ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୂର୍ନିତୀ ଅଭିଯୋଗରେ ତିରିଂ ଲ୍ୟାମ୍ପ ଘେରିଲେ ଚାଷି

ମୟୂରଭଞ୍ଜ:- (ମସିହା) ମୟୁରଭଞ୍ଜ ଜିଲ୍ଲା ତିରିଂ’ ତହସିଲ୍ ଅନ୍ତର୍ଗତ ତିରିଂ’ ଲ୍ୟାମ୍ପ କାର୍ଯ୍ୟାଳୟରେ ବିଭିନ୍ନ ଗ୍ରାମର ଅସନ୍ତୁଷ୍ଟ ଚାଷି ଏକତ୍ରୀତ ହୋଇ ତିରିଂ’ ଲ୍ୟାମ୍ପସ କାର୍ଯ୍ୟାଳୟ ଘେରାଉ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରି ତିରିଂ ବ୍ଲକ ଅଞ୍ଚଳରେ ହେଉଥିବା ମହାଦୂର୍ନୀତି ର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ତିରିଂ କୃଷକ ମହାସଂଘ ପକ୍ଷରୁ ଦାବି କରାଯାଇଛି। ଏନେଇ ବିଭାଗିୟ ଅଧିକାରୀ ଏବଂ ମୁଖ୍ୟମନ୍ତ୍ରୀ’ଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। 

     ଅଭିଯୋଗ ଅନୁସାରେ ତିରିଂ’ବ୍ଲକ ଅଞ୍ଚଳର ଚାଷିମାନେ ସମବାୟ ସମିତି ବ୍ୟାଙ୍କରୁ କୃଷି ଊଣ ନେଇଥିବାବେଳେ ସେମାନଙ୍କୁ ଋଣଖାତା ପ୍ରଦାନ କରାଯାଉନଥିବା ଅଭିଯୋଗ କରିଛନ୍ତି। ଫଳରେ ଋଣ ର ସବିଶେଷ ବିବରଣୀ ଚାଷିମାନେ ଜାଣି ପାରୁନାହାନ୍ତି। ଊଣ ନବିକରଣ (ରିନ୍ୟୁଆଲ) କରିବାକୁ ଗଲେ ଅଧିକାରୀ ମାନେ ୧୦ ରୁ ୨୦’ ପ୍ରତିଶତଶ ଟଙ୍କା (କୋମିସନ) ଲାଞ୍ଚ ମାଗୁଥିବା ନେଇ ସଙ୍ଗିନ ଅଭିଯୋଗ କରିଛନ୍ତି। କୋମିସନ/ଲାଞ୍ଚ ଟଙ୍କା ନଦେଲେ ଋଣ ପ୍ରଦାନ ନକରିବା ସହ ଉର୍ବରକ ସାର କିମ୍ବା ବିହନ ମଧ୍ୟ ଦେଉ ନାହାନ୍ତି। ତିରିଂ’ ସମବାୟ ସମିତି (ଲ୍ୟାମ୍ପସ) ଏମଡି କ୍ଷୀରୋଦ ଚନ୍ଦ୍ର ଧଳ ଓ ବିଆଇସି ମୋହନ ଚରଣ ଲୋହାର ଭାଗବଣ୍ଟା କରି ଚାଷି’ଙ୍କ ଋଣ ଖାତା ନିଜ ପାଖରେ ରଖିଛନ୍ତି। ବିଆଇସି ମୋହନ ଚରଣ ଲୋହାର ଉକ୍ତ ଖାତା ଧାରକ ଚାଷିଙ୍କ ଠାରୁ ୨୦’ ପ୍ରତିଶତ ତଥା ଏମଡି କ୍ଷୀରୋଦ ଚନ୍ଦ୍ର ଧଳ ୧୦’ ପ୍ରତିଶତ କୋମିସନ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। କୋମିସନ ଟଙ୍କା ମାଗିବା ପାଇଁ ତାଙ୍କ ଆନୁଗତ୍ୟ ପ୍ରଦୀପ ନାମକ ଯୁବକକୁ ପଠାଇଥାନ୍ତି। କୋମିସନ ଟଙ୍କା ନଦେଲେ ଲ୍ୟାମ୍ପ ରୁ ଖାତା କାଟି ଦିଆଯିବା ଏବଂ ଉର୍ବରକ ସାର କିମ୍ବା ବିହନ ଦିଆଯିବ ନାହିଁ ବୋଲି ଧମକ ଦିଆଯାଇ କୋମିସନ ଟଙ୍କା ଦିଆଯିବାକୁ ଗୁଣ୍ଡାଗର୍ଦ୍ଦି ପୂର୍ବକ ବାଧ୍ୟ କରାଯାଉଛି। ଋଣଖାତା ମାଗିଲେ ମଧ୍ୟ ଦିଆଯାଉ ନାହିଁ। ଚାଷିମାନେ ବ୍ୟାଙ୍କ ଗଲାପରେ ତାଙ୍କ ନାମରେ ୬୦’ ରୁ ୭୦` ହଜାର ଟଙ୍କା ଋଣ ଥିବା ଜାଣିବାକୁ ପାଇଥିଲେ। ତେବେ ଚାଷିମାନେ ୧୦’ ହଜାର ଟଙ୍କାରୁ ଅଧିକ ଋଣ ନେଇ ନଥିବା ଅଭିଯୋଗ କରିଛନ୍ତି। ତାଙ୍କ ନାମରେ ଥିବା ଅତ୍ୟଧିକ ଋଣ ଟଙ୍କା ବିଷୟରେ ପଚାରି ବୁଝିଲେ ଦୂର୍ବବ୍ୟବହାର କରି ଲ୍ୟାମ୍ପ ରୁ ତଡି ଦିଆଯାଉଛି ବୋଲି ଅଭିଯୋଗ ହୋଇଛି।

