ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଦବ୍ୟାସ ପୀଠର ବିକାଶ ହେଉ

ରାଉରକେଲା/ ପାନପୋଷ ସ୍ଥିତ ଜନତା ଧର୍ମଶାଳାରେ ବଦ୍ରୀନାରାୟଣ ପାଢ଼ୀଙ୍କ ଆବାହକତ୍ୱରେ ଏକ ବୈଠକ ରେ ବେଦବ୍ୟାସ ର ବିକାଶ ସଂପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଶ୍ରୀ ପାଢ଼ୀ ବହୁ ପୂର୍ବର ଦାବି ବେଦବ୍ୟାସ ଝୁଲପୋଲ ପ୍ରସଙ୍ଗକୁ ଉତ୍ଥାପନ କରିବା ସହିତ ବେଦବ୍ୟାସ ପୀଠର ପୌରାଣିକ, ଆଧ୍ୟାତ୍ମିକ ତଥା ପର୍ଯ୍ୟଟନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ l ପାନପୋଷ, ଛେଣ୍ଡ, ପ୍ରଧାନପାଲି, ବାସନ୍ତୀ କଲୋନୀ ତଥା ପରିବ୍ୟାପ୍ତ ରାଉରକେଲାକୁ ଝୁଲପୋଲ ମାଧ୍ୟମରେ ସଂଯୋଗ କରି ବେଦବ୍ୟାସର ଉନ୍ନତି କରାଯାଇ ପାରିବ ବୋଲି ସେ ମତ ପ୍ରକାଶ କରିଥିଲେ l ଯୁଗ୍ମ ଆବାହକ ବିଭୂତି ଭୂଷଣ ଦାସ ଶ୍ରୀକ୍ଷେତ୍ର, ଅର୍କକ୍ଷେତ୍ର, ଏକାମ୍ରକ୍ଷେତ୍ର ଏବଂ ବିରଜାକ୍ଷେତ୍ର ପରି ବ୍ୟାସକ୍ଷେତ୍ରର ମହନୀୟତା ବୃଦ୍ଧି ପାଇଁ ପ୍ରଚାର ପ୍ରସାର ତଥା ଉନ୍ନତିକରଣରେ ସରକାରୀ, ବେସରକାରୀ ତଥା ସାଧାରଣ ବ୍ୟକ୍ତି ବିଶେଷ ସମସ୍ତେ ସଂକଳ୍ପବଦ୍ଧ ହେବାକୁ ନିବେଦନ କରିଥିଲେ l ବେଦବ୍ୟାସ ପୀଠ ବିକାଶ ମଞ୍ଚ ଦ୍ୱାରା ଝୁଲାପୋଲ ତଥା ଶଙ୍ଖ, କୋଇଲି ଓ ବ୍ରାହ୍ମଣୀ ନଦୀର ଉଭୟ ପାର୍ଶ୍ଵରେ ନଦୀବନ୍ଧ, ନଦୀବନ୍ଧ ଉପରେ ରାସ୍ତା, ପାହାଚ ଏବଂ ପଥରବନ୍ଧ ନିର୍ମାଣ ଦାବି ପ୍ରସଙ୍ଗ ଉପରେ କରିଥିବା ଅଗ୍ରଗତି ସମ୍ପର୍କରେ ଶ୍ରୀ ଦାସ ସୂଚନା ଦେଇଥିଲେ l ଗତ ମାସ ୨୬ ତାରିଖରେ ୨୬୪ ଜଣଙ୍କ ହସ୍ତାକ୍ଷର ସମ୍ମିଳିତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମେଲ କରାଯାଇଥିଲା l ବେଦବ୍ୟାସ ପୀଠ ବିକାଶ ମଞ୍ଚ ଦ୍ୱାରା ଏହି ପ୍ରକଳ୍ପ ପ୍ରସଙ୍ଗର ଅନୁଧ୍ୟାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଏହି ମେଲକୁ ଗତ ୩୧ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଥିଲା l ଗତ ଫେବୃଆରୀ ୬ ତାରିଖରେ ସଂଗଠନର କାର୍ଯ୍ୟକର୍ତ୍ତାମାନେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫୧୬ ଜଣଙ୍କ ହସ୍ତାକ୍ଷର