ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଟକ ବିଶ୍ୱନାଟ୍ୟ ମେଳାରେ ଚିଲିକା ଡ଼ାଙ୍ଗୁଆ ଗ୍ରାମର ନାଟ୍ୟ ନିର୍ଦ୍ଦେଶକ ପ୍ରମୋଦ କୁମାର ସ୍ୱାଇଁଙ୍କୁ “କଳାସାଧକ ” ସମ୍ମାନ !!!  

ଚିଲିକା:-ଲଗାତର ବିଶ୍ୱନାଟ୍ୟମେଳାରେ ନାଟକ ଏବଂ ଗୀତିନାଟ୍ୟ ପରିବେଷଣ କରି ନିରବଛିନ୍ନ ନାଟ୍ୟ ସାଧନା ଜାରି ରଖିଥିବା ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଡ଼ାଙ୍ଗୁଆ ଗ୍ରାମର ଓଡ଼ିଆ ମଞ୍ଚ ନିର୍ଦ୍ଦେଶକ ପ୍ରମୋଦ କୁମାର ସ୍ୱାଇଁଙ୍କୁ ଚଳିତ ଥିଏଟର ମୁଭମେଣ୍ଟ ଦ୍ୱାରା ଆୟୋଜିତ ରଜତ ଜୟନ୍ତୀ ଅବସରରେ କଟକ, କଳା ବିକାଶ କେନ୍ଦ୍ର ରଙ୍ଗ ମଞ୍ଚରେ ଶ୍ରୀ ସ୍ୱାଇଁଙ୍କୁ “କଳାସାଧକ “ସମ୍ମାନ ପ୍ରଦାନ କରାଯାଇଥିଲା । ବିଶିଷ୍ଟ ଅତିଥି ଭାବେ ଆମନ୍ତ୍ରିତ ବିଚାରପତି ଶ୍ରୀଯୁକ୍ତ ଅଜୟ ମହାନ୍ତି ଏବଂ ଅନୁଷ୍ଠାନର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଗୋଲକ ବିହାରୀ ଦାସ ମହାପାତ୍ର ଏହି ପୁରସ୍କାର ଓ ସମ୍ବର୍ଦ୍ଧନା ମାନପତ୍ର ଓ ଉପଢୌକନ ସହ ପ୍ରଦାନ କରିଥିଲେ। ସେହିପରି ସଙ୍ଗୀତରେ ସରୋଜକାନ୍ତ ସାସମଲଙ୍କୁ “ସ୍ୱର ସାଧକ “ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି। ସେଥି ପାଇଁ ଚିଲିକା,ବାଲୁଗାଁ ଏବଂ ବାଣପୁର ଅଞ୍ଚଳରେ ଅତି ଖୁସିର ଲହରୀ ଖେଳିଯାଇଛି।।

ଚିଲିକାରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ଯୋଗାଣ ସହାୟକ ସମୂହ ଛୁଟି ରେ ରହିବା ପାଇଁ ବିଡିଓ ଙ୍କୁ ଦାବିପତ୍ର

masiha

୧- ଭାପୁର ଅଞ୍ଚଳରୁ ମାଙ୍କଡା ପଥର,ବୋଝେଇ ଟ୍ରକ୍ ଜବତ, ୨–ଜରିପାଳ ଗ୍ରାମ ନିକଟ ପୋଖରୀରେ ହାତୀ ଆକ୍ରମଣରେ ଯୁବକ ମୃତ

ଅନ୍ଧବିଶ୍ୱାସର ଅନ୍ଧକାରରେ କୁଡୁମି ଜାତି: ଦିଗହରା ସରକାର ଙ୍କ ଅମୃତ ମହୋତ୍ସବ 

Sunil Chandra Nayak

Leave a Comment

error: Content is protected !!