ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ମହାବିଦ୍ୟାଳୟରେ ତିନି ଦିନିଆ ଜିଲ୍ଲା ସ୍ତରୀୟ ରେଡକ୍ରସ୍ ଶିବିର ଉଦଯାପିତ

ରାଉରକେଲା/ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ତଥା ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜିଲ୍ଲାସ୍ତରୀୟ ରେଡକ୍ରସ  ତାଲିମ  ଶିବିର ୨୦୨୨-୨୩ ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ର ସମସ୍ତ ମହାବିଦ୍ୟାଳୟର ରେଡ କ୍ରସ୍ କାଉନସିଲର ଓ ସ୍ବେଛାସେବୀ ମାନେ ଯୋଗଦାନ କରିଥିଲେ ।ଉକ୍ତ ଶିବିରରେ ରେଡକ୍ରସର ଇତିହାସ ଏବଂ ଉନ୍ନତି,ପ୍ରାଥମିକ ଚିକିତ୍ସା, ଏଚ.ଆଇ.ଭି/ଏଡ଼ସ,ରକ୍ତଦାନ ପାଇଁ ପ୍ରେରିତ କରିବା,ତମାଖୁ ମୁକ୍ତ କଲେଜ ପରିସର,ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା(ଅଗ୍ନିଶମ ବିଭାଗ), ସଡକ ସୁରକ୍ଷା ଏବଂ ରେଡକ୍ରସ୍ ସ୍ବେଛାସେବୀ ମାନଙ୍କର ଭୂମିକା, ଯୋଗଶିବିର, ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଶିବିରାର୍ଥୀ ମାନଙ୍କୁ ଶିକ୍ଷା , ତାଲିମ ଦିଆଯିବା ସହ ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ ଦିଆଯାଇଥିଲା । ଉଦଯାପନୀ ଉତ୍ସବରେ ମହାବିଦ୍ୟାଳୟର ପ୍ରଶାସନିକ ମଣ୍ଡଳୀର ସଭାପତି ଡ.ପ୍ରଦୀପ କୁମାର ନନ୍ଦ ଯୋଗଦେଇ ଶିବିରାର୍ଥି ମାନଙ୍କୁ ସାମାଜିକ ଜନମଙ୍ଗଳ କାର୍ଯ୍ଯରେ ନିଜକୁ ଉତ୍ସର୍ଗୀକୃତ କରିବାପାଇଁ ଉଦବୋଧନ ଦେଇଥିଲେ। ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ ପ୍ରଧ୍ୟାପକ ସୁମନ୍ତ କୁମାର ଦ୍ଵିବେଦୀ, ରେଡକ୍ରସ୍ପ ରାମର୍ଶଦାତା ପ୍ରଧ୍ୟାପକ ମନୋଜ କୁମାର ଦଳେଇ ଓ ରଶ୍ମି ରଞ୍ଜନ ରାଉତ ସଭା କାର୍ଯ୍ୟ ପରିଚାଳନା କରିଥିଲେ ଏବଂ ଅଧ୍ୟାପିକା ବୈଜୟନ୍ତୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ପଠାଇବାକୁ ଗୁହାରି କଲେ ପରିବାର

Sunil Chandra Nayak

ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ତଲାସୀ ଜୋର୍ ହେଲା l ୪୫ ଲକ୍ଷ ଟଙ୍କା ମୂଲ୍ୟର ଅବକାରୀ ସାମଗ୍ରୀ ଓ ୩ଟି ବାଇକ୍ ଜବତ 

Sunil Chandra Nayak

ସ୍ୱାସ୍ଥ୍ୟ କେନ୍ଦ୍ର ବନ୍ଦ କରିବା ଘଟଣାକୁ ନେଇ ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ଅସନ୍ତୋଷ ପ୍ରକାଶ

Sunil Chandra Nayak

Leave a Comment

error: Content is protected !!