ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଂସଦ ଓ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ର ଶୁଭଉଦଘାଟନ 

ଚନ୍ଦାହାଣ୍ଡି-15/2(ମ ନି ସ )ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବିଭିନ୍ନ ପଂଚାୟତରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଗୁଡିକୁ ବୁଧବାର ନବରଙ୍ଗପୁର ଲୋକସଭା ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ଝରୀଗାଁ ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ମାଝୀ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଗୁଡିକ ଉଦଘାଟନ କରିଛନ୍ତି l ପ୍ରଥମେ ଜମାଦାରପଡା ପଂଚାୟତ ର କଲ୍ୟାଣ ମଣ୍ଡପ ଉଦଘାଟନ ପ୍ରାରମ୍ଭ କରି ଦ୍ୱତୀୟରେ ଚନ୍ଦାହାଣ୍ଡି ପଂଚାୟତ ଗସ୍ତ କରି ହସ୍ପିଟାଲ ର ଏକ୍ସରେ ଗୃହ ଏବଂ ପରେ ଯାଦବମାଝି ଶିଶୁ ଉଦ୍ୟାନ ଓ କଲ୍ୟାଣ ମଣ୍ଡପ ଉଦଘାଟନ କରିଥିବାବେଳେ, ମୋହରା ପଂଚାୟତରେ ନୂତନ ଭାବେ ନିର୍ମିତ ହୋଇଥିବା ଜିମ ସେଣ୍ଟର ଏବଂ ପୂଜାରୀଗୁଡା ର ନୂତନ ନିର୍ମିତ 1/2 ଅଙ୍ଗନୱାଡି କେନ୍ଦ୍ର ଗୃହ, ଦଳବେଡା ପଂଚାୟତ ର କୁହୁରାକୋଟ କରlଡ଼ଙ୍ଗରି ରାସ୍ତାରେ ବ୍ରିଜ ନିର୍ମାଣ ର ଶୁଭାରମ୍ଭ, ଧୋଡ଼ିପାଣି ପଂଚାୟତର ଗ୍ରାମ୍ୟ ହାଟ ଉଦଘାଟନ କରାଯାଇଥିବା ବେଳେ, ଶେଷରେ ମାଲଗାଁ କଲ୍ୟାଣ ମଣ୍ଡପ ଉଦଘାଟନ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ଓଏଲଆଇସି ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ,ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ,ବ୍ଲକ ଅଧକ୍ଷା ସୁମିତ୍ରl ପୂଜାରୀ,ଉପାଧ୍ୟାକ୍ଷ ବାସୁଦେବ ଗୌଡ଼,ଜିଲ୍ଲାପରିଷଦ ବର୍ଷାରାଣୀ ପଟେଲ ଓ କେତକୀମଲ୍ଲୀ ଗୌଡ଼,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ,ସମାଜସେବୀ ଗୌରହରି ନାୟକ, ଯୁବରାଜ ଜଗତ,ବଳରାମ ପଟନାୟକ,ତ୍ରିନାଥ ଦାଶ,ଡମ୍ବରୁ ମାଝୀ, ଗଗ୍ନେଶ୍ୱର ମାଝୀ,ମାଲଗାଁ ସମିତି ସଭ୍ୟ କ୍ଷୀରଦେଇ ଚଣ୍ଡୀ, ସରପଞ୍ଚ କୃଷ୍ଣ ଜାନି,ଗଂଗେଶ୍ବରୀ ପୂଜାରୀ,ଦୁର୍ଲବ ପୂଜାରୀ,ଜଳନ୍ଧର ମାଝୀ, ଅଜିତ ପୋଟା ପ୍ରମୁଖଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଏବଂ ବ୍ଲକ ସହକାରୀ ଯନ୍ତ୍ରୀ ଥୟକୁମାର ପଟେଲ,କନିଷ୍ଠ ଯନ୍ତ୍ରୀ ଅରବିନ୍ଦ ବେହେରା, ରାଜୀବ ଲୋଚନ ଧଳ, ଉଦୟନାଥ ମୁର୍ମୁ, ଚନ୍ଦନ ଦଳେଇ , ଏବଂ ବିଭାଗୀୟ କର୍ମଚାରୀଙ୍କ ସମେତ ଜନସାଧାରଣ ଉପସ୍ଥିତ ଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଗ୍ରୀଷ୍ମଋତୁ ଆରମ୍ଭ ନ ହେଉଣୁ ଘନେଇଲାଣି ବନାଗ୍ନି ସଙ୍କଟ

masiha

ବ୍ରହ୍ମପୁରରେ ନାରୀ ଶକ୍ତି ବନ୍ଦନ, ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଲେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତିଙ୍କ ସମେତ ଜିଲ୍ଲାର ମାନ୍ୟବର ମନ୍ତ୍ରୀ, ସାଂସଦ, ବିଧାୟକ ଓ ବରିଷ୍ଠ ନେତୃବୃନ୍ଦ 

Sunil Chandra Nayak

ନୂଆପଡ଼ା ଜିଲ୍ଲା ତୀଖାଲି ଲୋୟର ଜଳ ସେଚନ ପ୍ରକଳ୍ପ ରେ ଜଳ ସ୍ତର୨୬୩.୦୭୦ ମିଟର ରହିଥିବା ବେଳେ ପ୍ରତି ସେକେଣ୍ଡ ରେ ୯୧.୧୦୧ କି ଜଳ ପ୍ରବେଶ

masiha

Leave a Comment

error: Content is protected !!