ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନ ଶୁଣାଣି ଶିବିରରେ ଅଧିକାରୀଙ୍କ ଅନୁପସ୍ଥିତ ନେଇ ଅଭିଯୋଗ କଲେ ଜିଲ୍ଲା ପରିଷଦ ସଭ୍ୟ

କୋକସରା,୦୬/୦୨- ହିତାଧିକାରୀଙ୍କୁ ଦୁଆର ମୁହଁରେ ସେବା ଓ ଅଭିଯୋଗ ଶୁଣାଣି ସହ ସମାଧାନ କରିବାକୁ କଳାହାଣ୍ଡି ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ଜିଲ୍ଲାର ସମସ୍ତ ବ୍ଲକର ପ୍ରତି ପଞ୍ଚାୟତରେ ଜନ ଶୁଣାଣି ଶିବିର ଆୟୋଜନ କରାଯାଉଛି। ଶିବିରରେ ବ୍ଲକର ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ରହିବାକୁ ବ୍ଲକ ପ୍ରଶାସନ ପକ୍ଷରୁ ଚିଠି କରାଯାଉଛି । ହେଲେ ଅନେକ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ସୋମବାର କୋକସରା ବ୍ଲକର ଗୋତୋମୁଣ୍ଡା ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ଜନ ଶୁଣାଣି ଶିବିର ଆୟୋଜନ କରାଯାଇଥିଲା । ହେଲେ ଅନେକ ବିଭାଗର ଅଧିକାରୀ ଅନୁପସ୍ଥିତ ରହିଥିବା ନେଇ ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ ଓ ଅଭିଯୋଗ ନେଇ ଆସିଥିବା ଅନେକ ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି। ବିଦ୍ୟୁତ ବିଭାଗ, ଆର.ୱବ୍ଲୁ.ଏସ.ଏସ, କୃଷି ବିଭାଗ, ପୋଲିସ ବିଭାଗର ଅଧିକାରୀଙ୍କ ଦେଖା ମିଳିନଥିବା ଅଭିଯୋଗ କରିଛନ୍ତି। ଫଳରେ ବିଦ୍ୟୁତ, ପାନୀୟ ଜଳ, କୃଷି ସମ୍ବନ୍ଧୀୟ ଓ ଅନ୍ୟ ଅଭିଯୋଗ ନେଇ ଆସିଥିବା ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଶିବିରରେ ଗୋତୋମୁଣ୍ଡା ସରପଞ୍ଚ ପଦ୍ମିନୀ ପୁଝାରିଙ୍କ ସଭାପତିତ୍ୱରେ କୋକସରା ବିଡ଼ିଓ ଅନୁପସ୍ଥିତ କାରଣରୁ ଜିପିଓ ନାରାୟଣ ଭୋଇ ଉପସ୍ଥିତ ରହିଥିବା ବେଳେ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ନାଏବ ସରପଞ୍ଚ ପାର୍ଥବ ମାଝ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ ବେହେରା, ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ, ଡବ୍ଲ୍ୟୁଇଓ ଦାମୋଦର ବିଶ୍ୱାଳ, ଉଦ୍ୟାନ କୃଷି ଅଧିକାରୀ ସୌରଭ ପାଣିଗ୍ରାହୀ, ଏମଆଇପି ସହକାରୀ ଯନ୍ତ୍ରୀ ବଣ୍ଟି ବାଗ, ସମନ୍ୱିତ ଶିଶୁ ବିଭାଗର ସୁପରଭାଇଜର ପ୍ରିୟାସିନୀ ତାଣ୍ଡି, ଆର.ଆଇ ଛନ୍ଦାଚରଣ ଖମାରି, ଫାର୍ମାସିଷ୍ଟ ଶୁଭେନ୍ଦୁ ପଣ୍ଡା, ମହିଳା ସ୍ୱାସ୍ଥ୍ୟ କର୍ମି ଅଯୋଧ୍ୟା ବାଗ, ଫରେଷ୍ଟ ଗାର୍ଡ ସୁଧାଂଶୁ ସାହୁ ଉପସ୍ଥିତ ରହିଥିବା ବେଳେ ପିଇଓ ଦାମୋଦର ବେମାଲ ଓ ପଞ୍ଚାୟତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଉମରକୋଟ ବ୍ଲକ ଅନ୍ତର୍ଗତ ଖାଣ୍ଡା ଗ୍ରାମ ର ଓଏଏସ ରଶ୍ମି ରଞ୍ଜନ ପୁଜାରୀ ଙ୍କୁ ମନ୍ତ୍ରୀ ଓ ସାଂସଦ ଙ୍କ ପକ୍ଷରୁ ଭବ୍ୟ ସମର୍ଦ୍ଧନା 

Sunil Chandra Nayak

ବସ୍ତା ଅଞ୍ଚଳ ର ସମାଚାର

masiha

ଖରସ୍ରୋତା ମହବିଦ୍ୟାଳୟର ସଂସ୍କୃତ ବିଭାଗ ଦ୍ଵାରା ସଂସ୍କୃତ ସପ୍ତାହ ପାଳିତ

Sunil Chandra Nayak

Leave a Comment

error: Content is protected !!