ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ ରେଡକ୍ରସ ର ୩ଦିନିଆ କର୍ମଶାଳା ଉଦଘାଟିତ

ରାଉରକେଲା/ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସର ୩ଦିନିଆ କର୍ମଶାଳା ସେକ୍ଟର ୪ ସ୍ଥିତ ରାଉରକେଲା କଲେଜ, ରାଉରକେଲା ଠାରେ ଉଦଘାଟିତ ହୋଇଯାଇଛି । କଲେଜର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ପାନପୋଷ ଉପଜିଲ୍ଲାପାଳ ଅଭିମନ୍ୟୁ ମାଝୀ ମୁଖ୍ୟଅତିଥି ଭାବେ, ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆବାହକ ପ୍ରଫେସର ପିତାମ୍ବର ବେହେରା ଓ ଜିଲ୍ଲା ସଂଯୋଜକ ପ୍ରଫେସର ସୁମନ୍ତ ଦ୍ବିବେଦୀ ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ ସେମାନଙ୍କ ବକ୍ତବ୍ଯ ରେ କହିଲେ ଯେ ମାନବ ସେବା ହିଁ ମାଧବ ସେବା। କାହାପ୍ରତି ବାଛ ବିଚାର ନରଖି ସମସ୍ତେ ଚଳଚଞ୍ଚଳ ରହିବା ତଥା ସବୁ ପରିସ୍ଥିତିରେ ସବୁ ସମୟରେ ସେବା ମନୋଭାବ ବଜାୟ ରଖିବା ଉପରେ ଗୁରୁତ୍ବାରୋପ କରିଥିଲେ । ଏହା ସହ ରେଡକ୍ରସ ର ପ୍ରତିଷ୍ଠାତାଙ୍କ ମୁଳଲକ୍ଷ୍ୟ ସଂପର୍କରେ ଆଲୋଚନା କରାଯାଇଥିଲା । ପ୍ରାରମ୍ଭରେ ଯୁବ ରେଡକ୍ରସ ରାଉରକେଲା କଲେଜର କାଉନସିଲର ପ୍ରଫେସର ରଶ୍ମିରଞ୍ଜନ ରାଉତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟାପିକା ବୈଜୟନ୍ତୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟତମ ଅଧ୍ୟାପକ ମନୋଜ ଦଳେଇ ଓ ଯୁବ ରେଡକ୍ରସ ର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଏହି ଅବସରରେ ଜିଲ୍ଲାର ପ୍ରାୟ ୩୬ଟି ଶିକ୍ଷାନୁଷ୍ଠାନର ଦେଢଶହ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିବାବେଳେ ଏହା ଆସନ୍ତା ୧୧ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କୋଣାର୍କ ମହୋତ୍ସବ: ବାଲୁକା କଳାରେ ‘ମାଣବସା’

masiha

ଜିଲ୍ଲାସ୍ତରୀୟ ପlଣି ପଞ୍ଚାୟତ ପକ୍ଷ ୨୦୨୪-୨୫ ସମ୍ମିଳନୀ ଅନୁଷ୍ଠିତ 

masiha

କେଉଁ ଚାଷୀଙ୍କୁ ମିଳିବ କେତେ ସହାୟତା ?

masiha

Leave a Comment

error: Content is protected !!