ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଖରେ ନଥିଲା ସମ୍ୱଳ…୪୦ କିଲୋମିଟର ମୃତଦେହ ଧରି ଚାଲିଲେ ସ୍ୱାମୀ

୨୦୧୬ କଳାହାଣ୍ଡି ଜିଲ୍ଲା ଦାନ ମାଝି ଘଟଣାର ପୁନରାବୃତ୍ତି….

୩୩ କିମି ବୋହିଲେ ପତ୍ନୀଙ୍କ ଶବ

ଦାଦନର କରୁଣ ଚିତ୍ର। ସ୍ତ୍ରୀର ମୃତ ଦେହ ଧରି ଚାଲି ଚାଲି ବାହାରିଲେ ଭିଟାମାଟି । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଳକ୍ ଅମ୍ପାବାଲି ପଞ୍ଚାୟତର ସୋରଡ଼ା ଗ୍ରାମର ଏକ ଶ୍ରମିକ ପରିବାରରେ।

ଗାଁର ଗୋଟିଏ ଦମ୍ପତ୍ତି ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଯାଇଥିଲେ । ତିନିଦିନ ତଳେ ସ୍ତ୍ରୀର ସ୍ଵାସ୍ଥ୍ୟ ଅସୁସ୍ଥ ହେବାରୁ ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ କରାଇଥିଲେ । ଚିକିତ୍ସିତ ଅବସ୍ଥାରେ ସ୍ତ୍ରୀର ମୃତ୍ୟୁ ହୋଇଥିବାବେଳେ ନିଜ ଭିଟାମାଟିକୁ ସ୍ତ୍ରୀର ମୃତଶରୀର ଆଣିବାକୁ ନଥିଲା ପାଖରେ ସମ୍ବଳ ।

 ଆନ୍ଧ୍ରରେ ଏହି ଘଟଣା ଘଟିଥିବା ବେଳେ ପତ୍ନୀଙ୍କ ଶବ କାନ୍ଧରେ ବୋହିଥିବା ବ୍ୟକ୍ତି ଜଣଙ୍କ ଓଡ଼ିଆ। ଶବ ବାହାକ ଗାଡ଼ି ନ ମିଳିବାରୁ ସ୍ତ୍ରୀର ମୃତଦେହକୁ ପ୍ରାୟ ୩୩ କିଲୋମିଟର ବୋହି ଆଣିବାପରେ ଏହି ଅଭାବନୀୟ ଦୃଶ୍ୟ ଆନ୍ଧ୍ର ପୁଲିସ ନଜରକୁ ଆସିଥିଲା। ଆନ୍ଧ୍ର ପୁଲିସ ମାନବିକତା ଦେଖାଇବା ସହିତ ଆମ୍ବୁଲାନ୍ସରେ କୋରାପୁଟ ଜିଲ୍ଲାକୁ ଶବ ପଠାଇବା ବ୍ୟବସ୍ଥା କରିଥିଲା।

 ୬ବର୍ଷ ପରେ କଳାହାଣ୍ଡି ଜିଲ୍ଲା ଦାନ ମାଝି ଘଟଣାର ପୁନରାବୃତ୍ତି ଘଟିଛି। ଏଥର ଆନ୍ଧ୍ରରେ ଏହି ଘଟଣା ଘଟିଥିବା ବେଳେ ପତ୍ନୀଙ୍କ ଶବ କାନ୍ଧରେ ବୋହିଥିବା ବ୍ୟକ୍ତି ଜଣେ ଓଡ଼ିଆ। ପ୍ରାୟ ୩୩ କିଲୋମିଟର ବୋହି ଆଣିବାପରେ ଏହି ଅଭାବନୀୟ ଦୃଶ୍ୟ ଆନ୍ଧ୍ର ପୁଲିସ ନଜରକୁ ଆସିଥିଲା। ଆନ୍ଧ୍ର ପୁଲିସ ମାନବିକତା ଦେଖାଇବା ସହିତ ଆମ୍ବୁଲାନ୍ସରେ କୋରାପୁଟ ଜିଲ୍ଲାକୁ ଶବ ପଠାଇବା ବ୍ୟବସ୍ଥା କରିଛି।

ଏହି ବ୍ୟକ୍ତି ଜଣକ ହେଲେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍‌ର ଗୁରୁ। ଗୁରୁ ଓ ତାଙ୍କ ପତ୍ନୀ ବିଶାଖାପାଟଣାରେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। କିଛିଦିନ ତଳେ ପତ୍ନୀଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ଗୁରୁତର ହୋଇଯାଇଥିଲା। ସଂକଟାପନ୍ନ ଅବସ୍ଥାରେ ପତ୍ନୀଙ୍କୁ ସାଗରବାଲସାସ୍ଥିତ ଗୋଟିଏ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ଗୁରୁ। କିନ୍ତୁ, ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ସକାଳେ ପତ୍ନୀଙ୍କ ମୃତ୍ୟୁ ହୋଇଯାଇଥିଲା। ପତ୍ନୀଙ୍କ ଅକାଳ ବିୟୋଗ ପରେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ଗୁରୁ ଶେଷକୃତ୍ୟ ପାଇଁ ଶବ ଗାଁକୁ ନେବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଏଭଳି ସ୍ଥିତିରେ ଡାକ୍ତରଖାନା କର୍ତ୍ତୃପକ୍ଷ ଆଦୌ ସହଯୋଗ କରିନଥିଲେ।

