ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଚାଷୀ ସମସ୍ୟାକୁ ନେଇ ରାଜରାସ୍ତାରେ ଓଲ୍ହାଇଲା ଜିଲ୍ଲା ଯୁବକଂଗ୍ରସ

ନବରଙ୍ଗପ୍ନର—-(ମସିହା) ନବରଙ୍ଗପୁର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ଦ୍ଵାରିକା ମହାପାତ୍ରଙ୍କ ନେତୃତ୍ବରେ, ନବରଙ୍ଗପୁର ଜିଲ୍ଲାରେ ଚାଷୀଙ୍କ ଧାନ କ୍ରୟରେ ମଣ୍ଡିରେ ଲାଗି ରହିଥିବା ଅବ୍ୟବସ୍ଥା ଓ ଜନ ବିରୋଧୀ, ଚାଷୀ, ମହିଳା ଓ ଗରିବ ବିରୋଧୀ ବଜେଟକୁ ସମାଲୋଚନା କରି, ଜିଲ୍ଲା ଯୁବ କଂଗ୍ରେସର କର୍ମକର୍ତ୍ତା ମାନେ ନବରଙ୍ଗପୁର ରାଜରାସ୍ତାକୁ ଓଲ୍ହାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି କରିବା ସହ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଚାଷୀମାନଙ୍କ ହୀତକୁ ଆଖି ଆଗରେ ରଖି ଯେପରି ସମସ୍ତ ପଞ୍ଜିକୃତ ଚାଷୀ ସରକାରଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇଥିବା ସମୟ ସୀମା ମଧ୍ୟରେ କିପରି ଧାନ ବିକ୍ରି କରିପାରିବେ, ସେଟଲାଇଟ ତ୍ରୁଟି ଦ୍ୱାରା ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇଥିବା ଚାଷୀଙ୍କୁ ଧାନ ବିକ୍ରି କରିବାକୁ ସୁଯୋଗ ଦେବାକୁ, ଧାନ ବିକ୍ରୟ କରିଥିବା ଚାଷୀଙ୍କର ଟଙ୍କା ଏକ ମାସରୁ ଉର୍ଦ୍ଧ୍ବ ହୋଇ ଯାଇଥିଲେ ମଧ୍ୟ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଜମା ହେଉନଥିବା ସମୟରେ ଯଥାଶୀଘ୍ର ଜମା କରିବାକୁ ଦାବି ଜଣେଇ ଏବଂ ମଣ୍ଡିରେ ଟାର୍ଗେଟ ଅଭାବରୁ କୌଣସି ଚାଷୀଙ୍କ ଟୋକେନ ଯେଭଳି ଲେପ୍ସ ନ ହୁଏ ସେଥିପାଇଁ ପଦକ୍ଷେପ ନେବାକୁ ଇତ୍ୟାଦି ଦାବିକୁ ନେଇ ଜିଲ୍ଲା ଯୁବ କଂଗ୍ରେସ ଜିଲ୍ଲାପାଳଙ୍କୁ ଉପ-ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ଏବଂ ଉକ୍ତ ଦାବି ଗୁଡିକର ଯଥାଶୀଘ୍ର ସମାଧନ ନ ହେଲେ ଅଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ସୂଚନା ଦେଇଥିଲେ ଓ ମହଙ୍ଗା ବଜେଟକୁ ନେଇ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ଅଭିନବ ଉପାୟରେ, ପିଆଜ ଆଳୁ ପରିବା ମାଳ ପିନ୍ଧି ଯୁବ କଂଗ୍ରେସ ସଭାପତି ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପାପୋଡାହାଣ୍ଡି ଜନ-୨ ର ଜିଲ୍ଲା ପରିଷଦ ସଭ୍ୟା ତଥା ଜିଲ୍ଲା ଯୁବକଂଗ୍ରେସ ଉପ-ସଭାପତି ଡ଼. ଲିପିକା ମାଝୀ, ନଗର ଯୁବ କଂଗ୍ରେସ ସଭାପତି ଶ୍ରୀ ସୁରଜ ଲାଲ, ସାଧାରଣ ସମ୍ପାଦକ ବାବୁଲି ଗଣ୍ଡା, ତ୍ରିଲୋଚନ ବେଶ୍ରା ( ମୁନ୍ନା ), ଯୁବନେତା ସନ୍ତୋଷ ବେନ୍ୟା, ରାହୁଲ ନାଗ, ନାସିର ହିଆଲ, ମୁନ୍ନା ଉପାସି, ଜିଲୁ ନାଗ ଓ ଅନେକ ଯୁବ କଂଗ୍ରେସର କର୍ମକର୍ତ୍ତା ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ବନ୍ଧୁଗାଁ ବ୍ଲକରେ ବିଜେଡ଼ିର ପ୍ରତିବାଦ ସଭା

Sunil Chandra Nayak

ରାଜନଗର ଜରିମୂଳରେ ବିଜେପି ପାଳିଲା 150 ତମ ବନ୍ଦେମାତରମ ବାର୍ଷିକ ଉତ୍ସବ

Sunil Chandra Nayak

ବିଜେପି ରେ ଯୋଗ ଦେଲେ ବିଜେଡି ର ବହୁ ନେତା ଓ କର୍ମୀ

masiha

Leave a Comment

error: Content is protected !!