ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ରେ ଯାତ୍ରୀ ଅସନ୍ତୋଷ

ପ୍ରଶାସନିକ ଅବହେଳା ପାଇଁ ଯାତ୍ରୀ ମାନେ ଅଣଦେଖା , ଇଏ କିଭଳି ସଂସ୍କାର ସରକାର ଙ୍କର ???

ଢ଼େଙ୍କାନାଳ // ଗଁଦିଆ (ମସୀହା)୦୪/୦୧/୨୩_ // ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଏହି ମେଳା ତିନିଦିନ ଧରି ହୋଇଥାଏ, ପ୍ରଥମ ଦିନରେ ଚତୃଦଶୀ ପାଳନ , କିନ୍ତୁ ସଙ୍କଟ ପୂର୍ଣ୍ଣ ଉଛେଦ ବିଛେଦ ମଧ୍ୟରେ ହୋଇଛି ଯାତ୍ରା ଯାହା ଏବେ ଦେଖିବାକୁ ମିଳିଛି l ଯାତ୍ରୀ ଅସନ୍ତୋଷ କାହିଁକି ??? ଇଏ କି ପ୍ରଶାସନିକ ଖେଳ??? ଦୁଇ ବାବା ଙ୍କ ଭିତରେ ହୋଇଥିବା ଉଛେଦ କୁ ନେଇ କିଛି ମନ୍ତବ୍ୟ ଦେଖାଦେଇଛି, ତାହା ଆଗ କୁ ସ୍ପଷ୍ଟ ଭାବେ ଦେଖା ଯାଉଛି l ଏହି ପରି ଅବହେଳା ରେ ପାଳିତ ହେଉଛି ଚଳିତ ବର୍ଷ ର ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା l

ମହିମା ଗାଦି ର ଯୋରନ୍ଦା ମେଳାରେ ଅନେକ ଆକର୍ଷଣୀୟ ସୂ ଉଚ୍ଚ ତୋରଣ ସହ ଦୋକାନ ବଜାର ମଧ୍ୟ ପଡିଥାଏ, ପ୍ରବଳ ଜନ ସମାଗମ ଯୋଗୁ ଦୂର ଦୁରାନ୍ତରରୁ ଆସି ଥିବା ଯାତ୍ରୀ ମାନେ ଯୋରନ୍ଦା ମେଳା ର ପ୍ରଥମ ଦ୍ୱାର ର ଭିଡ଼ ରେ ହତାଶ ହୋଇ ଫେରିଥାନ୍ତି, ତା ସତ୍ତ୍ୱେ ବି କୌପୁନି ସମାଜ ଅଖଣ୍ଡ ବତୀ ମନ୍ଦିର ରେ ଦୀପ ଜାଳି ଫେରିଥାନ୍ତି l ଏହା ର ନିରାକରଣ, ଅଭାବନୀୟ ପରିସ୍ଥିତି ଯୋଗୁଁ ଅଲେଖ ସନାତନ ଧର୍ମ ରେ ଉଛେଦ ବିଛେଦ ପ୍ରକ୍ରିୟା ଲାଗି ରହିଛି l ସ୍ଥାୟୀ ରହିଛି ତାରିଖ ଆସନ୍ତା ୨୨ତାରିଖରେ ବିଚ୍ଛେଦ ପ୍ରକ୍ରିୟା ର ସମାପନ ବା ଉଚ୍ଛେଦ ହେବ ବୋଲି ବିଶେଷ ସୂତ୍ର ରୁ ପ୍ରକାଶ ପାଇଛି l

ଢେଙ୍କାନାଳ ଗଁଦିଆ ରୁ ତାପସ ଦାସ ଙ୍କ ରିପୋର୍ଟ

Related posts

ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ 

Sunil Chandra Nayak

କରୋନା ପାଇଁ ସଚେତନ କଲା ସଚେତନ ନାଗରିକ ମଞ୍ଚ

Sunil Chandra Nayak

ଆଦିବାସୀଙ୍କ କୁଇଁ ସଙ୍ଘର ବନ୍ଧୁମିଳନ

Sunil Chandra Nayak

Leave a Comment

error: Content is protected !!