ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଘର ଦାଣ୍ଡରୁ ଇଣ୍ଡିକ କାର ଚୋରି ଫୁଲବାଣୀ ଟାଉନ ଥାନାରେ ଅଭିଯୋଗ

ଫୁଲବାଣୀ ଆଦର୍ଶ ଟାଉନ ଥାନା ଅନ୍ତର୍ଗତ ନଦିଖଣ୍ଡି ସାହିରୁ ଘର ଦାଣ୍ଡରୁ ଗୋଟିଏ ଇଣ୍ଡିକ କାର ଚୋରି ହୋଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ସେହି ଇଣ୍ଡିକ ଗାଡ଼ି ମାଲିକାଣୀ ଚନ୍ଦ୍ରାବତୀ ମଲ୍ଲିକ ସ୍ୱାମୀ ଅଜୟ କୁମାର ମଲ୍ଲିକ ନାମରେ ଥିବା ଗାଡି କୁ ଫୁଲବାଣୀ ନଦିଖଣ୍ଡି ସାହି ସ୍ଥିତ ରାମେଶ୍ୱର ମନ୍ଦିର ନିକଟରେ ରହୁଥିବା ସୁଶାନ୍ତ ବେହେରା ଚଳାଉ ଥିଲେ। ସୁଶାନ୍ତ ନିଜ ଘରେ ପ୍ରତ୍ୟେକ ଦିନ ପରି ସେହି ଦିନ ତା ୫ /୨/୨୦୨୩ ରିଖ ରବିବାର ରାତ୍ର ୧୧ ଟା ସମୟରେ ଓଆର ୦୨ ବିଭି ୧୬୦୩ ଇଣ୍ଡିକ ଧଳାରଙ୍ଗ ର କାର ଗାଡି କୁ ନିଜ ଘର ଦାଣ୍ଡରେ ରଖିଥିଲେ। ତା ୬/୨/୨୦୨୩ ରିଖ ସୋମବାର ସକାଳ ୫ ଟା ସମୟରେ ଉଠି ଦାଣ୍ଡକୁ ଆସି ଦେଖିବା ବେଳକୁ ଇଣ୍ଡିକ ଗାଡି ଟି ସେହି ସ୍ଥାନରେ ନଥିବା ରୁ ବ୍ୟସ୍ତ ବିବ୍ରତ ହୋଇ ଚାରିଆଡେ ଖଜାଖୋଜି କରିଥିଲେ। ଶେଷରେ ଗାଡି ର ସନ୍ଧାନ ନପାଇ ଫୁଲବାଣୀ ଟାଉନ ଥାନାରେ ଗାଡି ଘର ଦାଣ୍ଡରୁ ଚୋରି ଯାଇଥିବା ସମ୍ପର୍କରେ ଏକ ଲିଖିତ ଅଭିଯୋଗ କରିଥିଲେ। ଟାଉନ ଥାନା ପୋଲିସ ଅଭିଯୋଗ କୁ ଭିତ୍ତି କରି କେସ ନଂ ୨୯/୨୦୨୩ ଏକ ଚୋରି ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି। ପୋଲିସ ପକ୍ଷରୁ ପଟ୍ରୋଲିଂ କରାଯାଉଥିଲେ ମଧ୍ୟ କିପରି ଘର ଦାଣ୍ଡରୁ ଗାଡି ଚୋରି ହେଲା । ଗାଡି ଚୋରି ଘଟଣା କୁ ନେଇ ଅଞ୍ଚଳବାସୀ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

୫ ଲକ୍ଷ ଟଙ୍କା ସରକାରୀ ପାଣ୍ଠି ଠକେଇ ଅଭିଯୋଗରେ ରାଉରକେଲା ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଜେଲ୍ ସଫେଇ କର୍ମଚାରୀଙ୍କୁ ଗିରଫ

Sunil Chandra Nayak

ଖଣି ବ୍ୟବସାୟୀ ନିରାକାର ହତ୍ୟା ଘଟଣା ,  ଆଉ ଜଣେ ଅଭିଯୁକ୍ତ ଙ୍କୁ କୋର୍ଟଚାଲାଣ କଲା ପୋଲିସ

masiha

ତିରିଂ ଥାନା ! ବରଯାତ୍ରୀ ମଧ୍ୟରେ ଗଣ୍ଡଗୋଳ ନେଇ ବରର ସଂପର୍କୀୟ ମାମୁଁର ମୃତ୍ୟୁ 

Sunil Chandra Nayak

Leave a Comment

error: Content is protected !!