ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରକ ବାଇକ ମୁହାଁ ମୁହିଁ ଧକ୍କା ୨ ମୃତ୍ୟୁ

କାମାକ୍ଷାନଗର -(ମନିସ )୧୧/୦୨/୨୩ // ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଏନ.ଏଚ ୫୩ ମୁଣ୍ଡେଇଲ ଗ୍ରାମ ଛକ ନିକଟରେ ବାଇକ ଟ୍ରକ ମୁହାଁମୁହି ଧକ୍କାହେବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି |ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜଣେ ପରଜଙ୍ଗ ଥାନା କନ୍ତୁର ଗ୍ରାମର ମାମୁଦ ସାହୁ, ଅନ୍ୟ ଜଣେ ହେଉଛନ୍ତି କଟକ ଜିଲ୍ଲା ଆଠଗଡ଼ ଥାନା ଧାଇପୁର ଗ୍ରାମର ତାପସ କୁମାର ମାହାରଣା ବୋଲି ଜଣାପଡିଛି|ସୂଚନା ମୁତାବକ ତାପସ ଏକ ବାଇକ ରେ ଆଠଗଡ଼ ରୁ ତାଳଚେର ଅଭିମୁଖେ ଯାଉଥିବା ବେଳେ, ଡିହଡୋଳ ଛକରୁ ମାମୁଦ ଲିଫ୍ଟ ମାଗି ତାଙ୍କ ସହ ଯାଉଥିଲେ |ତେବେ ମୁଣ୍ଡେଇଲ ଛକ ନିକଟରେ ତାଳଚେରରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ ସହ ତାଙ୍କ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା |ଫଳରେ ଘଟଣା ସ୍ଥଳରେ ବାଇକ ରେ ଥିବା ୨ ଜଣ ଗୁରୁତର ଭାବେ ପଡିରହିଥିଲେ |ତେବେ ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଭାବେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଲୟ ରେ ଭର୍ତି କରିଥିଲେ |ସେଠାରେ ଡାକ୍ତର ଉଭୟ ଙ୍କୁ ମୃତ ଘୋଷଣା କରିଛନ୍ତି |

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବିଜେପି ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ 

masiha

ଟାଟା ଷ୍ଟିଲ କୁ ମାନବ ସେବା କାର୍ଯ୍ୟ ପାଇଁ ଶ୍ରେଷ୍ଠ କର୍ପୋରେଟ୍ ପୁରସ୍କାର

masiha

ଗୋବର୍ଦ୍ଧନପୁର ପଞ୍ଚାୟତରେ ଅନାସ୍ଥା ପ୍ରସ୍ତାବ ଭୋଟିଂ  ୨ ୱାର୍ଡ ସଭ୍ୟଙ୍କ ସମେତ ଅନୁପସ୍ଥିତ ରହିଲେ ସରପଞ୍ଚ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅପେକ୍ଷା  

masiha

Leave a Comment

error: Content is protected !!