ସମ୍ମିଳିତ ସ୍ମାରକପତ୍ରର ମୂଳକପିକୁ ହସ୍ତାନ୍ତର କରିଥିଲେ l ଜିଲ୍ଲାପାଳ ମହୋଦୟ ଏହି ପ୍ରସଙ୍ଗକୁ ଗୁରୁତର ସହିତ ଅନୁଧ୍ୟାନ କରିବେ ବୋଲି କହିଥିଲେ ଏବଂ ସ୍ମାରକପତ୍ରର ଏକ ନକଲକୁ ବେଦବ୍ୟାସ ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ଅଧିକାରୀ ଗୋଲାପ ଚନ୍ଦ୍ର କୌଶିକଙ୍କ ନିକଟକୁ ପଠାଇଥିଲେ l ଏହା ପୂର୍ଵରୁ ରେ ସଂଗଠନର କାର୍ଯ୍ୟକର୍ତ୍ତାମାନେ ରାଉରକେଲାର ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ସାକ୍ଷାତ କରି ସ୍ମାରକପତ୍ରର ଏକ ନକଲ ପ୍ରଦାନ କରିଥିଲେ ଏବଂ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଇବାକୁ ଅନୁରୋଧ କରିଥିଲେ l ଆଲୋଚନାବେଳେ ବିଧାୟକ ଶ୍ରୀ ନାୟକ ନିଜର ସକାରାତ୍ମକ ମନୋଭାବ ପୋଷଣ କରିଥିଲେ l ବୈଠକରେ ଆଲୋଚନାବେଳେ ଶ୍ୟାମ ସୁନ୍ଦର ଜେନା ଭାଗନେଇ କହିଥିଲେ, ବେଦବ୍ୟାସ ପୀଠର ଉନ୍ନତି ଘଟିଲେ ସ୍ଥାନୀୟ ଲୋକଙ୍କ ପାଇଁ ପ୍ରତ୍ୟେକ୍ଷ ତଥା ପରୋକ୍ଷ ଭାବରେ ଅଧିକ କର୍ମସଂସ୍ଥାନ ସୃଷ୍ଟି ହେବ ଯାହାଦ୍ୱାରା ଅର୍ଥନୈତିକ ଦୃଷ୍ଟିକୋଣରୁ ସେମାନେ ଲାଭବାନ ହେବେ l ଝୁଲପୋଲ ଏହି ପୀଠରେ ଭିଡ଼ ସୃଷ୍ଟି କରିବାରେ ଯଥେଷ୍ଟ ସହାୟକ ହେବ l ପବନ ଜଲାନ କହିଥିଲେ, ଝୁଲପୋଲ ହେଉଛି ଏକ ସ୍ପର୍ଶକାତର ପ୍ରସଙ୍ଗ l ଏଥିରେ ଭକ୍ତଙ୍କ ଶ୍ରଦ୍ଧା ଭାବନା ନିହିତ ରହିଛି l ଶ୍ରାବଣ ମାସରେ ଭକ୍ତମାନେ ଦୁରଦୂରାନ୍ତରୁ ଆସି ଏଠାରେ ମହାଦେବଙ୍କ ଜଳାଭିଷେକ କରିଥାନ୍ତି l ଏହି ସମୟରେ ସେମାନଙ୍କୁ ଜାତୀୟ ରାଜପଥ ଉପରେ ଦୀର୍ଘ ରାସ୍ତା ଅତିକ୍ରମ କରିବାକୁ ପଡ଼ିଥାଏ l ଝୁଲାପୋଲଟିଏ ସେମାନଙ୍କର ଏହି କଷ୍ଟ ଦୂର କରିବ l ଅନ୍ୟମାନଙ୍କ ମଧ୍ୟ୍ୟରେ ନରେନ୍ଦ୍ର କୁମାର ଦାଶ, ବିଭାବଶୁ ମିଶ୍ର, ପ୍ରଦୀପ କୁମାର ରଥ, ବାଚସ୍ପତି ଆଚାର୍ଯ୍ୟ, କିଶୋର କୁମାର ଓଝା, ମଣିଲାଲ, ସଞ୍ଜୟ କୁମାର ବାଜପେୟୀ, ରମେଶ ଚନ୍ଦ୍ର ସାହୁ, ବାଞ୍ଛାନିଧି ପାଢ଼ୀ, ଅର୍ଜୁନ କୁମାର ସାହୁ, ବୁଲୁ ଚରଣ ବେହେରା, ଶ୍ୟାମ ସୁନ୍ଦର ବେହେରା, ପ୍ରତାପ କରଣ, ଅସିତ କୁମାର ମଣ୍ଡଳ ଏବଂ ରମାକାନ୍ତ ପାଣ୍ଡେ ପ୍ରମୁଖ ବ୍ୟକ୍ତିମାନେ ନିଜ ନିଜର ମତ ଉପସ୍ଥାପନ କରିଥିଲେ l

