ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ଶିକ୍ଷା ବିଭାଗରେ ଚାଲିଛି ତଦନ୍ତ, କେବଳ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

ତିର୍ତ୍ତୋଲ :-15/02/23:- ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ଙ୍କ ଦ୍ଵାରା ତିର୍ତ୍ତୋଲ ମଣ୍ଡଳ ମଧ୍ୟାହ୍ନ ଭୋଜନ ଚାଉଳ ଓ ଔଷଧ ପୋଡି ର ତଦନ୍ତ ଚାଲିଛି ! କାର୍ଯ୍ୟାନୁଷ୍ଠାନ କୁ ଅପେକ୍ଷା କରିଛନ୍ତି ତିର୍ତ୍ତୋଲବାସୀ ! ଖବର ଅନୁସାରେ ତିର୍ତ୍ତୋଲ, ମଣ୍ଡଳ ଶିକ୍ଷାଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ବ୍ୟାପକ ଆର୍ଥିକ ଦୁର୍ନୀତି ତଥା 2019/20 ଆର୍ଥିକ ବର୍ଷରେ 850 କୁଇଣ୍ଟାଲ ମଧ୍ୟାହ୍ନ ଭୋଜନ ଚାଉଳ ହଡପ କରିବା ଘଟଣା ସହିତ କୋମଳମତି ଶିଶୁ ମାନଙ୍କୁ ବଣ୍ଟା ଯିବା ପାଇଁ ଉଦ୍ଧିଷ୍ଟ ଥିବା ଭିଟାମିନ ଓ କୃମି ନାଶକ ବଟିକା କୁ ଅତି ଦାୟିତ୍ୱ ହୀନ ଭାବରେ ନିଜ କାର୍ଯ୍ୟାଳୟ ପରିସର ରେ ଗତ ତା 24/11/2022 ରିଖ ମଧ୍ୟାହ୍ନ ସମୟରେ ପୋଡିବା ଏବଂ ତତ୍ ସହିତ 3ଜଣ ସି. ଆର. ସି. ସି. ସମସ୍ତ ସରକାରୀ ନୀତିନିୟମ କୁ ଉଲଂଘନ କରି ଗୋଟିଏ ସ୍ଥାନରେ ଓ ଗୋଟିଏ ପଦବୀରେ ଯଥା କ୍ରମେ 12 ବର୍ଷ, 11ବର୍ଷ ଓ 8 ବର୍ଷ ଧରି ରହି ନିଜର ଦୁର୍ନୀତିର ସାମ୍ରାଜ୍ୟ ଚଳାଇ ଆସିବା ଯଥା ବିଭିନ୍ନ ବିଦ୍ୟାଳୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ପଦୋନ୍ନତି, ବଦଳି ଓ ନିଜ ଇଛା ମୁତାବକ ସ୍ଥାନରେ ନିଯୁକ୍ତି କରାଇଦେବା ବିଷୟକୁ ନେଇ 10 ରୁ 20ହଜାର ଟଙ୍କା ନେବା ଓ ତତ୍ ସହିତ ପାଚିକା ଓ ସହାୟିକା ନିଯୁକ୍ତି ରେ 5 ହଜାର ଟଙ୍କା ଲେଖାଏଁ ନେବା ବିଷୟରେ ତଦନ୍ତ କରି,ସମ୍ପୃକ୍ତ ମଣ୍ଡଳ ଶିକ୍ଷାଅଧିକାରୀଙ୍କ ବିରୋଧରେ ବିହିତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ,ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଇଂ ବେଦଦ୍ୟୁତି ପୃଷ୍ଟି ଗତ 7 ତାରିଖ ଦିନ ଜିଲ୍ଲା ଶିକ୍ଷାଅଧିକାରୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଜଗତସିଂହପୁର ଜିଲ୍ଲାପାଳ ଙ୍କୁ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଥିଲେ ! ଫଳ ସ୍ୱରୂପ ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ ରେ, ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଚିଠି ନମ୍ବର 1542 ତା 13/02/2023 ରେ ମଣ୍ଡଳଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟକୁ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପରେଶ ପାତ୍ର ଘଟଣା ର ତଦନ୍ତ ପାଇଁ ଆସିଥିଲେ ! ତଦନ୍ତ କାର୍ଯ୍ୟ ଚାଲୁଥିବା ସମୟରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ ଓ ତିର୍ତ୍ତୋଲ ବିଧାନସଭା ଯୁବ କଂଗ୍ରେସ ସଭାପତି ଇଂ ବେଦଦ୍ୟୁତି ପୃଷ୍ଟି, ଶିକ୍ଷା ମଣ୍ଡଳ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ତଦନ୍ତକାରି ଅଧିକାରୀ ଙ୍କ ସହିତ ଆଲୋଚନା କରି ତଦନ୍ତ ରେ ସ୍ଵଛତା ଓ ନିରପେକ୍ଷତା ଅବଲମ୍ବନ କରିବାକୁ ପରାମର୍ଶ କରିଥିଲେ !କିନ୍ତୁ ତଦନ୍ତ କାରୀ ଅଧିକାରୀ ଙ୍କ ଉପରେ ରାଜନୈତିକ ଚାପ ରହିଥିବା ନେଇ ତାଙ୍କ କଥା ବାର୍ତା ରୁ ସ୍ପଷ୍ଟ ବାରିହୋଇ ପଡୁଥିବା ଜାଣିପାରି,ଯୁବ କଂଗ୍ରେସ ସଭାପତି ଶ୍ରୀ ପୃଷ୍ଟି ତଦନ୍ତ ର ସ୍ୱଚ୍ଛତା କୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ! କୌଣସି ପରିସ୍ଥିତିରେ ତଦନ୍ତ କୁ ବାଟବଣା କରିବାକୁ ଯେବେ ଷଡଯନ୍ତ୍ର କରାଯାଏ , ତେବେ ଯୁବ କଂଗ୍ରେସ ତରଫରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ, ଆଉ ଏଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଶ୍ରୀଯୁକ୍ତ ପୃଷ୍ଟି ଚେତାବନୀ ଶୁଣାଇଛନ୍ତି !

ତିର୍ତ୍ତୋଲ ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା

Related posts

ଧର୍ମଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଶିକ୍ଷାର ଉନ୍ନତି ପାଇଁ ଗୁରୁତ୍ତ୍ୱ

masiha

ତେରେସିଂହା ଶିବ ମନ୍ଦିର ପରିଚାଳନା କମିଟି ଗଠିତ

Sunil Chandra Nayak

ଡାବୁଗାଁରେ କଳ୍ପତରୁ ଉତ୍ସବ ପାଳିତ

masiha

Leave a Comment

error: Content is protected !!