ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିକ୍ରମ ଦେବ କଲେଜକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କୋରାପୁଟ ଜନ ଉପ ସଭାପତି ହିମାଂଶୁ ଜେନା

ନବରଙ୍ଗପୁର୍— (ମସିହା) ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ବିକ୍ରମଦେବ କଲେଜକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଇଛି ଏହି ନିଷ୍ପତି ଅବସରରେ ଅଭିଭକ୍ତ କୋରାପୁଟ ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶା ଛାତ୍ରଛାତ୍ରୀ ମାନେ ଉତ୍ସାହିତ ହୋଇଛନ୍ତି ଏବଂ ଏହି ପଦକ୍ଷେପ ନିଶ୍ଚିତ ଭାବେ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଶିକ୍ଷା କ୍ଷେତ୍ରରେ ଏକ ନୂତନ ସୁଯୋଗ ଏବଂ ନୂତନ ସମ୍ଭାବନା ସୃଷ୍ଟି କରିବ। ତତ୍ ସହିତ ଅବିଭକ୍ତ କୋରାପୁଟ ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଏକ ଅଭୂତ ପୂର୍ବକ ମାଇଲ ଷ୍ଟୋନ ସୃଷ୍ଟି କରିଛି।ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର କୋରାପୁଟ ଜନ ଉପ ସଭାପତି ହିମାଂଶୁ ଜେନା ଅବିଭକ୍ତ କୋରାପୁଟ ଜିଲ୍ଲାର ବିକ୍ରମଦେବ କଲେଜକୁ ବିଶ୍ବିଦ୍ୟାଳୟର ମାନ୍ୟତା ପ୍ରଦାନ କରିବା ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଓ କୃତଜ୍ଞତା ଜ୍ଞାପନ କରିବା ସହ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଏହା ନିଶ୍ଚିତ ଭାବେ ଏକ ଐତିହାସିକ ସମୟୋଚିତ ପଦକ୍ଷେପ। ଆଗାମୀ ଦିନରେ ରାଜ୍ୟରେ ଅଭିଭକ୍ତ କୋରାପୁଟ ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶା ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ଏହା ନିଶ୍ଚିତ ଉତ୍ସାହ ପ୍ରଦାନ କରିବ ।ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ଯୁଗାନ୍ତକାରୀ ନିଷ୍ପତିକୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସ୍ୱାଗତ ଜଣାଉଛି। ତତ୍ ସହିତ ଏହି ପରିପ୍ରେକ୍ଷୀରେ ସେ ନିଜ ପ୍ରତିକ୍ରିୟାରେ ବିକ୍ରମଦେବ ଶିକ୍ଷାନୁଷ୍ଠାନର ସମସ୍ତ ଶିକ୍ଷକ,କର୍ମଚାରୀ ସମେତ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍ 

Related posts

ପଣ୍ଡିତ ଦୀଦୟାଲ ଙ୍କ ସମର୍ପଣ ଦିବସ 

masiha

ଧର୍ମଗଡ ଜିଲ୍ଲା ଗଠନ ଦାବୀ , ସମର୍ଥନରେ ବସିଲେ ବିଜୁ ଜନତା ଦଳ

masiha

ଏବିଭିପି ର ଚାରିଦିନିଆ ଅଭ୍ୟାସ ବର୍ଗ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!