ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ରାକେଶ ସାହୁଙ୍କ କବିତା // ଗୋଲାପ ଦିବସ

   ଗୋଲାପ ଦିବସ

  ମନ ଚିଠି ଗୋଲାପ ପ୍ରେମ ପର୍ବ 

ଗୋଲାପୀ ଗୋଲାପୀ ଦିଶେ ଚଉଦିଗ
ଗୋଲାପ ମୁହଁରେ ହସ,
ଦିବସଟେ ଅଛି ତା’ ଲାଗି ବୋଲି ସେ
କରୁଛି ସଭିଙ୍କୁ ବଶ।
କାହା ପାଇଁ କିଏ ଦେଉଛି ଗୋଲାପ
ମୁଁ ଦିଏ ତୁମରି ପାଇଁ,
ପ୍ରତି ପାଖୁଡ଼ାରେ ଲେଖି ତୁମ ନାଆଁ
ଭେଟି ଦେବି ହେ ଗୋସାଇଁ ।
କାଳିଆ ମୁହଁକୁ ଗୋଲାପର ହାର
ଦିଶିବ କେଡେ ସୁନ୍ଦର,
ଷୋହଳ ନାମକୁ ଥର ଥର ଜପି
ଗୁନ୍ଥିବି ଗୋଲାପ ହାର।
ମୋ ମନ ଭାବକୁ ଗୋଲାପି ଅକ୍ଷରେ
ଗୋଲାପ ଚିଠିରେ ଲେଖି,
ମନ ପ୍ରାଣ ତୁମ ପଦ୍ମ ପୟରରେ
ଭେଟି ଦେବି ଚକାଆଖି।।

ରାକେଶ ସାହୁ 

ଖୋର୍ଦ୍ଧା, ବାଣପୁର, ଚିଲିକା 

 

 

Related posts

ପ୍ରତାପ କିଶୋର ରାଉତ ଙ୍କ କବିତା = ଅଭିମାନିନୀ

Sunil Chandra Nayak

ସରୋଜିନୀ ପତି ଙ୍କ କବିତା l l l ପ୍ରସନ୍ନତା l l l

Sunil Chandra Nayak

ଅରୂପ କୁମାର ବିଶ୍ବାଳ ଙ୍କ କବିତା // ମହା ଶିବରାତ୍ରୀ

Sunil Chandra Nayak

Leave a Comment

error: Content is protected !!