ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଂସଦ ଏବଂ ବିଧାୟକ ଙ୍କ ଝରିଗାଁ ବ୍ଲକ ରେ ତୋଫାନୀ ଗସ୍ତ

ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ଏବଂ ଝରିଗାଁ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ମାଝୀ ଆଜି ଦିନିକିଆ ଝରିଗାଁ ବ୍ଲକ ମାରାଥନ ଗସ୍ତରେ ଆସି ବିଭିନ୍ନ ପଞ୍ଚାୟତ ଗସ୍ତ କରି ଉନ୍ନୟନମୂଳକ ପ୍ରକଳ୍ପ ର ଉଦଘାଟନ ଓ ଶୁଭ ଭିତ୍ତିପ୍ରସ୍ତର ଦେବାସହ ସ୍ଥାନୀୟ ଜନସାଧାରଣ ଙ୍କ ଅଭିଯୋଗ ଓ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।ସର୍ବ ପ୍ରଥମେ ବାଣୁଆଗୁଡ଼ା ଗ୍ରାମପଞ୍ଚାୟତ ଗସ୍ତ କରି ପଲସଗାଁ ଏବଂ ସିନ୍ଧିଗୁଡ଼ା ଠାରେ ବୃହତ୍ତ ପାନୀୟ ଜଳ ପ୍ରକଳ୍ପ ର ଶୁଭଉଦ୍ଘାଟନ କରିଥିଲେ ଏହାପରେ ଧାମନାନଗୁଡ଼ା ଗ୍ରାମ ପଞ୍ଚାୟତ ଗସ୍ତ କରି ଧାମନଗୁଡ଼ା ରାଜସ୍ୱ ନିରୀକ୍ଷକ କାର୍ଯ୍ୟଳୟ ଗୃହର ଶୁଭ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ ଓ ଆଦିବାସୀ ଭତ୍ରା ବିକାଶ ପରିଷଦ ଗୃହ ଶୁଭଉଦ୍ଘାଟନ କରିଥିଲେ, ଏକମ୍ୱା ଠାରୁ ମେଦନା ରାସ୍ତା ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ ଶେଷରେ ଡ଼ଙ୍ଗରିଗୁଡ଼ା ଗ୍ରାମ ପଞ୍ଚାୟତ ଗସ୍ତ କରି ଡ଼ଙ୍ଗରୀଗୁଡ଼ା ଓ ଆସାମଗୁଡ଼ା ଗ୍ରାମରେ  ବ୍ରିଜର  ଶୁଭଭିତ୍ତିପ୍ରସ୍ଥାର ସ୍ଥାପନ କରିଥିଲେ। ଏହି ମାରାଥନ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ  ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ଗ୍ରାମାଞ୍ଚଳର ଉନ୍ନତି ତଥା ସାଧାରଣ ଜନତାଙ୍କ ସର୍ବନିମ୍ନ ଆବଶ୍ୟକତାକୁ ରାଜ୍ୟ ସରକାର ସର୍ବଦା ପ୍ରାଥମିକତା ଦେଇ ଆସୁଥିବାବେଳେ ଦୁର୍ଗମ ଅଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟ ବିଶେଷ କରି ଗମନାଗମନ ବ୍ୟବସ୍ଥା କୁ ପ୍ରାଥମିକତା ଦେଇ ସରକାର ଙ୍କ ବିକାଶର ଧାରା ଆଗକୁ ବଢ଼ି ଚାଲିଥିବ ବୋଲି ନିଜର ମତ ରଖିଥିଲେ।ସେହିପରି ସ୍ଥାନୀୟ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ମାଝୀ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସଚେତନ କରି ଏହାର ଲାଭ ଉଠାଇବା ପାଇଁ ଗ୍ରାମବାସୀ ଙ୍କୁ ବୁଝାଇଥିଲେ।ବ୍ଲକ ସାଂସଦ ପ୍ରତିନିଧି ପ୍ରିୟ ରଞ୍ଜନ ଦାଶ ଙ୍କ ପୌରହିତ୍ୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସରକାର ଉଠା ଜଳସେଚନ ନିଗମର ପରାମର୍ଶଦାତା ପ୍ରମୋଦ ପାଢ଼ୀ, ଝରିଗାଁ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଶ୍ୟାମ ସୁନ୍ଦର ନାୟକ,ଯମୁନା ଗଣ୍ଡ,ବ୍ଲକ ବିଜେଡି ସଭାପତି ଟିକଚାନ୍ଦ ମାଝୀ,ବିଧାୟକ ପ୍ରତିନିଧି ରାମଧର ମାଝୀ,ବିଡ଼ିଓ ସତ୍ୟ ନାରାୟଣ ମେହେର, ସହକାରୀ ଯନ୍ତ୍ରୀ ବିନୀତ ମିଶ୍ର,ସରପଞ୍ଚ ମୋହନ ନାୟକ, ଥବିର ପୂଜାରୀ,ରାଜୁ ସାନ୍ତା,ଚୈତନ ଗଣ୍ଡ,ଯମୁନା ଗଣ୍ଡ,ଲଷ୍ମୀ ଭତ୍ରା, ଭାଗତ ମାଝୀ, ମହେନ୍ଦ୍ର ପୂଜାରୀ, କୁମୁଦିନି ପୂଜାରୀ, ବାସନ୍ତି ନାୟକ,ଦୁବରାଜ ସି,ରାକେଶ ଜେନା, ବାବୁଲି ସୁନାନି,ବଂଶୀ ପନକା,ଚିତ୍ତ ରଞ୍ଜନ ପାଣ୍ଡେ,ଜୟା ରାଓ ତଥା ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଝରିଗାଁ ରୁ କିଶୋର ଚନ୍ଦ୍ର ମଣ୍ଡଳ ଙ୍କ ରିପୋର୍ଟ 

Related posts

ଚଳିତ +୨ ବାର୍ଷିକ ପରୀକ୍ଷା-୨୦୨୫ରେ ଢେଙ୍କାନାଳ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀଙ୍କ ସଫଳତା 

masiha

ଆମ ଓଡ଼ିଶା ନବୀନ ଓଡ଼ିଶା ର ଶୁଭାରମ୍ଭ

masiha

ନୂଆପଡ଼ାରେ ଶିକ୍ଷା ସମୀକ୍ଷା ବୈଠକ: ପ୍ରତି ଦୁଇ ମାସରେ ହେବ ‘ଯୁବ ବୈଜ୍ଞାନିକ ସମାବେଶ’, କିଶୋର ଚନ୍ଦ୍ର ଯୋଶୀଙ୍କୁ ‘ଶିକ୍ଷା ମିତ୍ର ପୁରସ୍କାର’

Sunil Chandra Nayak

Leave a Comment

error: Content is protected !!