ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଆଜିଠାରୁ ଦୁଇ ଦିନିଆ କାମନା ଦଣ୍ଡ ଶତବାର୍ଷିକୀ ମହୋତ୍ସବ

ଢେଙ୍କାନାଳ,ବୌଦ୍ଧ ଓ ଖୋର୍ଦ୍ଧାର ସାଂସ୍କୃତିକ କାର୍ଯ୍ୟକ୍ରମ

ମ.ରାମପୁର:୧୬/୨(ମସୀହା):୧୯୨୨ ମସିହାରେ କଳାହାଣ୍ଡି ଜିଲ୍ଲାର ମ.ରାମପୁରଠାରେ ଆରମ୍ଭ ହେଇଥିବା କାମନା ଦଣ୍ଡ କୁ ୨୦୨୨ ମସିହାରେ ଏକଶତ ବର୍ଷ ପୂତ୍ତି ହେଇଥିବାବେଳେ ଆଜିଠାରୁ ଆରମ୍ଭ ହେଉଛି ଦୁଇ ଦିନିଆ ଶତବାର୍ଷିକୀ ସମାରୋହ । ଆଂଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ତରଫରୁ ଆୟୋଜିତ ଏହି ଦୁଇ ଦିନିଆ ମହା ସାଂସ୍କୃତିକ ସମାରୋହ ରେ ପ୍ରଥମେ ପୂଜାର୍ଚ୍ଚନା ସହିତ ଏକ ସାଂସ୍କୃତିକ ମଶାଲ ଶୋଭାଯାତ୍ରା ସାଂସ୍କୃତିକ ମଂଚରୁ ବାହାରି ସହର ପରିକ୍ରମା କରିବ । ପରେ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ ସଭା ଆୟୋଜନ ହେବା ସହିତ ସଭା ପରେ ଆଜି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ (ଆମ୍ବିଥି) ର ଓଁ ଶ୍ରୀ ଶ୍ରୀ ଶିବକାଳୀ କାମନା ଦଣ୍ଡ ନୃତ୍ୟ ଆୟୋଜନ କରାଯାଇଛି । ଠିକ୍ ସେହି ପରି ଆସନ୍ତାକାଲି ସକାଳ ୧୦ ଘଂଟା ସମୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କାମନା ଦଣ୍ଡ ସଂସ୍କୃତି ଗବେଷକ,ଲେଖକମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଓ ପରେ ସନ୍ଧ୍ୟାରେ ସାଂସ୍କୃତିକ ସଭା ସହିତ ବୌଦ୍ଧ ଜିଲ୍ଲାର ଦଣ୍ଡ ନୃତ୍ୟ ଓ ଖୋର୍ଦ୍ଧା ଜିଲ୍ଲାର ଭାରତ ଲୀଳା ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟେଜନ କରାଯାଇଛି । ଏହି ଶତବାର୍ଷିକୀ ସମାରୋହ ମ.ରାମପୁର ବସଷ୍ଟାଣ୍ଡ ପରିସରରେ ଅନୁଷ୍ଠିତ ହେଉଥିବାବେଳେ ସମସ୍ତଙ୍କ ଉପସ୍ଥିତି ଓ ସହଯୋଗ କାମନା କରିଛନ୍ତି ପରିଷଦର ସଭାପତି ରୁଦ୍ର ପ୍ରତାପ ସିଂହ ଓ ସଂପାଦକ ପ୍ରକାଶ ଚନ୍ଦ୍ର ସାହୁ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଲଳିତ କୁମାର ମହାଲିକ,ଯୁଗ୍ମ ସଂପାଦକ ଦ୍ରୋଣାଚାର୍ଯ୍ୟ ମାଝୀ,ସହ-ସଂପାଦକ ଲଳିତ ସ୍ୱାଇଁ,କୋଷାଧ୍ୟକ୍ଷ ବିଭୂତି ଭୂଷଣ ମହାଖୁଡ଼ ପ୍ର୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି ।

ମ.ରାମପୁରରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଭୁବନ ରେ ଶିବ ପାର୍ବତୀ ବିବାହ ସମ୍ପନ୍ନ :ବାଈ ନାଚ ସାଙ୍ଗକୁ ବାଜା ବାଣରେ ଦୁଳୁକିଲା ସହର

ମା ଡୋକାରୀ ଦେବୀଙ୍କ ଚୈତ୍ର ଯାତ୍ରା ଅନୁଷ୍ଠିତ, ପାହାଡ଼ ଶିଖର ଚଢି ଦର୍ଶନ କଲେ ଶ୍ରଦ୍ଧାଳୁ

Sunil Chandra Nayak

ପ୍ରଭୁ ପଶ୍ଚିମେଶ୍ୱରଙ୍କ ମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ଯାତ୍ରାରେ ୫୦ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାଗମ 

Sunil Chandra Nayak

Leave a Comment

error: Content is protected !!