ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇ ଦିନିଆ ଖାଦ୍ୟ ମେଳା ଉଦଯାପିତ ,ମାଣ୍ଡିଆ ପିଠା ପଣା ରେ ମହକିଲା ମଞ୍ଚ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ଆତ୍ମା କାର୍ଯଳୟ ପରିସରରେ ମଙ୍ଗଳବାର ଆରମ୍ଭ ହୋଇଥିବା ଦୁଇଦିନିଆ ଖାଦ୍ୟ ମେଳା ବୁଧବାର ଉଦଯାପିତ ହୋଇଯାଇଛି l ଉଦଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷ୍ୟା କୁନି ସାହୁ, ସମ୍ମାନିତ ଅତିଥି ଭାବେ ବିଡ଼ିଓ ସୁଚରିତା ମୁଗ୍ରୀ, ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, କର୍ଲାମୁଣ୍ଡା ବ୍ଲକ କ-ଜୋନ ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ସହକାରୀ କୃଷି ଅଧିକାରୀ ଜିତେନ୍ଦ୍ର ମୂର୍ମୁ, ମିଶନ ଶକ୍ତି ବିପିସି ବିପିନ ବାରିକ, ଓଏଲଏମ ଭାରପ୍ରାପ୍ତ ବିପିଏମ୍ ଲଳିତ କୁମାର ବିଶି, ସ.ମାଲପଡା ସରପଞ୍ଚ ବରୁଣ ଛତ୍ରୀଆ, ପ୍ରକଳ୍ପ କାର୍ଯ୍ୟ କାରି ସଂସ୍ଥା ର ବିପିସି ଜଗଦୀଶ ପ୍ରସାଦ ରଣା, ଏବିପିସି ପ୍ରଦୀପ କୁମାର ସାହୁ, କାର୍ଯ୍ୟକ୍ରମ ସଂଯୋଜକ ଅମ୍ବରିଷ ମିଶ୍ର ପ୍ରମୁଖ ଯୋଗ ଦେଇ ସରକାରଙ୍କ ମିଲେଟ ମିଶନ ଯୋଜନା ତଥା ମାଣ୍ଡିଆ କୁ ଦୈନନ୍ଦିନ ଜୀବନରେ ଖାଦ୍ୟ ରୂପେ ଗ୍ରହଣ କରିବା ର ଆବଶ୍ୟକ ତା ଉପରେ ଆଲୋଚନା କରିବା ସହ ଷ୍ଟଲ ଗୁଡିକ ରେ ମାଣ୍ଡିଆ ର ପିଠା ପଣା ପ୍ରଦର୍ଶନୀ କୁ ବୁଲି ଦେଖିଥିଲେ l ଉଦଯାପନି ଦିବସରେ ବିପିସି ଜଗଦୀଶ ପ୍ରସାଦ ରଣା, ଏବିପିସି ପ୍ରଦୀପ କୁମାର ସାହୁ, ଏଓ ଅରୁଣ କୁମାର ପାଢୀ, ଓଏଲଏମ ର ଭାରପ୍ରାପ୍ତ ବିପିଏମ୍ ଲଳିତ କୁମାର ବିଶି ପ୍ରମୁଖ ଯୋଗ ଦେଇ କ୍ଷୁଦ୍ର ଜାତୀୟ ଶଷ୍ୟର ଉପକାରୀତା ଉପରେ ଆଲୋଚନା କରିଥିଲେ l ଶିବିରରେ ସୁଭଦ୍ରା ସ୍ୱୟଂ ସହାୟକ ଗୋଷ୍ଠୀ ରିଷିଡା ଓ ସରସ୍ୱତୀ ସ୍ୱୟଂ ସହାୟକ ଗୋଷ୍ଠୀ ବିଜାପାଟି ର ସଭ୍ୟା ମାନଙ୍କଦ୍ଵାରା ପ୍ରସ୍ତୁତ ମାଣ୍ଡିଆ ବରା, ସିଙ୍ଗଡ଼ା, ମିକ୍ଚର, ଲଡୁ, ମାଲପା,ବିସ୍କୁଟ, କେକ୍ ଓ କାଙ୍ଗୁ ବିସ୍କୁଟ, କୋଦୋ କ୍ଷୀରି, ମାଣ୍ଡିଆ ପଣା ପ୍ରଭୁତି ବେଶ ଆକର୍ଷଣୀୟ ହୋଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ଗୋଷ୍ଠୀ ସଂଗଠକ ଜିତେନ୍ଦ୍ର ଭୋଇ, ମଞ୍ଜୁ କୁମାର, ଅଜିତ କୁମାର ପ୍ରଧାନୀ, ସିଆରପି ଭାନୁମତି ପ୍ରଧାନ, ଜୀବର୍ଦ୍ଧନ ସାହୁ, ବାଲ୍ମୀକି ଛତ୍ରୀଆ, ପ୍ରବୀଣ ଭୋଇ, ଶ୍ରଦ୍ଧାଞ୍ଜଳୀ ବାଗ, କ୍ଷୀର କୁମାର, ସତ୍ୟ ପ୍ରଧାନ, ଭୂପିନ୍ଦର ଚୌଧୁରୀ, କୃଷକସାଥି ସାମନ୍ତ ଦୀପ, ଅଜୁ ରଣା ଓ ସମସ୍ତ ଏମବିକେ, ସିଆରର୍ପି, ଗ୍ରାମ କୃଷି କର୍ମଚାରୀ ମାନେ ସହଯୋଗ କରିଥିଲେ l କାର୍ଯ୍ୟକ୍ରମ କୁ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ଆୟୋଜନ କରିଥିବା ବେଳେ ଓଡିଶା ସରକାରଙ୍କ ଓଡିଶା ମିଲେଟ ମିଶନ, ମିଶନଶକ୍ତି, ଆତ୍ମା କଳାହାଣ୍ଡି ଓ ୱାସନ ସହାୟତା କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

କଣ୍ଟାବାଞ୍ଜିରେ ସରକାରୀ ଜମି ଜବରଦଖଲ ଅଭିଯୋଗ ଜୋରଦାର

Sunil Chandra Nayak

ସିମିଳିଭଟା ତାଣ୍ଡିପଦରରେ ଜଙ୍ଗଲୀ ହାତୀପଲଙ୍କ ଉପଦ୍ରବ, ୩ ପରିବାର ସର୍ବସ୍ବାନ୍ତ

Sunil Chandra Nayak

ମଣ୍ଡେଇ ମହୋତ୍ସବ-୨୦୨୫ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!