ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଜରୁରୀ ବୈଠକ ଅନୁଷ୍ଠିତ

ତିନି ଦଫା ଦାବି ପୂରଣ ନହେଲେ ପୁଣି ଆନ୍ଦୋଳନ- ମିଳିତ ଶିକ୍ଷକ ସଂଘ 

ଧର୍ମଗଡ଼:୧୨/୨/୨୨:  କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକର ସମସ୍ତ ପ୍ରାଥମିକ ଶିକ୍ଷକ ମାନଙ୍କ ଏକ ଜରୁରୀ ବୈଠକ କାଶୀବାହାଲ ସ୍ଥିତ ଧର୍ମଗଡ଼ ଆଞ୍ଚଳିକ ଗୋଷ୍ଠୀ ସାଧନ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିଶ୍ୱଜିତ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଜରୁରୀ ବୈଠକ ରେ ଶିକ୍ଷକ ମାନଙ୍କ ଅନେକ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ବାତିଲ କରିବା, ୬ ବର୍ଷ ଠିକା କାର୍ଯ୍ୟକାଳକୁ ୬ଟି ନୋସନାଲ ଇଂକ୍ରିମେଣ୍ଟ ଦେଇ ମୂଳ ଚାକିରୀରେ ଗଣନା କରିବା, କେନ୍ଦ୍ରୀୟ ହାରରେ ଦରମା ଓ ପୁରୁଣା ପେନସନକୁ ପୁନଃ ପ୍ରଚଳନ କରିବା, ତିନି ଦଫା ଦାବିରେ ଗତ ୨୭ ନଭେମ୍ବର ୨୦୨୨ରୁ ତିନି ଧରି ବିଧାନ ସଭା ସମ୍ମୁଖରେ ଆନ୍ଦୋଳନ କରାଯାଇଥିଲା । ମୁଖ୍ୟ ଶାସନ ସଚିବ ଶିକ୍ଷକ ମହାସଂଘ ନେତୃତ୍ୱଙ୍କ ସହ ଆଲୋଚନା କରି ଡିସେମ୍ବର ୧୬ ରୁ ୨୦ ଭିତରେ ପ୍ରାଥମିକ ଶିକ୍ଷକ ମାନଙ୍କର ସମସ୍ୟା ସମାଧାନ କରିବା ପାଇଁ ଲିଖିତ ପ୍ରତିଶୃତି ଦେବା ପରେ ସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଥିଲା । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗତ ୨୧/୧୨/୨୦୨୨ରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା ଓ ୨୯/୧୨/୨୨ରେ ଶିକ୍ଷକ ମହାସଂଘ ସମସ୍ତ ଦାବିକୁ ମୁଖ୍ୟ ଶାସନ ସଚିବଙ୍କ ଆଗରେ ପୁଙ୍ଖାନୁପୁଙ୍ଖ ଭାବରେ ଉପସ୍ଥାପନ କରିଥିଲା । ଏହାପରେ ବିଭାଗୀୟ ସଚିବ ଓ ମୁଖ୍ୟ ଶାସନ ସଚିବଙ୍କୁ ଦାବି ପତ୍ର ସହ ମହାସଂଘର ନେତୃତ୍ୱ ଦେଖା କରୁଥିଲେ ମଧ୍ୟ ଆମର ନ୍ୟାୟଗତ ଦାବିକୁ ପୁରଣ କରିବାରେ ଟାଲଟୁଲ ନୀତି ଅବଲମ୍ବନ କରୁଥିବା ଆଜିକାର ସଭାରେ ଆଲୋଚନା ହୋଉଥିଲା । ରାଜ୍ୟରେ ଗୁଣାତ୍ମକ ଶିକ୍ଷା ନିମନ୍ତେ ୧ ଲକ୍ଷ ୨୦ ହଜାର ଶିକ୍ଷକଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଧାନସଭା ଅଧିବେଶନ ପୂର୍ବରୁ ପ୍ରାଥମିକ ଶିକ୍ଷକ ମାନଙ୍କ ଦାବିକୁ ପୁରାଣ କରାଯାଉ ନଚେତ ଶିକ୍ଷକମାନେ ବାଧ୍ୟ ହୋଇ ବିଧାନ ଅଧିବେଶନ ସମୟରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଆଜିକାର ବୈଠକ ରେ ଶିକ୍ଷକଙ୍କ ପକ୍ଷ ରୁ ଚେତାବନୀ ଦିଆ ଯାଇଛି । ଏହି ବୈଠକ କୁ ବ୍ଲକ ସାଧାରଣ ସମ୍ପାଦକ ଗିରିଧାରୀ ସାହୁ ପରିଚାଳନା କରିଥିବା ବେଳେ ସଭାପତି ମାର୍କଣ୍ଡ ନାଗ ଧନ୍ୟବାଦ ଅର୍ପଣ କରିଥିଲେ l

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି କମିଟି ବୈଠକ ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ 

masiha

ଅଦ୍ଭୁତ ମୃତ ଶିଶୁ ପୁତ୍ର ଜନ୍ମ

Sunil Chandra Nayak

୫ ଜଣ ଅନାଥ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିଲେ ସମାଜ ସେବୀ ଶଙ୍କର ସାଉନ୍ତା 

masiha

Leave a Comment

error: Content is protected !!