ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଚେତନ ନାଗରିକ ମଞ୍ଚର ପ୍ରସ୍ତୁତି ବୈଠକ

ରାଉରକେଲା/ ଆସନ୍ତା ମାର୍ଚ୍ଚ ୧୬ତାରିଖରେ ହେବାକୁ ଥିବା ସଚେତନ ନାଗରିକ ମଞ୍ଚ ର ୯ମ ବାର୍ଷିକୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ସେକ୍ଟର ୩ ସ୍ଥିତ ଖଡ୍ଗ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ମଂଚର ସାଧାରଣ ସଂପାଦକ ପି ପି ରାୟ ଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଂଚର କର୍ମକର୍ତ୍ତା ମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ପାଇଁ ବିଭିନ୍ନ କମିଟି ଗଠନ କରାଯାଇଥିଲା । ବିଭିନ୍ନ କମିଟି ମଧ୍ୟରେ ରିସିପସନ କମିଟିରେ ସର୍ବଶ୍ରୀ ଦିଲ୍ଲୀପ ରାୟ, ସଭାପତି ଡା ଫକୀର ଚାରଣ ହୋତା, ମନୋରଞ୍ଜନ ଦାଶ, ଗୋପୀନାଥ ପଟ୍ଟନାୟକ, ମଙ୍ଗଳା କିଶାନ, ଲକ୍ଷ୍ମଣ ମୁଣ୍ଡା, ରଞ୍ଜିତ ଭିତିରିଆ, ଡା ପ୍ରଫୁଲ୍ଲ ମାଝୀ, ଡା ୟୁ ସି ଜେନା, ରବି ଦେହୁରୀ, ଉତ୍ତମ କୁମାର ସାମଲ , ଶଙ୍କର ଓରାମ, ରୋହିତ ତିର୍କୀ,ଡା ରାଜନ ଏକ୍କା, ରାମ ନାୟକ,ଡଃ ପୀତବାସ ମିଶ୍ର, ପ୍ରଭାତ ମହାପାତ୍ର,ଜଗବନ୍ଧୁ ଜେନା ପ୍ରମୁଖ ଥିବା ବେଳେ ସ୍ମରଣିକା କମିଟିରେ ଅଭୟ କୁମାର ଦାସ,ଭବେଶ ସାହୁ, ଜଟାଧାରୀ ମାଝୀ, କୁଞ୍ଜବିହାରୀ ରାଉତ, ଅକ୍ଷୟ ଦାସ ଓ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଙ୍କୁ ମନୋନୀତ କରାଯାଇଛି । ଆଡଭାଟାଇଜ କମିଟିରେ ଅଭୟ କୁମାର ଦାସ, ଉପେନ୍ଦ୍ର ନାୟକ, ବିମଳ ବିଶି ଓ ପି ପି ରାୟ ଥିବାବେଳେ କ୍ୟାଟେରିଙ୍ଗ କମିଟିରେ ବିମଳ ବିଶି, ଉପେନ୍ଦ୍ର ନାୟକ,ଜଗନ୍ନାଥ ରାଉତ,ଶଶଧର ପାତ୍ର, ସୁବ୍ରତ ମଲ୍ଲିକ, ରଞ୍ଜନ ଲେଙ୍କା,ଚକ୍ରାନ୍ତ ଜେନା, ଷ୍ଟେଜ କମିଟିରରେ ଭବେଶ ଚନ୍ଦ୍ର ସାହୁ ଓ କୁଞ୍ଜବିହାରୀ ରାଉତ, ସଭ୍ୟଙ୍କ ଠାରୁ ଅର୍ଥ ଆଦାୟ ପାଇଁ ଗଠିତ ଆଭ୍ୟନ୍ତରିଣ କମିଟିରେ କୁଞ୍ଜବିହାରୀ ରାଉତ, ଅକ୍ଷୟ ଦାସ ଓ ସସ୍ମିତା ପ୍ରଧାନ ତଥା ନିମନ୍ତ୍ରଣ କାର୍ଡ ବଣ୍ଟନ ଦାୟିତ୍ୱ ପାଇଁ ଶମ୍ବୁନାଥ ପରିଡା, ଜଟାଧାରୀ ମାଝୀ,ଅକ୍ଷୟ ଦାସ ଓ ବିଷ୍ଣୁ ସାମଲଙ୍କୁ ମନୋନୀତ କରାଯାଇଛି । ସୂଚନା ଯୋଗ୍ୟ ଯେ ଆସନ୍ତା ମାର୍ଚ୍ଚ ୧୬ତାରିଖରେ ହେବାକୁ ଥିବା ଏହି ବାର୍ଷିକୋତ୍ସବରେ ଓଡିଶାର ରାଜ୍ୟପାଳ ମହାମହିମ ଗଣେଶୀଲାଲ ଓ ଛତିଶଗଡ ରାଜ୍ୟପାଳ ମହାମହିମ ବିଶ୍ବଭୂଷଣ ହରିଚନ୍ଦନ ଙ୍କ ସହ ରାଜ୍ୟର ବହୁ ନୂତନ ଓ ପୁରାତନ ନେତୃବର୍ଗ ଯୋଗଦେବେ ବୋଲି ନିମନ୍ତ୍ରଣ କରାଯାଇଛି । ବାର୍ଷିକୋତ୍ସବ ପାଇଁ ଏକ ସ୍ମରଣିକା ପ୍ରକାଶିତ କରାଯିବ । ଏଥିପାଇଁ ସଭ୍ୟ ମାନଙ୍କ ପାଖରୁ ଉପାଦେୟ ଲେଖାମାନ ଆସନ୍ତା ୨୮ ତାରିଖ ଭିତରେ ଦେବାପାଇଁ ଆହ୍ବାନ କରାଯାଇଛି । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମଂଚ ତରଫରୁ ସଭ୍ୟ ଓ ସମସ୍ତଙ୍କ ସହଯୋଗ କାମନା କରାଯାଇଛି । ଏହି ବୈଠକରେ ବିଭିନ୍ନ କମିଟିର କର୍ମକର୍ତ୍ତାଙ୍କ ବ୍ୟତୀତ ସର୍ବଶ୍ରୀ ଉମାକାନ୍ତ ନାୟକ, ଅମୂଲ୍ୟ ଚରଣ ବରାଳ,ଅକ୍ଷୟ ଜେନା, ଡା ବସନ୍ତ କୁମାର ଦାସ,ବିଜୟ କୁମାର ବରାଳ, ରାଜକିଶୋର ମିଶ୍ର, ଅରୁଣ କୁମାର କୁଶଳ, କୁଞ୍ଜବିହାରୀ ରାଉତ, ସୁରେନ୍ଦ୍ର ଦାଶ, ସରଜୁ ପ୍ରସାଦ, ଗୀତାଞ୍ଜଳୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଶ୍ରୀ ରାମଲାଲାଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ରେ ଧୁମ ଧାମ ରେ ପାଳିଲେ ଗୁଡିଘାଟ ଗ୍ରାମବାସୀ 

masiha

୭୯ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ , ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

Sunil Chandra Nayak

ବେଦାନ୍ତ ଟ୍ରେନ ଧକ୍କାରେ ଯୁବକଙ୍କ ଗୋଡ଼ କଟିଲା, ଚନ୍ଦନପୁରରେ ଜନ ଅସନ୍ତୋଷ

masiha

Leave a Comment

error: Content is protected !!