ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଅର୍ଥ ହଡପ ଘଟଣାରେ ତତ୍କାଳୀନ କିରାଣିକୁ ଗିରଫ କଲା ଭିଜିଲାନ୍ସ

ନବରଙ୍ଗପୁର—(ମସିହା)ସରକାରୀ ଅର୍ଥ ହଡପ ଘଟଣାରେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ତହସିଲର ତତ୍କାଳୀନ ବରିଷ୍ଠ କିରାଣୀ ଚନ୍ଦନା ମଣ୍ଡଳଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏହାପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ୬୯ ଲକ୍ଷ ୨୪ ହଜାର ୭୧୦ ଟଙ୍କା ସରକାରୀ ଅର୍ଥ ହଡପ କରିଥିବା ଘଟଣାରେ ଭିଜିଲାନ୍ସ ଥାନା କେସ ନମ୍ବର ୪/୨୩ରେ ମାମଲା ରୁଜୁ ସହ ତାଙ୍କୁ ଗିରଫ କରାଯାଇଥିବା ନବରଙ୍ଗପୁର ଭାରପ୍ରାପ୍ତ ଭିଜିଲାନ୍ସ ଡିଏସପି କଳାବତୀ ବାଗ ସୁଚନା ଦେଇଛନ୍ତି। ସୁଚନା ଅନୁଜାୟୀ ୨୦୧୨ ରୁ ୨୦୧୬ ମଧ୍ୟରେ ଚଞ୍ଚକତା କରି ଚନ୍ଦନା ୧ କୋଟି ୬୨ ଲକ୍ଷ ଟଙ୍କା ସରକାରୀ ଅର୍ଥ ହଡପ କରିଥିବା ନେଇ ତାଙ୍କ ନାମରେ ଅଭିଜୋଗ୍ ହୋଇଥିଲା । ଉକ୍ତ ଘଟଣାରେ ଡାବୁଗାଁ ଥାନାରେ ତାଙ୍କ ନାମରେ ଏକ ମାମଲା ରୁଜୁ ହେବା ପରେ ପୋଲିସ ଓ ପ୍ରଶାସନ ପକ୍ଷରୁ ତଦନ୍ତ୍ ହୋଇଥିଲା ।ନିଲମ୍ବିତ ପରେ ତେନ୍ତୁଳିଖୁଣ୍ଟି ତହସିଲରେ ଅବସ୍ଥାପିତ କରାଯାଇଥିଲା ।ତେବେ ସେ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ଦେଖାଇ ଫେରାର ହୋଇଥିଲେ।୨୦୨୧ ଅକ୍ଟୋବରରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚଲାଣ କରିଥିଲା।ପରେ ଚନ୍ଦନା ଜାମିନିରେ ଆସି ଥିଲେ।ପରବର୍ତ୍ତୀ ସମୟରେ ତତ୍କାଳୀନ ଜିଲ୍ଲାପାଳ ଅଜିତ କୁମାର ମିଶ୍ର ତାଙ୍କୁ ଚାକିରୀରୁ ବହିଷ୍କାର କରି ଥିଲେ।ଏହାକୁ ନେଇ ଚନ୍ଦନା ହାଇକୋର୍ଟର ଦ୍ଵାରସ୍ଥ୍ ହୋଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଉତ୍କଳ ସମ୍ମିଳନୀ ରାଉରକେଲା ଶାଖା ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ମଧୁବାବୁ 

Sunil Chandra Nayak

କୃଷି ବିଭାଗର ଦାୟିତ୍ୱ ଗ୍ରହଣ କଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ

masiha

୧- ଉଦ୍ୟାନ କୃଷି ବିଭାଗ ତରଫ ରୁ ଏକ ପେଡ୍ ମା କେ ନାମ ରେ ୧୫ ଟି ଆମ୍ବ ବୃକ୍ଷ ରୋପଣ, ମାଆ କୁ ସମ୍ମାନ, ପରିବେଶକୁ ସୁରକ୍ଷା  , – ୨- ନାରାୟଣପାଟଣା ବନାଞ୍ଚଳ ଏକ ପେଡ୍ ମା କେ ନାମ ରେ ୩୦୦୦ ବୃକ୍ଷ ରୋପଣ, ମାଆ କୁ ସମ୍ମାନ, ପରିବେଶକୁ ସୁରକ୍ଷା , ୩- ବନ୍ଧୁଗାଁ ବ୍ଲକର ୧୩ ଟି ପଞ୍ଚାୟତରେ ଏକ ପେଡ୍ ମା କେ ନାମ ରେ ୬୫୦୦ ବୃକ୍ଷ ରୋପଣ, ମାଆ କୁ ସମ୍ମାନ, ପରିବେଶକୁ ସୁରକ୍ଷା 

Sunil Chandra Nayak

Leave a Comment

error: Content is protected !!