ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ବିଦ୍ୟାନିକେତନ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଚିଲିଗୁଡା // କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଜୁନାଗଡ଼ ସ୍ଥିତ ଭାରତୀୟ ବିଦ୍ୟାନିକେତନ ର ୧୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟଳୟର ସମ୍ପାଦିକା ମମତା ମଞ୍ଜରୀ ଯୋଶୀଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ ଯୋଗଦାନ କରି ବିଦ୍ୟଳୟର ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସ।ହିତ କରିଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବରେ ହେମନ୍ତ କୁମାର ମୁଣ୍ଡ ପ୍ରଧାନ ଶିକ୍ଷକ ପଲ୍ଲୀଶ୍ରୀ ଉଚ୍ଚ ବିଦ୍ୟା ପୀଠ ,କର୍ମେଲି ,କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରିଥିଲେ ରାଧେଶ୍ୟାମ ପଣ୍ଡା ଅବସର ପ୍ରଧାନ ଶିକ୍ଷକ ତଥା ସଭାପତି ଦକ୍ଷିଣ କ୍ଷେତ୍ର ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ,ଓଡିଶା । ସମ୍ମାନିତ ଅତିଥି ଭାବରେ ଜୁନାଗଡ଼ ସି ଆର ସିସି ଗୋଦାବରୀଶ ପଣ୍ଡା ,କୈଳାସ ପାଣିଗ୍ରାହୀ ପ୍ରମୁଖ ଯୋଗଦାନ କରି ବାର୍ଷିକ ଉତ୍ସବ ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରିଥିଲେ । କାର୍ଯ୍ୟକ୍ରମ ରେ ବିଦ୍ୟଳୟର ପ୍ରଧାନ ଆଚାର୍ଯ୍ୟ ସନତ କୁମାର ଯୋଶୀ ବିଦ୍ୟଳୟର ବାର୍ଷିକ ବିବରଣୀ ପାଠ କରିଥିଲେ ।ଏଥିରେ ବିଦ୍ୟଳୟର ଆଚାର୍ଯ୍ୟ ଶୁଭେନ୍ଦୁ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମ ରେ ଛାତ୍ରୀ ଝରଣା ରାଉତ ,ସାସ୍ବତୀ ମୁଣ୍ଡ ,ସୟଂଶ୍ରୀ ହଂସ ,ହରିପ୍ରିୟା ରାଉତ ,ଲିଖିତ। ବଣିଆ ଏବଂ ସେଲିନା ବଗର୍ତ୍ତି ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମ ରେ ଅତିଥିମାନେ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ଏଥିରେ ବିଦ୍ୟଳୟର ପଞ୍ଚାନନ ହଂସ ,ପ୍ରଦିପ ଧଙ୍ଗଡ଼ା ମାଝି ,ତାରା କାନ୍ତ ପାଢ଼ୀ , ସମୀର ରଞ୍ଜନ ଦଣ୍ଡସେନା ,ମୁକେଶ ନ।ଏକ ,ରୀନା ପାଣ୍ଡେ ,ବାସନ୍ତି ବିଶି ,ମାନିନି ଧଙ୍ଗଡ଼ା ମାଝି ,କ୍ଷୀରାଦ୍ରୀ ହଂସ, ସେହ୍ନ ଭାରତୀ ମେହେର ,ଉମା ଭାରତୀ ନାଗ ,ବାନ୍ଧବୀ ରାଉତ ,ମମତା ବେହେରା ଏବଂ ଭଗବତୀ ଦେଇ ପ୍ରମୁଖ ସହଯୋଗ କରିଥିଲେ ।କାର୍ଯ୍ୟକ୍ରମ ରେ ମିନଗୁର ଭାରତୀୟ ବିଦ୍ୟା ନିକେତନ ର ଗୁରୁଜୀ ବିଭୁତି ଭୂଷଣ ବାଗ ଏବଂ ଡମ୍ବରୁ ଧର ନାଗ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ବିଦ୍ୟଳୟର ପ୍ରଧାନ ଆଚାର୍ଯ୍ୟ ସନତ କୁମାର ଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଯୁବ ନେତୃତ୍ୱ ଓ ଗୋଷ୍ଠୀ ବିକାଶ ତାଲିମ ଶିବିର

Sunil Chandra Nayak

ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ( ଆର୍ମି), ବାରାକପୁର, କୋଲକତାରେ ଏଭେରେଷ୍ଟ ଆରୋହୀ ଯୋଗବ୍ୟାସ ଭୋଇଙ୍କର ଉଦବୋଧନ 

Sunil Chandra Nayak

ଲୁବେନଗଡ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ସମ୍ମିଳନୀ

masiha

Leave a Comment

error: Content is protected !!