ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ସାହିତ୍ଯ ଏକାଡେମୀ ର ସଫଳ କାର୍ଯ୍ୟକ୍ରମ “ଆମ ଗାଁ ଆମ ସାହିତ୍ଯ”

ନବରଙ୍ଗପୁର–(ମସିହା)ଓଡିଶା ସାହିତ୍ଯ ଏକାଡେମୀ,ଭୁବନେଶ୍ବର ପକ୍ଷରୁ ନବରଙ୍ଗପୁର ତୃପ୍ତି ଲଜ୍ ସଭାକକ୍ଷରେ ଆମ ଗାଁ ଆମ ସାହିତ୍ଯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଅଧିବେଶନରେ ଓଡିଶା ସାହିତ୍ଯ ଏକାଡେମୀ ସଦସ୍ଯ ଶ୍ରୀ ବଲ୍ଲଭ କୁମାର ରାଉତ ସଭାପତିତ୍ବ କରିଥିବାବେଳେ ବରିଷ୍ଠ ସମାଜସେବୀ ଶ୍ରୀ ଜଗନ୍ନାଥ ମହାପାତ୍ର ମୁଖ୍ଯ ଅତିଥି, ପୂର୍ବତନ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀ ଅଶୋକ କୁମାର ପଟ୍ଟନାୟକ, ବରେଣ୍ଯ ଅତିଥି, ଓଡ଼ିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକାରିଣୀ ସଦସ୍ୟ ଡଃ ଚନ୍ଦ୍ରଶେଖର ହୋତା ମୁଖ୍ଯ ବକ୍ତା ,ଅଧ୍ୟାପକ ଅଖିଳ ଭଟ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶ୍ରୀ ରତିକାନ୍ତ ଦୁବେ କାର୍ଯ୍ୟକ୍ରମ କୁ ସଂଯୋଜନା କରିିଥିଲେ। ଡଃ ପ୍ରଦୀପ କୁମାର ମିଶ୍ର- ସାହିତ୍ୟିକ ଭାଗୀରଥି ପାତ୍ରଙ୍କ ଭିତ୍ତି ପ୍ରବନ୍ଧ, ଶ୍ରୀମତୀ ଜେମାମଣି ବିଷୋୟୀ-ବେଲମତି ହରିଜନ ଙ୍କ,ଶ୍ରୀ ବିଜୟ କୁମାର ଚୌଧୁରୀ-ପ୍ରମିଳା ପଟ୍ଟନାୟକଙ୍କ, ଶ୍ରୀ ଜଗଦୀଶ ଚନ୍ଦ୍ର ତ୍ରିପାଠୀ- ଭାଷ୍କର ପଣ୍ଡା ଙ୍କ, ଅଧ୍ୟାପକ ପରୀକ୍ଷିତ ସାହୁ- ଟିକି ବାବୁ ପଟ୍ଟନାୟକଙ୍କ, ଶ୍ରୀ ସହଦେବ ପରିଡା- ଧୃବ ଚରଣ ସ୍ୱାଇଁ ଙ୍କ, ଶ୍ରୀ ନିରଞ୍ଜନ ମିଶ୍ର- ଲଳିତ ମୋହନ ପଟ୍ଟନାୟକଙ୍କ, ଶ୍ରୀ କେଦାରେଶ୍ବର ପଟ୍ଟନାୟକ-ଭ୍ରମରବର ଛାଟୋଇ ଙ୍କ, ଶ୍ରୀମତୀ ପ୍ରଭାତୀ ଦେବନାଥ- ମଞ୍ଜୁ ଘୋଷ ତ୍ରିପାଠୀ ଙ୍କ, ଅଧ୍ୟାପକ ଗୋପାଳ ମହାରଣା- ଦାମୋଦର ଦାଶଙ୍କ, ଶ୍ରୀ ରାମ ପ୍ରସାଦ ପାତ୍ର- ନାରାୟଣ ମହାଙ୍କୁଡ ଙ୍କ, ଡଃ ସାଇ ରମେଶ ରାଓ- ନୀଳମଣି ତ୍ରିପାଠୀ ଙ୍କ, ଶ୍ରୀ ଦ୍ବିତୀକୃଷ୍ଣ ପଣ୍ଡା- ସଦାଶିବ ଦାଶଙ୍କ, ଶ୍ରୀମତୀ ସୁଶୋଭିତା ମେରିଲିନ ତୁରୁକ- ରାମନାଥ ପାଣିଗ୍ରାହୀ ଙ୍କ ,ଶ୍ରୀ ଦୁର୍ଗାପ୍ରସାଦ ପାଢୀ- ପ୍ରେମାନନ୍ଦ ମଲ୍ଲିକ ଙ୍କ ଓ ଶ୍ରୀ ବଲ୍ଲଭ କୁମାର ରାଉତ- ତ୍ରିପୁରାରୀ ତ୍ରିପାଠୀଙ୍କ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ । ଶ୍ରୀ ବଂଶୀଧର ଭୂୟା ଧନ୍ୟବାଦ ଦେଇଥିଲେ। 

ଦ୍ବିତୀୟ ଅଧିବେଶନ କବିତା ପାଠରେ ସଭାପତି ଶ୍ରୀ ପ୍ରେମଚାନ୍ଦ ପଟ୍ଟନାୟକ, ସମ୍ମାନିତ ଅଧ୍ୟାପକ ଦିଲ୍ଲୀପ ହୋତା,ଶ୍ରୀ ସୁଧୀରାଜ ରାଉତ ଥିବାବେଳେ ଅଧ୍ୟାପିକା ସ୍ବପ୍ନା ମହାନ୍ତି ,ଶ୍ରୀମତୀ ଜାହ୍ନବୀ ପଣ୍ଡା ସଂଯୋଜନା କରିଥିବାବେଳେ ଶ୍ରୀ ମନୋଜ ପଟ୍ଟନାୟକ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ। ଏହା ଏକ ସଫଳ କାର୍ଯ୍ୟକ୍ରମ ଥିଲା।ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ରମେଶ ଚନ୍ଦ୍ର ନାହାକଙ୍କ ୩୦୦୦ବର୍ଷର କ୍ୟାଲେଣ୍ଡର ଉନ୍ମୋଚିତ ହୋଇଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍

Related posts

ଦୁଇ ନମ୍ବର କାଉନସିଲୋର ଘର ସମ୍ମୁଖର ରାସ୍ତା ସାରା ଖାଲ

masiha

ଗରିବରର ବନ୍ଧୁ ଡ଼ଃ.ଅନ୍ନଦା ଶଙ୍କର ଦାଶ ଙ୍କ ମହାନତା

Sunil Chandra Nayak

ଅନିଶ୍ଚିତତା ମଧ୍ଯରେ ଧର୍ମଗଡ ଇଲେକ୍ଟ୍ରିକ ଡିଭିଜନ। ଧର୍ମଗଡ଼ ଇଲେକ୍ଟ୍ରିକାଲ ଡିଭିଜନ ସ୍ଥାନାନ୍ତିକରଣ ପ୍ରସଙ୍ଗକୁ ନେଇ  ବିଧାନସଭାରେ ପ୍ରଶ୍ନ ଉଠାଇଲେ ଧର୍ମଗଡ ବିଧାୟକ…

masiha

Leave a Comment

error: Content is protected !!