ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେବଳ ଶୌଚାଳୟ ନିର୍ମାଣ କରି ୧୦ ଲକ୍ଷ ହଡପ ଖବର ପ୍ରକାଶ ସମ୍ପୁର୍ଣ୍ଣ ମିଥ୍ୟା – ଚେୟାରମେନ

ଗୋଳାମୁଣ୍ଡା ତା ୧୧.୨ (ସମିସ) ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଙ୍କ ନୂତନ ଚ୍ୟାମ୍ବର ମାତ୍ର ଏକ ଶୌଚାଳୟ ନିର୍ମାଣ କରି ୧୦ ଲକ୍ଷ ଟଙ୍କା ହଡପ କରିଛନ୍ତି ବୋଲି କେତେକ ଡିଜିଟାଲ ମିଡିଆ ରେ  ପ୍ରକାଶ ପାଇଥିଲା , ଏହି ଖବର କାଗଜ ର ପ୍ରତିନିଧି ମାନେ ଆମକୁ ଠିକା ଦିଅନ୍ତୁ ନ ହେଲେ ଖର୍ଚ ବାର୍ଚା ଦିଅନ୍ତୁ ବୋଲି ମାଗିଲେ ଓ ନ ଦେବାରୁ ଭିତ୍ତିହୀନ ଖବର ପ୍ରକାଶ କରିଛନ୍ତି ବୋଲି ଅଧ୍ୟକ୍ଷ ମତାମତ ଦେଇଛନ୍ତି, ୧୦ ଲକ୍ଷରେ ନୂତନ ଟାଇଲ, ଏକ ନୂତନ ଶୌଚାଳୟ, ଏସି, ପିୟୁପି ଓ ପୁଟି, ବସିବା ପାଇଁ ଚ୍ୟାୟାର ଓ ଦସ୍ତଖତ ଡେସ୍କ ଫର୍ଣ୍ଣିଚର ରେ ନିର୍ମାଣ , ବିିଦ୍ୟୁତି କରଣ ଓ ନୂତନ କବାଟ ଝରକା ନିର୍ମାଣ ହେଇଛି, ବିନା ସଠିକ୍ ତଥ୍ୟ ନ ଥାଇ ଏମିତି ଭିତ୍ତିହୀନ ଖବର ପ୍ରକାଶ କରିବାରୁ ଦୂରେଇ ରୁହନ୍ତୁ ବୋଲି ଅଧ୍ୟକ୍ଷ ପ୍ରକାଶ କରିବା ସହ ରାଜନୈତିକ ରେ ମୋ ସହିତ ପରାଜୟ ଲାଭ କରିଥିବା କିଛି ବ୍ୟକ୍ତି ବିଶେଷ କୂଟ ଚକ୍ରାନ୍ତ ଚଳେଇଛନ୍ତି ଓ ସେ ସବୁ କୂଟ ଛନ୍ଦ ଯେତେ ଯୋଜନା କଲେ ମଧ୍ୟ ସଫଳ ହେବେ ନାହିଁ ବୋଲି କହିଛନ୍ତି ।

ଦାମୋଦର ଦାସ ଙ୍କ ରିପୋର୍ଟ 

Related posts

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ବାଜିମାତ କଲା ଜଗତସିଂହପୁର ଜିଲ୍ଲା

ରେଳ ବିଭାଗ ଜେନରାଲ ମେନେଜର ଙ୍କୁ ରୁପ୍ରାରୋଡ ରେଳ ସୁରକ୍ଷା ସମିତିର ଏକ ଦାବୀପତ୍ର

Sunil Chandra Nayak

ହିଞ୍ଜିଳିକାଟୁ ବିଶ୍ୱ ହିନ୍ଦୁ ପରିଷଦ , ବଜରଙ୍ଗ ଦଳ ପକ୍ଷରୁ ଶ୍ରୀ ରାମ ନବମୀ ଉତ୍ସବ ପାଳିତ 

Sunil Chandra Nayak

Leave a Comment

error: Content is protected !!