ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତକାଟକୁ ବିରୋଧ କରି କର୍ମଚାରୀଙ୍କୁ ତାଲା ଠୁଙ୍କିଲେ ମହିଳା

ପାପଡାହାଣ୍ଡି,16/2, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଜଟାବାଲ ପଂଚାୟତ ସଦର ମହାକୁମାରେ ଗୁରୁବାର ବିଦ୍ୟୁତ ବିଲ ପୈଠ କରିନଥିବା ଘରର ବିଦ୍ୟୁତ କାଟକୁ ପ୍ରତିବାଦ କରି ଗ୍ରାମର ମହିଳା ମାନେ ତିନି ଜଣ କର୍ମଚାରୀଙ୍କୁ ତାଲା ଠୁଙ୍କିଥିଲେ | ସକାଳ 11 ଟା ରୁ ତିନି ଜଣ କର୍ମଚାରୀ ସ୍ଥାନୀୟ କମ୍ୟୁନିଟି ହଲ ଭିତରେ ବନ୍ଦି ହୋଇରହିଥିଲେ | ଏ ନେଇ ପାପଡାହାଣ୍ଡି ଏସ ଡିଓଙ୍କୁ ଜଣାଇବା ପରେ ମଧ୍ୟ କୌଣସି କର୍ମଚାରୀଙ୍କ ଦେଖା ମିଳିନଥିଲା | ବିଦ୍ୟୁତ କାଟ ହୋଇଥିବା ଘରର ମହିଳା ମାନେ ସେମାନଙ୍କ ବିଦ୍ୟୁତ ପୁନଃ ସଂଯୋଗ ଲାଗି ଦାବି ଜଣାଇଛନ୍ତି | ସୂଚନା ମୁତାବକ ଜଟାଵାଲ ଗ୍ରାମର ମହାମୟୀ ଓ ନାୟକ ସାହିର ବିଦ୍ୟୁତ ବିଲ ଆଦାୟ ଲାଗି କର୍ମଚାରୀ ମାନେ ଆସିଥିଲେ | ସାହିର ପ୍ରାୟ 10ଘରର ବିଦ୍ୟୁତ କାଟ କରିଥିଲେ | ମହିଳା ମାନେ କର୍ମଚାରୀଙ୍କୁ ନେହୁରା ହେବା ସହ ବିଦ୍ୟୁତ କାଟ ନ କରିବା ଲାଗି ନିବେଦନ କରିଥିଲେ | କିଛି ଦିନର ଅନ୍ତରାଳ ପରେ ସେମାନେ ବିଦ୍ୟୁତ ବିଲ ପୈଠ କରିବେ ବୋଲି କହିଥିଲେ | କିନ୍ତୁ ସେମାନଙ୍କ କଥା କର୍ମଚାରୀ ମାନେ ଶୁଣି ନ ଥିଲେ | ଫଳରେ ଏହାକୁ ଉତେଜନା ଦେଖାଦେଇଥିଲା | ମହିଳା ମାନେ ଅଭିଯୋଗ କରିଛନ୍ତି ଜେ ଗ୍ରାମର ବହୁ ବଡ଼ବଡ଼ିଆ ମାନଙ୍କ ଅଧିକ ବିଲ ଆସିଥିବା ବେଳେ ସେମାନଙ୍କ ବିଦ୍ୟୁତ କାଟ ହେଉନି ଖାଲି ଗରିବ ମାନଙ୍କର କାହିଁକି କାଟ ହେଉଛି | କର୍ମଚାରୀ ମାନେ ଉପରସ୍ତ କର୍ମଚାରୀ ମାନଙ୍କ ନିର୍ଦେଶ କ୍ରମେ ସେମାନେ ବିଦ୍ୟୁତ କାଟ କରିବାକୁ ଆସିଥିଲେ, ସେମାନଙ୍କ ଭୁଲ କଣ ବୋଲି କହିଥିଲେ | ତେବେ 2017 ମସିହାରେ ଗ୍ରାମର ଥିବା 33 କେଭି ଟ୍ରାନ୍ସଫରକୁ ବିଭାଗ ରେପେର ନା ରେ କାଢ଼ିକି ନେଇଗଲେ | ଟ୍ରାନ୍ସଫର ପିଣ୍ଡି ବସିବା ଲାଗି ଗ୍ରାମବାସୀ 40ହଜାରରୁ ଉର୍ଦ୍ଧ ଟଙ୍କା ଆଦାୟ କରିଦେଇଥିଲେ | କିନ୍ତୁ 11 କେଭି ଟ୍ରାନ୍ସଫର ଦେଇ ବିଭାଗ ତୁନି ରହିଯାଇଛି | ଯଦ୍ୱାରା ଗ୍ରାମରେ ବିଦ୍ୟୁତ ସମସ୍ୟା ଲାଗି ରହୁଛି | ଲୋକେ 33 କେଭି ଟ୍ରାନ୍ସଫର ଲାଗି ଦାବି କରୁଥିଲେ ସୁଦ୍ଧା ବିଭାଗ ନିରବ ରହୁଛି | ତେଣୁ ମହିଳା ମାନେ ବିଭାଗ ର ଏପରି ଅପାରଗତା କାର୍ଯ୍ୟକୁ କିଏ ଦାୟୀ ବୋଲି ପ୍ରଶ୍ନ କରିଥିଲେ | ଉତେଜିତ ହୋଇ ତିନି କର୍ମଚାରୀଙ୍କୁ ତାଲା ଠୁଙ୍କି ଦେଇଥିଲେ | କର୍ମଚାରୀ ମାନେ ଯାହା କହିଲେ ବି ଶୁଣି ନ ଥିଲେ | ଏସଡ଼ିଓ ସ୍ଥାନୀୟ ସମାଜସେବିଙ୍କୁ କର୍ମଚାରୀ ଙ୍କୁ ଛାଡି ଦେବା ପାଇଁ କହିଥିଲେ | ଅପରାହ୍ନ 5 ଟା ପରେ ତାଲା ଖୋଲିଥିଲେ | ଆସନ୍ତା କାଲି ସମସ୍ୟାର ସମାଧାନ ନ ହେଲେ ପୁଣି ତାଲା ଠୁଁକିବେ ବୋଲି ଚେତାବନୀ ଦେଇଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର 

Sunil Chandra Nayak

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଠାରେ ତାଲିମ୍ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ଦ୍ଵାର ଉଦଘାଟିତ

masiha

ବନ୍ଧୁଗାଁ ବ୍ଲକର ୧୩ ଟି ପଞ୍ଚାୟତର ୫୭୮୨ ମଧୁବାବୁ ପେନସନ ହିତାଧିକାରୀଙ୍କୁ ଗାଁକୁ ଯାଇ ବଣ୍ଟନ , ୫୦୦୨ ଜଣ ଇନ୍ଦିରା ଗାନ୍ଧି ପେନସନ ହିତାଧିକାରୀ ନିରାଶ 

Sunil Chandra Nayak

Leave a Comment

error: Content is protected !!