ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନିଷ୍ଠ ଶିକ୍ଷକଙ୍କର ଠିକା ନିଯୁକ୍ତି ପ୍ରଥା ଉଛେଦ ଦାବି

ମୟୂରଭଞ୍ଜ,୧୨/୨/୨୩ /(ମସିହା) ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମେ October-15 ତାରିଖରୁ ଓଡ଼ିଶାରୁ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଛେଦ ହେଲା କିନ୍ତୁ କନିଷ୍ଠ ଶିକ୍ଷକମାନଙ୍କ କ୍ଷେତ୍ରରେ ବ୍ୟତିକ୍ରମ କରାଗଲା, ପରବର୍ତ୍ତୀ ସମୟରେ ବାରମ୍ବାର ସରକାରଙ୍କ ଠାରୁ ପ୍ରତିଶୃତି ମିଳିଥିଲେ ମଧ୍ୟ ଅଦ୍ୟାବଧି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କର ଚୁକ୍ତିପ୍ରଥା ଉଛେଦ ହୋଇନାହିଁ। ତେଣୁ ଯଥାଶୀଘ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ଦଶ ହଜାର କନିଷ୍ଠ ଶିକ୍ଷକଙ୍କର ନ୍ୟାର୍ଯ ଦାବି ପୂରଣ କରିବାକୁ କନିଷ୍ଠ ଶିକ୍ଷକ ସଙ୍ଘ, କୁସୁମୀ, ମୟୂରଭଞ୍ଜ ତରଫରୁ ତା-୧୨/୦୨/୨୦୨୩ ରିଖ ରବିବାର ଦିନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଦାବି କରାଯାଇଛି, ଏଥିରେ କୁସୁମୀ ସଙ୍ଘ ସଭାପତି ଦିବ୍ୟ କୁମାର ଚାନ୍ଦ, ଉପସଭାପତି ସାଲଖୁ ସରେନ, ଶିକ୍ଷୟତ୍ରୀ ସିପ୍ରା ଦେ, ଶିକ୍ଷକ ପର୍ଶୁରାମ ଦାସ, ଦୀପକ କୁମାର ଟୁଡୁ, ଜଗନ୍ନାଥ ବେହେରା, ଲକ୍ଷ୍ମୀଧର ସାହୁ, ସୁନୀଲ କୁମାର ପ୍ରଧାନ, ତପନ ମଣ୍ଡଳ, ପାଣ୍ଡବ ତିଉ, ରାଜେନ୍ଦ୍ର ମୁର୍ମୁ ଆଦି ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ହମିରପୁରରେ ସରକାରୀ ହସ୍ପିଟାଲ ଖୋଲିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଦାବିପତ୍ର 

masiha

ହିନ୍ଦୀ ରଚନା ଲିଖନ ଓ ଆଶୁ ବାକ୍ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

Dev Kumar Ghosh appointed Odisha State Working President of Journalist Council of India.

masiha

Leave a Comment

error: Content is protected !!