ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାହିତ୍ୟ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଅ’ ପତ୍ରିକାକୁ ଶ୍ରେଷ୍ଠ ମାସିକ ଇ-ପତ୍ରିକା ସମ୍ମାନ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲାରୁ ପ୍ରକାଶିତ ସାହିତ୍ୟ ଇ-ପତ୍ରିକା ଅ’ ପତ୍ରିକା ବେଶ ଲୋକପ୍ରିୟ ପତ୍ରିକା ଅଟେ l ଯାହା ୨୦୧୯ ଠାରୁ ପ୍ରତି ମାସରେ ଡିଜିଟାଲ ପତ୍ରିକା ଭାବରେ ପ୍ରକାଶିତ ହୋଇ ଆସୁଛି l ଓଡିଶା ସମେତ ଓଡିଶା ବାହାରେ ରହୁଥିବା ଅଗଣିତ ଓଡ଼ିଆ ପ୍ରେମୀଙ୍କ ପାଖରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି l ଓଡ଼ିଆ ଭାଷା ସାହିତ୍ୟକୁ ସୁଦୂର ପ୍ରସାର କରିବାରେ ଅ’ ପତ୍ରିକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ତଥା ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ଅତୁଳନୀୟ ଅବଦାନ କୁ ହୃଦୟଙ୍ଗମ କରି କେନ୍ଦୁଝର ସ୍ଥିତ ଆନନ୍ଦପୁର ମାଟିର ଏକ ଅନନ୍ୟ ସାହିତ୍ୟ ପରିବାର ପ୍ରୀତି ପ୍ରଣତି ସାହିତ୍ୟ ପରିବାର ତାର ଦ୍ଵିତୀୟ ବାର୍ଷିକ ମହୋତ୍ସବରେ ଅ’ପତ୍ରିକାକୁ ସସମ୍ମାନେ “ଶ୍ରେଷ୍ଠ ମାସିକ ସାହିତ୍ୟ ଇ-ପତ୍ରିକା ସମ୍ମାନ ୨୦୨୩-୨୪” ପ୍ରଦାନ କରିଥିବା ବେଳେ ଅ’ପତ୍ରିକା ର ମୁଖ୍ୟ ସମ୍ପାଦକ ଶ୍ରୀମାନ ତପନ କୁମାର ସାହୁ ସମ୍ମାନଟିକୁ ଗ୍ରହଣ କରିଛନ୍ତି l ଅ’ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଅ’ପତ୍ରିକା, କୋଶଲି ସାହିତ୍ୟ ପତ୍ରିକା ‘ଉତେଇ’, ମାସିକ ନାରୀ ପତ୍ରିକା ହୋଇଥିବା ବେଳେ ଆଜି ତପନ କୁମାର ସାହୁଙ୍କ ସମ୍ପାଦନାରେ ସାରା ପାଠକ ମହଲରେ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି l କର୍ଲାମୁଣ୍ଡା ବ୍ଲକ ରିଞ୍ଜା ଅନ୍ତର୍ଗତ ଅଖ୍ୟାତ ଟକାରୁମାଲ ଗ୍ରାମରୁ ସାହିତ୍ୟ ସେବା ପାଇଁ ସେ ଆଜି ବେଶ ପରିଚିତ ହୋଇଥିବା ବେଳେ ଏହାର ଶ୍ରେୟ ଅ’ପରିବାରର ସମସ୍ତ ସଦସ୍ୟ ଏବଂ କବି, ପାଠକଙ୍କୁ ଦେଇଛନ୍ତି l

    ଉକ୍ତ ଉତ୍ସବରେ ଓଡ଼ିଶାର ଅନେକ ପ୍ରାନ୍ତରୁ ବହୁ କବି, କବୟିତ୍ରୀ, ଲେଖକ, ଲେଖିକା ଯୋଗଦାନ କରିବା ସହିତ କବିତା ପାଠ କରିଥିଲେ l ପ୍ରୀତି ପ୍ରଣତି ସାହିତ୍ୟ ପରିବାର ର ସମ୍ପାଦକ ଦେବବ୍ରତ ବାରିକଙ୍କ ଅଧ୍ୟକ୍ଷତାରେ ଉତ୍ସବଟି ଆୟୋଜିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଗାଳ୍ପିକ ଅମୀୟ ବେଜ, ମୁଖ୍ୟବକ୍ତା ଭାବେ ସରୋଜିନୀ ରଥ, ସମ୍ମାନିତ ବକ୍ତା ଭାବେ ବରିଷ୍ଠ ସହିତ୍ୟିକ ଡ଼. ରବିନାରାୟଣ ପଣ୍ଡା, ସମ୍ମାନିତ ଅତିଥି ଭାବେ ବରିଷ୍ଠ ପ୍ରାବନ୍ଧିକ ଭରତ ଚରଣ ବେହେରା ଓ ରାଜକିଶୋର ମୁଣ୍ଡି ପ୍ରମୁଖ ମଞ୍ଚାସିନ ଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

“ଜୀବନ ପାଇଁ ଗଛଟିଏ” କର୍ତ୍ତବ୍ୟ ଓ ରିଲାଏନ୍ସ ଫାଉଣ୍ଡେସନ ତରଫରୁ ବିଶାଳ ଗୋଷ୍ଠିଗତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଡାବୁଗାଁ ଥାନା ରେ ନୂତନ ଆଇଆଇସି ଙ୍କ ଯୋଗଦାନ

Sunil Chandra Nayak

ଯାଦବ ମହାସଭା ପକ୍ଷରୁ ଜଳଛତ୍ର ଉଦ୍ଘାଟନ

Sunil Chandra Nayak

Leave a Comment

error: Content is protected !!