ଡାକ୍ତରଖାନା ପକ୍ଷରୁ ଶବ ନେବା ପାଇଁ ଗାଡ଼ି ଦିଆଯାଇ ନଥିଲା। ଏହାପରେ ସହାୟତା ପାଇଁ ଘୂରି ବୁଲିବା ସହ ବିଭିନ୍ନ ସ୍ଥାନରେ ଯୋଗାଯୋଗ କରିଥିଲେ। ତଥାପି କେହି ସହାୟତା ପାଇଁ ଆଗେଇ ଆସିନଥିଲେ। ଏପଟେ ପତ୍ନୀଙ୍କ ଚିକିତ୍ସା ବାବଦରେ ସମସ୍ତ ଟଙ୍କା ଖର୍ଚ୍ଚ କରି ସାରିଥିବାରୁ ଗାଡ଼ି ଭଡ଼ା କରି ନେବାକୁ ପକେଟ୍‌ରେ ଆଦୌ ଟଙ୍କା ନଥିଲା।

ରାଜ୍ୟ ବାହାରେ ଅସହାୟ ଅବସ୍ଥାରେ ରହିଥିବା ଗୁରୁ ଶେଷରେ ପତ୍ନୀଙ୍କୁ କାନ୍ଧରେ ବୋହି ଗାଁ ପର୍ଯ୍ୟନ୍ତ ଯିବାକୁ ସ୍ଥିର କରିଥିଲେ। ଡାକ୍ତରଖାନାରୁ ପତ୍ନୀଙ୍କ ଶବ କାନ୍ଧରେ ପକାଇ ଗାଁ ଅଭିମୁଖେ ବାହାରି ପଡ଼ିଥିଲେ। ଜାତୀୟ ରାଜପଥରେ ଚାଲିଚାଲି ଯିବା ମଧ୍ୟରେ ଅନେକ ଲୋକ ଏହି ଅଭାବନୀୟ ଦୃଶ୍ୟ ଦେଖିଥିଲେ। ଚକିତ ହୋଇଥିଲେ ସୁଦ୍ଧା କେହି ସହାୟତା କରିନଥିଲେ। ପ୍ରାୟ ୩୩କିଲୋମିଟର ଚାଲିବା ପରେ ବିଜୟନଗର ନିକଟରେ କିଛି ଲୋକ ଦେଖିବା ପରେ ସ୍ଥାନୀୟ ପୁଲିସକୁ ‌ଖବର ଦେଇଥିଲେ। ପୁଲିସ ପହଞ୍ଚି ଗୁରୁଙ୍କୁ ପଚରାଉଚରା କରିଥିଲା। ଟଙ୍କା ଅଭାବରୁ ଗାଡ଼ି ନପାଇ ପତ୍ନୀଙ୍କ ଶବ କାନ୍ଧେଇ ନେଉଥିବା ଜାଣିବା ପରେ ବିଜୟନଗର ଗ୍ରାମାଞ୍ଚଳ ପୁଲିସ ଏସ୍‌ଆଇ କିରଣ କୁମାର ସହାୟତାର ହାତ ବଢ଼ାଇଥିଲେ। ତୁରନ୍ତ ଗୋଟିଏ ଆମ୍ବୁଲାନ୍ସ ବ୍ୟବସ୍ଥା କରି ଗାଁକୁ ଶବ ପଠାଇବା ବ୍ୟବସ୍ଥା କରିଥିଲେ। ଗୋଟିଏପଟେ ଟଙ୍କା ଅଭାବରୁ ପତ୍ନୀଙ୍କ ଶବ କାନ୍ଧରେ ବୋହିବା ଘଟଣା ଜନମାନସକୁ ବେଶ୍‌ ଆନ୍ଦୋଳିତ କରିଥିବା ବେଳେ ଅନ୍ୟପଟେ ଆନ୍ଧ୍ର ପୁଲିସର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ବେଶ୍‌ ପ୍ରଶଂସା କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ୨୦୧୬ ମସିହାରେ ନିଜ ପତ୍ନୀଙ୍କ ମୃତଦେହକୁ ୧୦କିଲୋମିଟ ବୋହି ଜାତୀୟ ଅନ୍ତର୍ଜତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିଲେ ଦାନ ମାଝୀ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

କଲେଜ ଛାତ୍ର ଛାତ୍ରୀ ଙ୍କ ମନ୍ଦିର ସଫେଇ କାର୍ଯ୍ୟକ୍ରମ

Sunil Chandra Nayak

କୋଲ୍ହୋନ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ମେହେର ଜୟନ୍ତୀ ଅନୁଷ୍ଠିତ

masiha

ରାଇରଙ୍ଗପୁରରେ ହ୍ୟୁମାନ ରାଇଟସ ଫ୍ରଣ୍ଟ ଇଣ୍ଡିଆ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ମାନବାଧିକାର ତାଲିମ ଶିବିର

Sunil Chandra Nayak

Leave a Comment

error: Content is protected !!