ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦୁପତ୍ର କର୍ମଚାରୀ ସଂଘ ର ବୈଠକ

ନୂଆପଡା, ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ, ଖଡ଼ିଆଳ ଡିଭିଜନ ଶାଖା ତରଫରୁ, ଡିଭିଜନ ସମ୍ପାଦକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ସଂଘର ଡିଭିଜନ କମିଟୀର ବୈଠକ ଖଡ଼ିଆଳ ରେଞ୍ଜ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି । ସଂଘର ସାଙ୍ଗଠନିକ କାର୍ଯ୍ୟକଳାପ ସହିତ ଆଗାମୀ ଦିନର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥିଲା । ଆସନ୍ତା ଫେବୃଆରୀ ୨୦ ତାରିଖ ଦିନ ରାଜ୍ୟ ସଙ୍ଘ ସହିତ ପି ସି ସି ଏଫ ଙ୍କ ସହିତ ଆଲୋଚନା ପାଇଁ ଦିନ ଧାର୍ଯ୍ୟ ହୋଇଥିବାରୁ ସେଥିରେ ଖଡ଼ିଆଳ ଡିଭିଜନ ସମ୍ପାଦକ ଶ୍ରୀ ପାଣିଗ୍ରାହୀ ସାମିଲ ହେବାକୁ ଥିବାରୁ, କେନ୍ଦୁପତ୍ର ତୋଳାଳୀ ଓ ସିଜିନାଲ ଷ୍ଟାଫଙ୍କ ବିଭିନ୍ନ ସମସ୍ୟା ଓ ଦାବି ଉପସ୍ଥାପନ ପାଇଁ ଆଲୋଚନା ହୋଇଥିଲା । ଦିତୀୟ ପର୍ଯ୍ୟାୟରେ ଖଡ଼ିଆଳ ଡି ଏଫ ଓ ପ୍ରତାପ ବେହେରାଙ୍କ ସହିତ କମିଟିର ବିଭିନ୍ନ ସମସ୍ୟା ଓ ଦାବି ଗୁଡିକ ଯଥା ନୂତନ ତୋଳାଳୀଙ୍କୁ ଯଥେଷ୍ଟ କାର୍ଡ ପ୍ରଦାନ, ଶତ ପ୍ରତିଶତ ବୋନସ ପ୍ରଦାନ, ପତ୍ରର ଦର ବୃଦ୍ଧି, ଝିଅ ବାହାଘର ସହାୟତା, ଚିକିତ୍ସା ସହାୟତା, ଛାତ୍ର ବୃତ୍ତି, ସିଜିନାଲ ଷ୍ଟାଫଙ୍କ ଗସ୍ତ ଖର୍ଚ୍ଚ ବିଲ, ବନ୍ଧେଇ କୁଲିଙ୍କ ମଜୁରୀ ବୃଦ୍ଧି, ୱାଚର ମାନଙ୍କ ସ୍ଥାୟୀ ନିଯୁକ୍ତି ,ସିଜିନାଲ ଷ୍ଟାଫଙ୍କ ଦରମା ବୃଦ୍ଧି, ୬୨ ବର୍ଷ ପରିବର୍ତ୍ତେ ୬୫ ବର୍ଷରେ ସିଜିନାଲ ଷ୍ଟାଫଙ୍କ ଅବସର ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ବ୍ୟାପକ ଆଲୋଚନା ହୋଇଥିଲା । ଯଥାର୍ଥ ଦାବି ଓ ସମସ୍ୟା ଗୁଡିକ ତୁରନ୍ତ ସମାଧାନନ ହେଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅବଦୁଲ ରସିଦ, ରୁଦ୍ର ନାଗ, ନଟ ନାଗ, କ୍ଷେତ୍ର ପୁଟେଲ, ମଙ୍ଗଲ ସାଏ ବଗର୍ତ୍ତି, ଦମନ ନାଏକ, ଯମୁନା ଧରୁଆ, ଭାସ୍କର ପ୍ରଧାନ , କନା ଧରୁଆ, ଗୌତମ ବରିହା, ସନ୍ତୋଷ ସାହୁ, ବାବୁଲାଲ ପଟେଲ, ଈଶ୍ୱର ଶବର, ଦୋରେଶ୍ୱର ପଟେଲ, ପ୍ରମୁଖ ସାମିଲ ହୋଇଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବଳଭଦ୍ର ପୁର ପଞ୍ଚାୟତ କାର୍ଯ୍ୟାଳୟ ରେ ଖୋଲୁନି ତାଲା ଭିଜିଲାନ୍ସ ତଦନ୍ତ ଦାବି କଲେ ଗ୍ରାମ ବାସୀ ଓ ମାନବ ଅଧିକାର କର୍ମୀ

Sunil Chandra Nayak

ସାବେତ୍ରୀ ବାଇ ଫୁଲେ ଜୟନ୍ତୀ ପାଇଁ ଜୁନାଗଡ଼ ରେ ପ୍ରସ୍ତୁତି ବୈଠକ 

masiha

ମହିଳା ଚାଲାଣ ପ୍ରତିରୋଧ ସମ୍ପର୍କିତ ଜିଲ୍ଲା ସ୍ତରୀୟ କର୍ମଶାଳା

Sunil Chandra Nayak

Leave a Comment

error: Content is protected !!