ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନବରଙ୍ଗପୁର ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ହେଲେ ଜଗଦୀଶ ସାନ୍ତ୍ର୍ରା

ନବରଙ୍ଗପୁର—(ମସିହା)ନବରଙ୍ଗପୁର ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଭାବେ ଜଗଦୀଶ ସାନ୍ତ୍ର୍ରା (କୁନୁ) ମନୋନୀତ ହୋଇଛନ୍ତି। ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଜିଲ୍ଲା ସ୍ତରରୁ ଯୋଗ୍ୟ ବିବେଚନା କରି ନବରଙ୍ଗପୁର ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଭଳି ଗୁରୁ ଦାୟିତ୍ୱ ଦେଇଥିବାରୁ ଶ୍ରୀ ସାନ୍ତ୍ର୍ରା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ସାଂସଦ ତଥା ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ରମେଶ ଚନ୍ଦ୍ର ମାଝୀ ଓ ଜିଲ୍ଲା ସଂଯୋଜକ ଶ୍ରୀ ପ୍ରମୋଦ ପାଢ଼ୀ ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଉମରକୋଟ ଅଞ୍ଚଳର ଅଧିକରୁ ଅଧିକ ଲୋକ ଙ୍କୁ କିଭଳି ଏକଜୁଟ କରି ଦଳରେ ସାମିଲ କରାଯିବ ଏବଂ ଦଳକୁ ତୃଣମୂଳ ସ୍ତରରୁ ଆହୁରି ଅଧିକ ମଜବୁତ କରାଯାଇପାରିବ ସେ ଦିଗରେ ଗୁରୁତ୍ବ ଦେବେ ବୋଲି ଶ୍ରୀ ସାନ୍ତ୍ର୍ରା ପ୍ରକାଶ କରିଛନ୍ତି। ଏଥି ନିମନ୍ତେ ସେ ଦଳର ସମସ୍ତ କର୍ମକର୍ତ୍ତା ମାନଙ୍କ ସହଯୋଗ କାମନା କରିଛନ୍ତି । ସେ ଜଣେ ଦାଇତ୍ବ ବାନ୍ ଓ କର୍ତ୍ତବ୍ୟନିଷ୍ଠ ତଥା ଦକ୍ଷ ସଂଗଠକ ହୋଇ ଥିବାରୁ ତାଙ୍କ ଦ୍ବାରା ଦଳର ସଂଗଠନ ଆହୁରି ଅଧିକ ମଜବୁତ୍ ହୋଇପାରିବ ବୋଲି କର୍ମୀ ଓ ନେତା ଆଶା ବାନ୍ଧିଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍

Related posts

ଆସନ୍ତା କାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ

ଏସଆଇଆର ମାଧ୍ୟମରେ ଓଡ଼ିଶାରେ ଭୋଟରଙ୍କ ନାମ ବାଦ୍ ପଡିବା ନେଇ ସନେ୍ଦହ ପ୍ରକାଶ କଲା ବିଜେଡି

Sunil Chandra Nayak

ନବୀନ ପଟ୍ଟନାୟକ ଙ୍କୁ ଭେଟିଲେ ବିଜେଡି ର ଯାଜପୁର ବିଧାୟକ ଓ ନେତୃବୃନ୍ଦ

Sunil Chandra Nayak

Leave a Comment

error: Content is protected !!