ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନିଷ୍ଠ ଶିକ୍ଷକଙ୍କର ଠିକା ନିଯୁକ୍ତି ପ୍ରଥା ଉଛେଦ ଦାବି

ମୟୂରଭଞ୍ଜ,୧୨/୨/୨୩ /(ମସିହା) ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମେ October-15 ତାରିଖରୁ ଓଡ଼ିଶାରୁ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଛେଦ ହେଲା କିନ୍ତୁ କନିଷ୍ଠ ଶିକ୍ଷକମାନଙ୍କ କ୍ଷେତ୍ରରେ ବ୍ୟତିକ୍ରମ କରାଗଲା, ପରବର୍ତ୍ତୀ ସମୟରେ ବାରମ୍ବାର ସରକାରଙ୍କ ଠାରୁ ପ୍ରତିଶୃତି ମିଳିଥିଲେ ମଧ୍ୟ ଅଦ୍ୟାବଧି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କର ଚୁକ୍ତିପ୍ରଥା ଉଛେଦ ହୋଇନାହିଁ। ତେଣୁ ଯଥାଶୀଘ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ଦଶ ହଜାର କନିଷ୍ଠ ଶିକ୍ଷକଙ୍କର ନ୍ୟାର୍ଯ ଦାବି ପୂରଣ କରିବାକୁ କନିଷ୍ଠ ଶିକ୍ଷକ ସଙ୍ଘ, କୁସୁମୀ, ମୟୂରଭଞ୍ଜ ତରଫରୁ ତା-୧୨/୦୨/୨୦୨୩ ରିଖ ରବିବାର ଦିନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଦାବି କରାଯାଇଛି, ଏଥିରେ କୁସୁମୀ ସଙ୍ଘ ସଭାପତି ଦିବ୍ୟ କୁମାର ଚାନ୍ଦ, ଉପସଭାପତି ସାଲଖୁ ସରେନ, ଶିକ୍ଷୟତ୍ରୀ ସିପ୍ରା ଦେ, ଶିକ୍ଷକ ପର୍ଶୁରାମ ଦାସ, ଦୀପକ କୁମାର ଟୁଡୁ, ଜଗନ୍ନାଥ ବେହେରା, ଲକ୍ଷ୍ମୀଧର ସାହୁ, ସୁନୀଲ କୁମାର ପ୍ରଧାନ, ତପନ ମଣ୍ଡଳ, ପାଣ୍ଡବ ତିଉ, ରାଜେନ୍ଦ୍ର ମୁର୍ମୁ ଆଦି ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ଓ ଆଇଆଇପିଏମ୍ କାଂସବାହାଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଦାନପ୍ରଦାନ କାର୍ଯ୍ୟକ୍ରମ

masiha

ଡକ୍ଟର ରମାକାନ୍ତ ନାଏକଙ୍କୁ ଟାଟା ସାମାଜିକ ବିଜ୍ଞାନ ସଂସ୍ଥା ରୁ ପିଏଚଡି ଉପାଧି ପ୍ରଦାନ 

masiha

ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ଯାଳୟରେ ବିଶ୍ୱ ପ୍ରାଥମିକ ଉପଚାର ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!