ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ 

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ 

 ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବୀ ପତ୍ର ପ୍ରଦାନ 

ରାଇଘର ୮/୨ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ଅନିୟମିତତାକୁ ନେଇ ଆଜି ସ୍ଥାନୀୟ ବିଜେପି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଥିଲା | ଏହି ଅବସରରେ ଆଜି ଦିନ ଦ୍ବିପହାର‌ରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ସନ୍ତୋଷ ମହାପାତ୍ର , ମଣ୍ଡଳ ସଭାପତି ଶିବ ଗଣ୍ଡ ମନହର ଦଣ୍ଡସେନା , ଶିବନାଥ ବାନାର୍ଜୀ , ଶରତ ଜେନା , ଜିତୁ ଶ୍ରୀବାସ୍ତବ , ତିରୁପତି ପାତ୍ର , ରୀଙ୍କୁ ଶ୍ରୀବାସ୍ତବ ପ୍ରମୂଖଙ୍କ ସମେତ ପ୍ରାୟ ୪ ହଜାରରୁ ଅଧିକ ବିଜେପି କର୍ମୀ ଓ ସମର୍ଥକଙ୍କ ଉପସ୍ଥିତରେ ଏକ ବିଶାଳ ରାଲି ସ୍ଥାନୀୟ ନୂତନ ବସଷ୍ଟାଣ୍ଡ ଠାରୁ ବାହାରି ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ l ସେଠାରେ ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ବରିଷ୍ଟ ନେତାମାନେ ନିଜ ନିଜ ଅଭିଭାଷଣ ରଖିଥିଲେ l ବ୍ଲକରେ ମୋଟ ୨୬ ଗୋଟି ପଂଚାୟତର ପ୍ରାୟ ୫ ହଜାର ୨ ଶହ ହିତାଧିକାରୀ ପ୍ରଧାନ ମନ୍ତ୍ରୀ ଆବାସରେ ଘର ପାଇବାକୁ ଯୋଗ୍ୟ ଥିବା ସହିତ ସେମାନଙ୍କ ଜିଓଟେଗ୍‌ ସରି ଯାଇଥିବା ବେଳେ ବର୍ତ୍ତମାନ ପ୍ରାୟ ୪ ହଜାର ୧୦୮ ଜଣଙ୍କ ତାଲିକାରେ ସ୍ଥାନ ଦିଆଯାଇଥିବା ଜଣାପଡିଛି | ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳି ନଥିବା ବେଳେ ସରକାରୀ ଦଳର କର୍ମକର୍ତ୍ତାଙ୍କୁ ଆବାସ ଦିଆଯାଉଛି ବୋଲି ଅଭିଯୋଗ କରିଥିଲେ | ପ୍ରଶାସନ ପକ୍ଷରୁ ମଧ୍ୟ ସେମାନଙ୍କୁ ଅଣଦେଖା କରାଯାଉଥିବା ବେଳେ ପୁନର୍ବାର ସର୍ଭେ କରି ନିରୀହ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଉ ବୋଲି ଦାବି କରିଥିଲେ | ଦାବୀ ପୂରଣ ନ ହେଲେ ଆଗାମୀ ଦିନରେ ଆଂଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ରାଇଘର ଅଂଚଳର ସମସ୍ତ ଭାଜପା କର୍ମକର୍ତା ତଥା ସମର୍ଥିତ ସରପଂଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭବାନୀପାଟଣାରେ ସମାଜବାଦିପାର୍ଟି ବିଶାଳ ଶୋଭାଯାତ୍ରା କରି ସାଂସଦ ପ୍ରାର୍ଥୀ ଶିବ ହାତୀଙ୍କ ନାମାଙ୍କନ ପତ୍ର ଦାଖଲ

masiha

୧୩୩ ତମ ମନ କି ବାତ୍ କାର୍ଯ୍ଯକ୍ରମ

Sunil Chandra Nayak

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଉଚ୍ଚ ନ୍ୟାୟାଳୟର ସ୍ଥାୟୀ/ସର୍କିଟ ବେଞ୍ଚ ଦାବି ନେଇ କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ଭେଟିଲେ ଡ଼ଃ ସସ୍ମିତ ପାତ୍ର

Leave a Comment

error: Content is protected !!