ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳାରେ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ଜଳଛତ୍ର

ଢେଙ୍କାନାଳ : ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳାର ପ୍ରଥମ ଦିନରେ ଆମ୍ ଆଦମୀ ପାର୍ଟି ଢ଼େଙ୍କାନାଳ ଶାଖା ପକ୍ଷରୁ ଏକ ଜଳଛତ୍ରର ବ୍ୟବସ୍ଥା କରାଯାଇଥିଲା l ଦୂର ଦୂରାନ୍ତରୁ ଆସିଥିବା ଭକ୍ତମାନଙ୍କୁ ସେମାନଙ୍କର ଚାହିଦା ମୁତାବକ ଦହି ପାଣି, ଲେମ୍ବୁ ପାଣି ଏବଂ ସାଧା ପାଣି ଇତ୍ୟାଦି ଦଳର କର୍ମୀମାନେ ଯୋଗାଇ ଦେଇଥିଲେ l ଏହି ସେବା ପାଇଁ କେବଳ ଓଡ଼ିଶା ନୁହଁ ଭାରତର କୋଣ ଅନୁକୋଣରୁ ଛୁଟି ଆସିଥିବା ଭକ୍ତମାନେ ଦଳର ଭୁୟସୀ ପ୍ରଶଂସା କରିବା ସହିତ କର୍ମୀ ମାନଙ୍କୁ ଆଶୀର୍ବାଦ କରିଥିଲେ l ଜିଲ୍ଲା ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା, ମିଡ଼ିଆ ପ୍ରଭାରୀ ଜିତେନ୍ଦ୍ର ବେହେରା, କାର୍ଯ୍ୟାଳୟ ସଚିବ ଚିନ୍ମୟ ସେନାପତି, ଗଁଦିଆ ବ୍ଲକ କାର୍ଯ୍ୟକାରୀ ସଭାପତି ପୁରୁଷୋତ୍ତମ ସ୍ୱାଇଁ, ସଦର ବ୍ଲକ ସଭାପତି ରାଜକୁମାର ପ୍ରଧାନ, ଅନିଲ ସାମଲ ପ୍ରଭୃତି ମିଳିତ ଭାବେ ପରିଚାଳନା କରିଥିଲେ l କାବେରା ପଂଚାୟତ ସଭାପତି ସନ୍ତୋଷ ଖୁଣ୍ଟିଆ, ବେଲଟିକିରି ପଂଚାୟତ ସଭାପତି ବଂଶୀଧର ମହାରଣା, ଦୀପକ ରଞ୍ଜନ ରାଉତ, କୃପାସିନ୍ଧୁ ପରିଡା, ପଞ୍ଚାନନ ଦାସ, ବିମ୍ବାଧର ମଲିକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ଏହି ଜଳ ଛତ୍ର କାର୍ଯ୍ୟକ୍ରମ ଆସନ୍ତା ଚାରି ଦିନ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜିଲ୍ଲା ଆବାହକ ପଙ୍କଜ ନାୟକ ସୂଚନା ଦେଇଛନ୍ତି l

ଢେ଼ଙ୍କାନାଳ ଗଁଦିଆ ରୁ ତାପସ ଦାସ ଙ୍କ ରିପୋର୍ଟ 

Related posts

ଜିଲା ସ୍ତରୀୟ ସର୍ଗିଫୁଲ ପ୍ରତିଯୋଗିତାରେ ଡାବୁଗାଁ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା 

masiha

ମ.ରାମପୁର ରେ କାମନା ଦଣ୍ଡ ଶମ୍ଭୁ ମିଳନ ପାଇଁ ସର୍ବସାଧରଣ ବୈଠକ : ଅପ୍ରେଲ ୧୨ ରେ ପଞ୍ଚ ଶମ୍ଭୁ ମିଳନ ଉତ୍ସବ 

Sunil Chandra Nayak

ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!