     ପରବର୍ତ୍ତୀ ସମୟରେ ବେଦବ୍ୟାସ ପୀଠ ବିକାଶ ମଞ୍ଚ ତରଫରୁ ରାଉରକେଲାର କୋଣ ଅନୁକୋଣରେ ନିୟମିତ ବ୍ୟାସଦେବଙ୍କ ଜୀବନ ବୃତ୍ତାନ୍ତ ତଥା ତାଙ୍କର ସମସ୍ତ ପୌରାଣିକ ଗ୍ରନ୍ଥର ସୃଷ୍ଟି ଉପରେ ଆଲୋଚନାଚକ୍ର ଅନୁଷ୍ଠିତ କରାଯାଇ ବ୍ୟାସକ୍ଷେତ୍ରର ମହନୀୟତାକୁ କେବଳ ରାଜ୍ୟ ନୁହେଁ ସମଗ୍ର ଭାରତବର୍ଷରେ ବୃଦ୍ଧି ପାଇଁ ପ୍ରୟାସ କରାଯିବାକୁ ଏହି ବୈଠକରେ ସ୍ଥିର କରାଯାଇଛି l ଏହି ସନ୍ଦର୍ଭରେ ଆସନ୍ତା ୧୯ ତାରିଖ ରବିବାର ଦିନ ପ୍ରଥମଥର ପାଇଁ ବ୍ୟାସଦେବଙ୍କ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ l ଏହା ସହିତ ଦସ୍ତଖତ ଅଭିଯାନ ଚାଲୁ ରଖାଯାଇ ବ୍ୟାସକ୍ଷେତ୍ର ପ୍ରତି ଅଧିକରୁ ଅଧିକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା l ପରିଶେଷରେ କେଦାରନାଥ ପାଢ଼ୀ ସମସ୍ତଙ୍କର ସହଯୋଗ କାମନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଧର୍ମଗଡ ଠାରେ ସହରାଞ୍ଚଳ ଜନ ଆରୋଗ୍ୟ କେନ୍ଦ୍ର ର ବୈଠକ ଓ ସମିତି ଗଠନ

ଗ୍ରାମ ରୋଜଗାର ସେବକ ଙ୍କୁ ଆକ୍ରମଣ ର ଦଶ ଦିନ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ

Sunil Chandra Nayak

cancellation of all environmental and pollution clearances for Kutrumali Bauxite Mining Lease, citing violations of tribal rights, forest laws and constitutional safeguards.. Niranjan Bishi 

Sunil Chandra Nayak

Leave a Comment

error: Content is protected !!