ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜଙ୍ଗଲ ରେ ନିଆ ଲଗେଇବା ଅଭିଯୋଗ ରେ ଜଣେ ଗିରଫ

ଚନ୍ଦାହାଣ୍ଡି(ମନି ସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ପାନାବେଡା ରିଜର୍ଭ ଫରେଷ୍ଟ ମାଲଗାଁ ସେକ୍ସନ ଅଧିନସ୍ଥ କୁହୁଡି ବିଟ୍ ମଧ୍ୟରେ ଜୈନେକ ବ୍ୟକ୍ତି ନିଆ ଲଗୋଉଥିବା ଅଭିଯୋଗ ରେ ବନବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସୂଚନା ରୂ ପ୍ରକାଶ ଦଣ୍ଡାମୁଣ୍ଡା ଗ୍ରାମର ବୁଡୁ ପାରଧି (୪୫))ନାମକ ବ୍ୟକ୍ତି ଗତକାଲି କୁହୁଡି ଜଙ୍ଗଲ ରେ ନିଆ ଲଗୋଉଥିବା ଖବର ପାଇ ମାଲଗାଁ ଫରେଷ୍ଟର ଜସ୍ମିରାଣୀ କିସ୍କୋ ,ବିଟ୍ ଗାର୍ଡ ସୁବ୍ରତ ବାବାଲି ,କୃଷ୍ଣ ଚନ୍ଦ୍ର ବିଶୋଇ, ଫାୟାର ସ୍କ୍ବାର୍ଡ ଭୂପେନ୍ଦ୍ର ମାଝୀ, ପଦ୍ମନ ମାଝୀ ଓ ସୁବାଷ ଗଣ୍ଡ ସକାଳ ପେଟ୍ରୋଲିଙ୍ଗ ସମୟରେ କାବୁ କରିଥିଲେ। ଅଭିଯୁକ୍ତ ବୁଡୁ ପାରଧି କୁ ଆଜି ଚନ୍ଦାହାଣ୍ଡି ପ୍ରଥମ ଶ୍ରେଣୀ ବିଚାରପତି ଙ୍କ ଅଦାଲତ କୁ ପ୍ରେରଣ କରାଯାଇଥିଲା। ତାଙ୍କୁ ଜେଲ୍ ହାଜତକୁ ପଠେଇ ଦିଆଯାଇଥିବା ଫରେଷ୍ଟର ଜସ୍ମିରାଣୀ କିସ୍କୋ ପ୍ରକାଶ କରିଛନ୍ତି।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ରାଉରକେଲା ପୋଲିସ୍ ଦ୍ବାରା ଚୋରି ଅଭିଯୋଗରେ ୭ ଅଭିଯୁକ୍ତ ଗିରଫ

Sunil Chandra Nayak

ରାଉରକେଲା ପୋଲିସ୍ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

Sunil Chandra Nayak

ନିଜ ସହଧର୍ମିଣୀ ଙ୍କୁ ହତ୍ୟା କରି ଖଟ ବାକ୍ସରେ ରଖି ଦେଇ ସ୍ଵାମୀ ଫେରାର।

masiha

Leave a Comment

error: Content is protected !!