ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମନା ଦଣ୍ଡ ଶତ ବାର୍ଷିକୀ ସମାରୋହ ଆସନ୍ତା ୧୬ ଓ ୧୭ ତାରିଖ : ଦଣ୍ଡପାଣି ସ୍ମୃତି ସମ୍ମାନ ପାଇବେ କୈଳାସ ଚନ୍ଦ୍ର ନାଏକ

ମ.ରାମପୁର ୧୫/୨(ମସୀହା): ମ.ରାମପୁର ମାଟିରେ କାମନା ଦଣ୍ଡର ଅୟମାରମ୍ଭକୁ ଏକଶହ ବର୍ଷ ପୂତ୍ତି ହେଇଥିବାବେଳେ ଏହି ଗୌରବମୟ ଅଧ୍ୟାୟକୁ ଆହୁରି ଗୌରବାନ୍ୱିତ କରିବା ପାଇଁ ଆଂଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ତରଫରୁ ଚଳିତ ମାସ ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ମହାସମାରୋହରେ ପାଳିତହେବ ଶତବାର୍ଷିକୀ ମହୋତ୍ସବ । ଏହି ଅବସରରେ ପରିଷଦ ତରଫରୁ ଦିଆଯାଉଥିବା ଶୀର୍ଷ ସମ୍ମାନ ଦଣ୍ଡପାଣି ସ୍ମୃତି ସମ୍ମାନ ପାଇବେ ନାଟ୍ୟକାର, ନିର୍ଦ୍ଦେଶକ , ଘୁମୁରା ଗୁରୁ କୈଳାସ ଚନ୍ଦ୍ର ନାଏକ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଦ୍ୱାରଶୁନୀ ଗ୍ରାମ ପଂଚାୟତର ସରପଂଚ ଶ୍ରୀ ନାଏକ l ମ.ରାମପୁର କାମନା ଦଣ୍ଡ ସାଂସ୍କୃତିକ ପରିଷଦ ର ଶତବାର୍ଷିକ ମହୋତ୍ସବ ଅବସରରେ କଳାହାଣ୍ଡିର ଜଣେ ବିଶିଷ୍ଠ ଲୋକନାଟ୍ୟକାର ଭାବେ ଆସନ୍ତା ୧୭ ତାରିଖ ଉଦଯାପନୀ ସମାରୋହରେ ଅତିଥିମାନଙ୍କ ଦ୍ୱାରା ମାନପତ୍ର,ଉପାୟନ,ସ୍ମୃତି ଫଳକ ସହିତ ଦଣ୍ଡପାଣି ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ ହେବେ । ଭବାନୀପାଟଣା,ଲାଂଜିଗଡ଼,ନର୍ଲା ତଥା କେସିଙ୍ଗା ଆଦି ବ୍ଲକ ପ୍ରାୟତଃ କୋଡ଼ିଏ ଖଣ୍ଡ ଗାଁରେ ତାଙ୍କ ରଚନା ଓ ନିର୍ଦ୍ଦେଶନାରେ ବହୁ ଉନ୍ନତ ମାନର ଲୀଳା ସୁଆଙ୍ଗ ଦୀର୍ଘ ୨୫ବର୍ଷ ହେଲା ଅଭିନୀତ ହେଇଆସୁଛି । ସେହିପରି ‘ଘୁମୁରା’ ନୃତ୍ୟ ର ଜଣେ ସୁନାମଧନ୍ୟ ଗୁରୁ ତଥା ଗିତୀକାର ଭାବେ ମଧ୍ୟ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି । ତାଙ୍କରି ରଚନା ମଧ୍ୟରେ ‘ଚନ୍ଦ୍ର-ପଦ୍ମିନୀ ବିବାହ’, ‘ମର୍କତ ମଂଜୁଳା ହରଣ’ ବିଚିତ୍ର କଳ୍ପନା ଓ ‘ପ୍ରେମଲତାର ପରିଣୟ’ ଆଦି ସୁଆଙ୍ଗ କଳାହାଣ୍ଡିର ଲୋକ ନାଟ୍ୟ ପରମ୍ପରାକୁ ଋଦ୍ଧିମନ୍ତ କରିଛି । କଳା ସଂସ୍କୃତି ପ୍ରତି ସେ ଜଣେ ଉତ୍ସର୍ଗୀକୃତ ବ୍ୟକ୍ତିତ୍ୱ । ଚଳିତ ବର୍ଷ ଏହି ସମ୍ମାନ ଶ୍ରୀ ନାଏକ ପାଇବେ ବୋଲି ପରିଷଦ ର ସଭାପତି ରୁଦ୍ର ପ୍ରତାପ ସିଂହ ଓ ସଂପାଦକ ପ୍ରକାଶ ଚନ୍ଦ୍ର ସାହୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଧରାକୋଟ ରେ ପଲ୍ସ ପୋଲିଓ କାର୍ଯ୍ୟକ୍ରମ

Sunil Chandra Nayak

ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର 

Sunil Chandra Nayak

ବେହେରାପାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ବଦଳି ଘଟଣାରେ ଛକାପଞ୍ଝା

Sunil Chandra Nayak

Leave a Comment

error: Content is protected !!