ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଘର ଦାଣ୍ଡରୁ ଇଣ୍ଡିକ କାର ଚୋରି ଫୁଲବାଣୀ ଟାଉନ ଥାନାରେ ଅଭିଯୋଗ

ଫୁଲବାଣୀ ଆଦର୍ଶ ଟାଉନ ଥାନା ଅନ୍ତର୍ଗତ ନଦିଖଣ୍ଡି ସାହିରୁ ଘର ଦାଣ୍ଡରୁ ଗୋଟିଏ ଇଣ୍ଡିକ କାର ଚୋରି ହୋଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ସେହି ଇଣ୍ଡିକ ଗାଡ଼ି ମାଲିକାଣୀ ଚନ୍ଦ୍ରାବତୀ ମଲ୍ଲିକ ସ୍ୱାମୀ ଅଜୟ କୁମାର ମଲ୍ଲିକ ନାମରେ ଥିବା ଗାଡି କୁ ଫୁଲବାଣୀ ନଦିଖଣ୍ଡି ସାହି ସ୍ଥିତ ରାମେଶ୍ୱର ମନ୍ଦିର ନିକଟରେ ରହୁଥିବା ସୁଶାନ୍ତ ବେହେରା ଚଳାଉ ଥିଲେ। ସୁଶାନ୍ତ ନିଜ ଘରେ ପ୍ରତ୍ୟେକ ଦିନ ପରି ସେହି ଦିନ ତା ୫ /୨/୨୦୨୩ ରିଖ ରବିବାର ରାତ୍ର ୧୧ ଟା ସମୟରେ ଓଆର ୦୨ ବିଭି ୧୬୦୩ ଇଣ୍ଡିକ ଧଳାରଙ୍ଗ ର କାର ଗାଡି କୁ ନିଜ ଘର ଦାଣ୍ଡରେ ରଖିଥିଲେ। ତା ୬/୨/୨୦୨୩ ରିଖ ସୋମବାର ସକାଳ ୫ ଟା ସମୟରେ ଉଠି ଦାଣ୍ଡକୁ ଆସି ଦେଖିବା ବେଳକୁ ଇଣ୍ଡିକ ଗାଡି ଟି ସେହି ସ୍ଥାନରେ ନଥିବା ରୁ ବ୍ୟସ୍ତ ବିବ୍ରତ ହୋଇ ଚାରିଆଡେ ଖଜାଖୋଜି କରିଥିଲେ। ଶେଷରେ ଗାଡି ର ସନ୍ଧାନ ନପାଇ ଫୁଲବାଣୀ ଟାଉନ ଥାନାରେ ଗାଡି ଘର ଦାଣ୍ଡରୁ ଚୋରି ଯାଇଥିବା ସମ୍ପର୍କରେ ଏକ ଲିଖିତ ଅଭିଯୋଗ କରିଥିଲେ। ଟାଉନ ଥାନା ପୋଲିସ ଅଭିଯୋଗ କୁ ଭିତ୍ତି କରି କେସ ନଂ ୨୯/୨୦୨୩ ଏକ ଚୋରି ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି। ପୋଲିସ ପକ୍ଷରୁ ପଟ୍ରୋଲିଂ କରାଯାଉଥିଲେ ମଧ୍ୟ କିପରି ଘର ଦାଣ୍ଡରୁ ଗାଡି ଚୋରି ହେଲା । ଗାଡି ଚୋରି ଘଟଣା କୁ ନେଇ ଅଞ୍ଚଳବାସୀ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ଅବକାରୀ ଚଢାଉ: ୧୦୫ ଲିଟର ମଦ ଜବତ , ୪ ଗିରଫ୍

masiha

ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଧର୍ଷଣ ନେଇ ଥାନାରେ ମାମଲା 

masiha

ରାଜ୍ୟ ବାହାର କୁ ଫେରାର ବେଳେ ମାଡି ବସିଲା ପୋଲିସ ନାବାଳିକା ଙ୍କୁ ବଳାତ୍କାର ଘଟଣାରେ ଅଭିଯୁକ୍ତ ଗିରଫ 

Sunil Chandra Nayak

Leave a Comment

error: Content is protected !!