ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଟକ ବିଶ୍ୱନାଟ୍ୟ ମେଳାରେ ଚିଲିକା ଡ଼ାଙ୍ଗୁଆ ଗ୍ରାମର ନାଟ୍ୟ ନିର୍ଦ୍ଦେଶକ ପ୍ରମୋଦ କୁମାର ସ୍ୱାଇଁଙ୍କୁ “କଳାସାଧକ ” ସମ୍ମାନ !!!  

ଚିଲିକା:-ଲଗାତର ବିଶ୍ୱନାଟ୍ୟମେଳାରେ ନାଟକ ଏବଂ ଗୀତିନାଟ୍ୟ ପରିବେଷଣ କରି ନିରବଛିନ୍ନ ନାଟ୍ୟ ସାଧନା ଜାରି ରଖିଥିବା ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଡ଼ାଙ୍ଗୁଆ ଗ୍ରାମର ଓଡ଼ିଆ ମଞ୍ଚ ନିର୍ଦ୍ଦେଶକ ପ୍ରମୋଦ କୁମାର ସ୍ୱାଇଁଙ୍କୁ ଚଳିତ ଥିଏଟର ମୁଭମେଣ୍ଟ ଦ୍ୱାରା ଆୟୋଜିତ ରଜତ ଜୟନ୍ତୀ ଅବସରରେ କଟକ, କଳା ବିକାଶ କେନ୍ଦ୍ର ରଙ୍ଗ ମଞ୍ଚରେ ଶ୍ରୀ ସ୍ୱାଇଁଙ୍କୁ “କଳାସାଧକ “ସମ୍ମାନ ପ୍ରଦାନ କରାଯାଇଥିଲା । ବିଶିଷ୍ଟ ଅତିଥି ଭାବେ ଆମନ୍ତ୍ରିତ ବିଚାରପତି ଶ୍ରୀଯୁକ୍ତ ଅଜୟ ମହାନ୍ତି ଏବଂ ଅନୁଷ୍ଠାନର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଗୋଲକ ବିହାରୀ ଦାସ ମହାପାତ୍ର ଏହି ପୁରସ୍କାର ଓ ସମ୍ବର୍ଦ୍ଧନା ମାନପତ୍ର ଓ ଉପଢୌକନ ସହ ପ୍ରଦାନ କରିଥିଲେ। ସେହିପରି ସଙ୍ଗୀତରେ ସରୋଜକାନ୍ତ ସାସମଲଙ୍କୁ “ସ୍ୱର ସାଧକ “ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି। ସେଥି ପାଇଁ ଚିଲିକା,ବାଲୁଗାଁ ଏବଂ ବାଣପୁର ଅଞ୍ଚଳରେ ଅତି ଖୁସିର ଲହରୀ ଖେଳିଯାଇଛି।।

ଚିଲିକାରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

କାର୍ଯ୍ୟସୂଚୀ ଅନୁଯାୟୀ ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

masiha

ଆଇନ ମହାବିଦ୍ୟାଳୟରେ ଶ୍ରୀଗଣେଶ ପୂଜା

Sunil Chandra Nayak

ବିଧାୟକଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ  

Sunil Chandra Nayak

Leave a Comment

error: Content is protected !!