ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୌଡ଼ ଗୁଡ଼ାରେ ମାଣ୍ଡିଆ ମଣ୍ଡି ଉଦଘାଟିତ

ତେନ୍ତୁଳିଖୁଣ୍ଟି ୦୪/୦୨/୨୩ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ଆଜିଠୁଁ ମାଣ୍ଡିଆ ସଂଗ୍ରହ ଆରମ୍ଭ ହୋଇଛି, ମଣ୍ଡି ଉଦଘାଟିତ ହେବା ପରେ ମାଣ୍ଡିଆ ଚାଷୀ କ୍ୱିଣ୍ଟାଲ ପିଛା ୩୫୭୮ ଟଙ୍କାରେ ମାଣ୍ଡିଆ ବିକ୍ରୀ କରି ପାରିବେ। ତେନ୍ତୁଳିଖୁଣ୍ଟି ବ୍ଲକ କୁ ଦୁଇଟି ଜୋନ କରି ୧୯୬୪ କ୍ୱିଣ୍ଟାଲ ମାଣ୍ଡିଆ ସଂଗ୍ରହ ଲକ୍ଷ୍ୟ ରଖିଛନ୍ତି । ଗୌଡ଼ ଗୁଡା ମଣ୍ଡିରେ 964 କ୍ୱିଣ୍ଟାଲ ଲକ୍ଷ୍ୟ ଥିବା ବେଳେ ଅଞ୍ଚଳଗୁମ୍ମା ମଣ୍ଡିରେ ୧୦୦୦ କ୍ୱିଣ୍ଟାଲ ମାଣ୍ଡିଆ ସଂଗ୍ରହ କରିବା ସ୍ଥିର ହୋଇଛି। ଆଜି ବ୍ଲକ ଅଧ୍ୟକ୍ଷା ନିଳେନ୍ଦ୍ରି ନାୟକ ମଣ୍ଡି ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ ମୂଖ୍ୟବକ୍ତା ଭାବେ ଯୋଗ ଦେଇ ମାଣ୍ଡିଆ କୁ ଜାତିସଂଘ ର ମାନ୍ୟତା ମିଳିଛି,ରାଜ୍ୟସରକାର ମିଲେଟ ମିଶନ ନାମରେ ମାଣ୍ଡିଆ ଓ ମାଣ୍ଡିଆ ଜାତ ଖାଦ୍ୟ କୁ ଜାତୀୟ ସ୍ତରରେ ପ୍ରଚାର ପ୍ରସାର କରୁଛନ୍ତି। ଏଣୁ ମାଣ୍ଡିଆ ଚାଷ କରି ଲାଭନ୍ବିତ ହେବାକୁ ଚାଷୀଙ୍କୁ ଆହ୍ୱାନ ଦେଇଥିଲେ। କୌଣସି ମଧ୍ୟସ୍ଥି ଦ୍ୱାରା ମାଣ୍ଡିଆ ବିକ୍ରୀ ନ କରିବାକୁ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ପଣ୍ଡା ଓ ଟି ଡି ସି ସି ଶାଖା ପରିଚାଳକ ଉପସ୍ଥିତରହି ଚାଷୀ ଙ୍କୁ ପ୍ରୋତ୍ସାହିତ କରିଥିଲେ। କୃଷି ବିଭାଗର କୃଷି ଓଭରସିୟର ହରି ଶଙ୍କର ତ୍ରିପାଠୀ, ଧୀରେନ ବେନ୍ୟ।,କୃଷି ଗ୍ରାମ ସେବକ ଜିତେନ୍ଦ୍ର ଟା କ୍ରୀ ଓ ଆତ୍ମା ର ଏ ଟି ଏମ ବାଳ ଗୋବିନ୍ଦ ସାହୁ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ। ଶତାଧିକ ଚାଷୀ ଉପସ୍ଥିତ ଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବାଣପୁରରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳନ ଅବସରରେ ପ୍ରାକ୍ତନ ଓ ବର୍ତ୍ତମାନର ଛାତ୍ର- ଶିକ୍ଷକ ସମ୍ମିଳନୀ -୨୦୨୪ ଅନୁଷ୍ଠିତ 

masiha

ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ଗୁରୁତର,ଜୀବନ ବଞ୍ଚାଇଲେ ସାମ୍ୱାଦିକମାନେ…

masiha

Leave a Comment

error: Content is protected !!