ସାହିତ୍ୟ ଅଗଣାଅପର୍ତ୍ତି ସେଠୀ ଙ୍କ କବିତା // ମଳୟ by Sunil Chandra NayakFebruary 11, 20230119 Share0 ମଳୟ ଅପର୍ତ୍ତି ସେଠୀ ମଳୟ ବହୁଛି ଦିଗ ଚହଟୁଛି ଫଗୁଣ ଆସିଛି ବୋଲି, ଅଭିମାନୀ କଇଁ ଆଉ କାନ୍ଦୁ ନାହିଁ ହସିଲାଣି ଖିଲି ଖିଲି। ରସିକ ଭଅଁର ହେଲାଣି ପାଗଳ ଖୋଜିଲାଣି ପ୍ରୀତି ସଙ୍ଗ, କୁଆଁରୀ ମନରେ ଲାଗିତ ଗଲାଣି ଭଳି ଭଳି ପ୍ରେମ ରଙ୍ଗ। ଜହ୍ନୁଆ ରାତିଟା ମତୁଆଲା ସାଜି ହୃଦୟକୁ ଦହିଲାଣି, ପିରତୀ ମଦିରା ସବୁ ସାରିଲାଣି ନିଦ ବି ହଜେଇଲାଣି। ମୃଦୁ ମଳୟର ଝଲକା ପବନ ମନ ଶିହରାଇ ଦିଏ, ସୁନ୍ଦରୀ ମଥାର ଲାଜୁଆ ଓଢ଼ଣୀ ଆପେ ଆପେ ଖସିଯାଏ। ଦିନରେ ସପନ ଦେଖିବାକୁ ମନ କଲାଣି ରାଇ କିଶୋରୀ, ଦୋଳ ବିମାନରେ ଝୁଲି ଝୁଲି ପୁଣି ଆସିବ ତା’ ଗିରିଧାରୀ। ବଉଳରୁ ଆମ୍ବ ଚଣା ଗଳିଲାଣି କୋଇଲି ବି ଗାଇଲାଣି, ପ୍ରୀତି ମନ୍ଦାକିନୀ କୁଳୁକୁଳୁ ହୋଇ ପ୍ରତି ହୃଦେ ବହିଲାଣି। ଭାବୁକ ମନରେ ଭାବର ଜୁଆର ଦେଖ କୂଳ ଲଙ୍ଘିଲାଣି, ପ୍ରୀତିର ଯମୁନା ଭାବ ଦେଖିବାକୁ ଉଜାଣି ସେ ବହିଲାଣି। କବିର ଲେଖନୀ ଚଞ୍ଚଳ ହେଲାଣି ଶବ୍ଦ ପକ୍ଷୀ ଉଡିଲେଣି, ପ୍ରେମର କବିତା ମଳୟ ବି ହୋଇ ପାଠକଙ୍କୁ ଛୁଇଁଲାଣି। ପାଳକଣା, କୋରୋ, କେନ୍ଦ୍ରାପଡ଼ା