   ଏନେଇ ଏମସିସି ବ୍ୟାଙ୍କ ପ୍ରବନ୍ଧକ’ଙ୍କ ଠାରେ ଅଭିଯୋଗ କରାଯାଇଥିଲେ ସୁଦ୍ଧା କୌଣସି ଲାଭ ହୋଇନଥିଲା। ଫଳରେ ଏମସିସି ବ୍ୟାଙ୍କ ପ୍ରବନ୍ଧକ ବହଳଦା, ଏମସିସି ବ୍ୟାଙ୍କ ମୁଖ୍ୟ ବାରିପଦା, ଏଆରସିସି ରାଇରଙ୍ଗପୁର, ଡିଆରସିସି ବାରିପଦା, ମୟୁରଭଞ୍ଜ ଜିଲ୍ଲାପାଳ, ମାନନୀୟ ମୁଖ୍ୟମନ୍ତ୍ରୀ ଓଡିଶା ଏବଂ ୫’ଟି ସଚିବ ତଥା କୋଅପରେସନ ବ୍ୟାଙ୍କ ମନ୍ତ୍ରାଳୟ ଓଡିଶା’ଙ୍କ ଉଦ୍ଧେଶ୍ୟରେ ସପ୍ତାହେ ପୂର୍ବରୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ନ୍ୟାୟ ପ୍ରଦାନ କରାଯିବା ତଥା ତିରିଂ ଲ୍ୟାମ୍ପ ଏମଡି ଓ ବିଆଇସି’ଙ୍କୁ ତୁରନ୍ତ ଅନ୍ୟତ୍ର ବଦଳୀ କରାଯିବାକୁ ଦାବି ଜଣାଇଛନ୍ତି। ନଚେତ ଚାଷିଗଣ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦିଆଯାଇଛି। ତେବେ ଉକ୍ତ ଦାବିପତ୍ର ପ୍ରଦାନର ସପ୍ତାହେକାଳ ବିତିଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଆଜି କୃଷକ ଗୁରୁବା ସୋରେନ୍, ବିକ୍ରମାଦିତ୍ୟ ମହାନ୍ତ, ବିଶେଶ୍ବର ମହାନ୍ତ ତଥା ରବିନ୍ଦ୍ର ମହାନ୍ତ’ଙ୍କ ନେତୃତ୍ବରେ ଶତାଧିକ କୃଷକ ତିରିଂ’ ଲ୍ୟାମ୍ପ କାର୍ଯ୍ୟାଳୟ ଘେରାଉ କରିବାସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଉ ତେବେ ଏନେଇ ତିରିଂ ଲ୍ୟାମ୍ପ ଏମଡି କ୍ଷୀରୋଦ ଚନ୍ଦ୍ର ଧଳ’ଙ୍କ ମତାମତ ନିଆଯାଇଥିବା ବେଳେ ଏସବୁ ଅଭିଯୋଗ ଭିତ୍ତିହୀନ ବୋଲି ଦର୍ଶାଇଥିଲେ। କୌଣସି ଚାଷି ଋଣ ଖାତା ନେବାକୁ କାର୍ଯ୍ୟାଳୟକୁ ଆସି ନାହାନ୍ତି ଏବଂ କାହାରିକୁ ଦୁର୍ବ୍ୟବହାର କରାଯାଇନାହିଁ ବୋଲି କହିଥିଲେ। ଯଦି ସେପରି କିଛି ଘଟଣା ଘଟିଥିବ ତାହେଲେ ସେସବୁ କାର୍ଯ୍ୟାଳୟର ସିସିଟିଭି ଫୁଟେଜ୍ ରେ ମହଜୁଦ୍ ରହିଥିବ ବୋଲି ସ୍ପଷ୍ଟିକରଣ ଦେଇଥିଲେ। ତେବେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ବିକ୍ଷୋଭ ପ୍ରଦର୍ଶନ ବେଳେ ତିରିଂ’ଥାନା ଅଧିକାରୀ ଭାଷ୍କର ପ୍ରଧାନ ପୋଲିସ୍ ବଳ ସହ ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବିଭାଗୀୟ ସମ୍ବନ୍ଧୀୟ ସ୍ଥାୟୀ କମିଟି-୭ ର ସଦସ୍ୟ ରୂପେ ବିଧାୟକ ଦୁର୍ଗା ଚରଣ ତନ୍ତୀ ମନୋନୀତ ହୋଇ ଥିବାରୁ ଜିଲ୍ଲା ତରଫରୁ ସ୍ଵାଗତ ଓ ଅଭିନନ୍ଦନ

masiha

ବର୍ଷାର ଅପେକ୍ଷାରେ ପଡୁଚାଷ କରୁଥିବା ଚାଷୀ 

masiha

Odisha Forest Department Sets Monthly Foot Patrolling Targets for Field Staff

Sunil Chandra Nayak

Leave a Comment

error: Content is protected !!