ଧର୍ମଗଡ-୧୮/୨/୨୨-ଧର୍ମଗଡ ବ୍ଲକ ରେ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୨୦ ତାରିଖ ରେ ଭୋଟ ଗ୍ରହଣ ହେବ । ଦିନ ଯେତିକି ଯେତିକି ପାଖେଇ ଆସୁଛି ପ୍ରଚାର ସେହି ଅନୁସାରେ ସରଗରମ ହେବାରେ ଲାଗିଛି । ପ୍ରଚାର ରେ ଗାଁ ଦାଣ୍ଡ ଉଠୁଛି ଆଉ ପଡୁଛି । କିପରି ଲୋକଙ୍କ ନିକଟରେ ପହଞ୍ଚିବେ ଆଉ ସେମାନଙ୍କ ଆଶୀର୍ବାଦ ପାଇବେ ସେଥି ପାଈ ପ୍ରାର୍ଥୀ ପ୍ରାର୍ଥୀ ଙ୍କ ମଧ୍ୟ ରେ ପ୍ରତିଯୋଗୀତା ଲାଗିଛି ।
ଧର୍ମଗଡ ବ୍ଲକ ଅନ୍ତର୍ଗତ ଗଡିଆଯୋର ଗ୍ରାମ ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ଲଢେଇ ଜୋରଦାର ହେଉଛି । ଗ୍ରାମ ପଞ୍ଚାୟତ ର ବିକାଶ ତଥା ଜନସାଧାରଣ ଙ୍କ ହକ ହାସଲ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବା ମୂଦ୍ଦା ନେଇ ଭୋଟର ଙ୍କ ନିକଟରେ ପହଞ୍ଚୁଛନ୍ତି ଗାଁ ଗଉନ୍ତିଆ ପରିବାର ର ଉଦିତ କୁମାର ନାଏକ । ଘର କୁ ଘର ବୁଲି ସେ ନିଜ ପ୍ରଚାର କରୁଛନ୍ତି । ଉଦିତ କୁମାର ନାଏକ ଜଣେ ଉଚ୍ଚଶିକ୍ଷିତ ଯୁବକ ହୋଇଥିବାରୁ ପଞ୍ଚାୟତ ର ବିକାଶ ଠିକ ଭାବେ ହୋଇ ପାରିବ ବୋଲି ସ୍ଥାନୀୟ ଲୋକମାନେ ବିଶ୍ୱାସ କରନ୍ତି । ସେ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ରହି ଥିବା ବେଳେ ବିଜୟୀ ହେଲେ ଗଡିଆଯୋର ଗ୍ରାମ ପଞ୍ଚାୟତ ର ଉନ୍ନତି ତାଙ୍କ ପାଇଁ ପ୍ରାଥମିକତା ହେବ ବୋଲି କହିଛନ୍ତି । ସୂଚନା ଯୋଗ୍ୟ ଯେ ଗଡିଆଯୋର ଗ୍ରାମ ପଞ୍ଚାୟତ ରେ ୧୧ ଟି ୱାର୍ଡ ରେ ୩୯୦୦ ରୁ ଅଧିକା ଭୋଟର ରହିଥିବା ବେଳେ ନିର୍ବାଚନ ରଣାଙ୍ଗନ ରେ ୭ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ ।