍ରୀକାନ୍ତ ଯୋଶୀ ,ଯୁକ୍ତ ଦୁଇ ଅଧ୍ୟକ୍ଷ ଶ୍ରୀ ଅଶ୍ୱିନୀ ପାଢ଼ୀ , ଏନ.ଏ.ସି ଚେୟାରମ୍ୟାନ ଶ୍ରୀ ଉଜ୍ଜ୍ବଳ ଗୁପ୍ତା ନିଜ ମନ୍ତବ୍ୟ ରେ ଉଭୟ କଳାହାଣ୍ଡି ଏବଂ ଖଡ଼ିଆଳ ମହାବିଦ୍ୟାଳୟ କୁ ସାଧୁବାଦ ଜଣାଇବା ସହ ବିଜୟୀ କ୍ରୀଡ଼ାବିତ ମାନଙ୍କୁ ପୁରସ୍କାର ତଥା ପ୍ରମାଣ ପତ୍ର ବଣ୍ଟନ କରିଥିଲେ । ବୃତି ଗତ ଜୀବନବ୍ୟାପୀ କ୍ରୀଡା ନିମନ୍ତେ ସ୍ମରଣୀୟ ସହଯୋଗ ନିମନ୍ତେ ଏମ ରାମପୁର ପି ଟି ଶ୍ରୀ ତୋଫାନ ଗାଉଡ଼ିଆ ଙ୍କୁ ସଂମାନିତ କରାଯିବା ସହ ଦୀର୍ଘ ପ୍ରାୟ ୧୫ବର୍ଷ ଧରି ମହାବିଦ୍ୟାଳୟ ର ବିଭିନ୍ନ କାର୍ଯ୍ୟକ୍ରମ ରେ ମୁକ୍ତ ଭାବରେ ଜଳ ଯୋଗାଣ କରିବା ଅର୍ଥାତ ସାମାଜିକ ସେବା ନିମନ୍ତେ ଖଡ଼ିଆଳ ର ଶ୍ରୀ ଶିବ କୁମାର ଅଗ୍ରୱାଲ ଙ୍କୁ ମଧ୍ୟ ମାନପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ସଭାର ଆଭିମୁଖ୍ୟ କ୍ରୀଡା ପରିଚାଳନା ସମ୍ପାଦକ ଅଧ୍ୟାପକ ଡ଼ ରଣବୀର ସିଂ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ ,ଏବଂ ସହ ସମ୍ପାଦକ ଡ଼ ସରୋଜ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।ପ୍ରାଧ୍ୟାପକ ହରେକୃଷ୍ଣ ମିଶ୍ର ,ଅଧ୍ୟାପକ ଶ୍ରୀ ସୁନୀଲ କୁ ପାଢ଼ୀ , ଅଧ୍ୟାପିକା ଡ଼ ଗୀତାଶ୍ରୀ ପ୍ରିୟମ୍ବଦା, ଅଧ୍ୟାପିକା ଶିଳା ତ୍ରିବେଦୀ , ଅଧ୍ୟାପକ ହରି ହଂସ ,ଅଧ୍ୟାପିକା ସନ୍ତୋସି ଶର୍ମା ଙ୍କସମେତ ସମସ୍ତ ଅଧ୍ୟାପକ ,ଅଧ୍ୟାପିକା ଏବଂ କର୍ମଚାରୀ ମାନେ ସହଯୋଗ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମାଁ ରାଏଗଡେନ୍ ସ୍ପୋଟ୍ସ କ୍ଲବ୍ ଦ୍ଵାରା ଟି-ଟେନ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ

Sunil Chandra Nayak

ଜୁଡ଼ିଆରେ ମା ବନଦୂର୍ଗାର ୩୨ ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା

Sunil Chandra Nayak

ଆନ୍ତଃ ଜିଲ୍ଲାମହିଳା କ୍ରିକେଟ ଟୁର୍ଣାମେଣ୍ଟ ନିମନ୍ତେ ନବରଙ୍ଗପୁର ଦଳ ଘୋଷଣା

Sunil Chandra Nayak

Leave a Comment

error: Content is protected !!