ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୫ଟି ହାଇସ୍କୁଲ ରୂପାନ୍ତରିତ କାର୍ଯ୍ୟ ତଦାରଖ କଲେ ବିଧାୟକ ଓ ବ୍ଲକ ଉପାଧ୍ୟକ୍ଷ

କୋକସରା,୧୨/୦୨ ଧର୍ମଗଡ ବିଧାୟକ ଓ କୋକସରା ବ୍ଲକ ଉପାଧ୍ୟକ୍ଷଙ୍କ ୫ ଟି ଅନ୍ତର୍ଗତ କୋକସରା ବ୍ଲକର ବିଭିନ୍ନ ହାଇସ୍କୁଲ ରୂପାନ୍ତରିତ କାର୍ଯ୍ୟ ଶନିବାର ଦିନ ପରିଦର୍ଶନ ଓ ତଦାରଖ କରିଛନ୍ତି।ଧର୍ମଗଡ ବିଧାୟକ ମୋୖଷଧି ବାଗ ପ୍ରଥମେ ଚିକିଲି ଚନ୍ଦ୍ରଭାନୁ ହାଇସ୍କୁଲ ପରିଦର୍ଶନ କରି ରୂପାନ୍ତରିତ ସ୍କୁଲର କାର୍ଯ୍ୟ ପରିଦର୍ଶନ କରିବା ସହ ୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମ ମାଧ୍ୟମରେ କିପରି ଏହି ବିଦ୍ଯାଳୟର ଭିତ୍ତିଭୂମି ବିକାଶ ସହିତ ସାମଗ୍ରିକ ଉନ୍ନତି ହୋଇ ପାରିବ ସେ ବିଷୟରେ ଗୁରୁତ୍ବାରୋପ କରିଥିଲେ ଓ ଛାତ୍ରଛାତ୍ରୀଙ୍କୁ ଭେଟି ଶିକ୍ଷାଦାନ ଓ ଭଲ ପଢିବାକୁ ପରାମର୍ଶ ଦେଇଥିଲେ। ପରେ ବିଧାୟକ ଓ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଧନସରା ଓ କାଶିବାହଲ ହାଇସ୍କୁଲରେ ୫ଟି ଅଧୀନରେ ହେଉଥିବା ରୂପାନ୍ତରିତ କାର୍ଯ୍ୟ ପରିଦର୍ଶନ କରିଛନ୍ତି ଏହି ସମୟରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ, ସମାଜସେବୀ ସଞ୍ଜୟ ସିଙ୍ଘଲ, ହାଇସ୍କୁଲର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସଦସ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ।

ମସିହା ନିଉଜ ସର୍ଭିସ 

Related posts

ରାଷ୍ଟ୍ରୀୟ ସେଙ୍ଗେଲ ଅଭିଯାନ ସଭାପତି ସାଲଖାନ ମୁର୍ମୁଙ୍କ ବିରୋଧରେ ଓଡ଼ିଶା କୁଡୁମି ସମାଜ ପକ୍ଷରୁ ରାଇରଙ୍ଗପୁର ଟାଉନ ଥାନାରେ ଏତଲା

masiha

ତାଳଚେର ପ୍ରେସ୍ କ୍ଲବ୍ ( ନୋଭାଲ୍ )ର ଜାତୀୟ ପ୍ରେସ୍ ଦିବସ ପାଳନ 

masiha

କାମାକ୍ଷାନଗର କନ୍ଦରସିଙ୍ଗା ଗ୍ରାମରେ ଐତିହାସିକ ପଞ୍ଚଦୋଳ ଯାତ୍ରା

Sunil Chandra Nayak

Leave a Comment

error: Content is protected !!