ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ସ୍ବାସ୍ଥ୍ୟ ସଂପର୍କୀତ କାର୍ଯ୍ୟକ୍ରମ

ରାଉରକେଲା/ ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଆଲୁମନି ଆସୋସିଏସନ୍ ତରଫରୁ ମହାବିଦ୍ୟାଳୟର ହଷ୍ଟେଲ ନମ୍ବର ୩ ଠାରେ ରହୁଥିବା ଅନ୍ତେବାସୀନି ମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ସହ ଡାକ୍ତରଙ୍କ ସହ ଭାବବିନିମୟ କାର୍ଯ୍ୟକ୍ରମ କରାଯାଇଥିଲା । ଆଲୁମନି ଆସୋସିଏସନ୍ ର ଆବାହକ ଆଇନଜୀବୀ ଗିରିଶ ମହାପାତ୍ରଙ୍କ ଆବାହକତ୍ବ ଓ ପରିଚାଳନା କମିଟିର ଅଧ୍ୟକ୍ଷ ଡଃ ସମର ମୁଦାଲି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡାକ୍ତର ସୁଧାରାଣୀ ପ୍ରଧାନ ଓ ଡାକ୍ତର ସୁନିତା ସାମଲ ଯୋଗଦେଇ ଅନ୍ତେବାସୀ ମାନଙ୍କ ସହ ଭାବବିନିମୟ ସହ ସ୍ବାସ୍ଥ୍ୟ ସଂପର୍କୀତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାସହ ପରୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ବିଜୟ କୁମାର ବେହେରା, ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଅଧ୍ୟାପକ ପ୍ରଦୀପ ଖେସ , ସହ ସୁପରିଟେଣ୍ଡେଣ୍ଟ ଅନିତା ଜୈନ , ଅଧ୍ୟାପିକା ଡଃ ପ୍ରେମଲତା ଖଣ୍ଡୁଆଳ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଆବାହକ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜାମଦା ସରସ୍ବତୀ ଶିଶୁ ମନ୍ଦିରରେ ଅଭିଭାବକ ଅଭିଭାବିକା ସମ୍ମିଳନୀ

Sunil Chandra Nayak

420 ଶିକ୍ଷୟତ୍ରୀ ଶିକ୍ଷକ ଡ୍ରେସ କୋଡ଼ ବର୍ଜନ କଲେ

Sunil Chandra Nayak

ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଭାରତ), ରାଉରକେଲା କେନ୍ଦ୍ର ଦ୍ୱାରା ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ

masiha

Leave a Comment

error: Content is protected !!