ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାନୀୟ ଜଳ ସମାଧାନ ପାଇଁ ଦାବି ନଚେତ ଆନ୍ଦୋଳନ

ରାଉରକେଲା/ ଆଗକୁ ଗ୍ରୀଷ୍ମଋତୁ ଆସୁଛି । ବର୍ତ୍ତମାନ ଫେବୃୟାରୀ ମାସର ଖରାକୁ ଦେଖିଲେ ସ୍ପଷ୍ଟ ଭାବେ ଅନୁମେୟ କରିହେବ ଯେ ଆଗକୁ ସ୍ଥିତି ସଂଗୀନ ହେବ । ବ୍ୟାପକ ବୃକ୍ଷ କଟିବା ସାଙ୍ଗକୁ କଳକାରଖାନାର ବୃଦ୍ଧି ଗ୍ରୀନ ହାଉସ୍‍ର ପ୍ରଭାବ କୁ ବୃଦ୍ଧି କରିବା ସହ ପୃଥିବୀର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏ ନେଇ ସାଧାରଣ ଜନତା ସଚେତନ ହେବା ସହ ବ୍ୟାପକ ବୃକ୍ଷ ରୋପଣ କରିବା ଉଚିତ। ଏନେଇ କଂଗ୍ରେସ ନେତା ପ୍ରଶାନ୍ତ ସେଠୀ ଙ୍କ ଦ୍ଵାରା ଆହୁତ ସାମ୍ବାଦିକ ସମ୍ମିଳନୀ ରେ କହିଥିଲେ ଯେ ମୁଁ ଜଣେ ବ୍ୟକ୍ତି ବିଶେଷ ଓ ସରକାର ଏକ ବ୍ୟବସ୍ଥା। ବସ୍ତି ଅଭିଯାନ ରେ ସେ ପ୍ରାୟ ୧୭୦ ବସ୍ତିରେ ବୁଲିବା ପରେ ଅଧିକାଂଶ ସମସ୍ୟା ବସ୍ତି ବାସିନ୍ଦା ତାଙ୍କୁ ଜଣାଇଥାନ୍ତି । ସେଥିମଧ୍ୟରୁ ପ୍ରାୟ ୫୦ ରୁ ୬୦ ପ୍ରତିଶତ ବସ୍ତିରେ ଏବେ ବି ପାଣି ସମସ୍ୟା ରହିଛି । କେତେକ ବସ୍ତିରେ ପାଣି ପାଇଁ ପାଇପ୍‍ ବିଛା କାର୍ଯ୍ୟ ସରିଥିଲେ ମଧ୍ୟ ମୁଖ୍ୟ ଜଳସ୍ରୋତ ସହ ସଂଯୋଗ ହୋଇନାହିଁ । କେତେକ ବସ୍ତିରେ ଏପର୍ଯ୍ୟନ୍ତ ପାଇପ୍‍ ବିଛା କାର୍ଯ୍ୟ ହୋଇନାହିଁ । ସାଧାରଣତଃ ବସ୍ତି ବାସିନ୍ଦା ପିଇବା ପାଣି ପାଇଁ ନଳକୂପ ଉପରେ ନିର୍ଭରଶୀଳ ଓ କେତେ ସ୍ଥାନରେ ଆର୍‍.ଏସ୍‍.ପି. ପକ୍ଷରୁ ପାଣି ପାଇପ୍ ବ୍ୟବସ୍ଥା କରାଯାଇଛି । ମାତ୍ର ଗ୍ରୀଷ୍ମ ଋତୁ ଆସିଲେ ପାଣିର ଉତ୍ସ କମିବା ସହ ଅନେକ ନଳକୂପ ଅଚଳ ହୋଇପଡ଼ିଥାଏ । ନଦୀରେ ଜଳ ଉତ୍ସ ହ୍ରାସ ପାଇବା ସହ ପାଣି ପ୍ରବାହ ମଧ୍ୟ କମିଥାଏ । ତେଣୁ ଏହି ସମୟରେ ପାନୀୟ ଜଳ ସମସ୍ୟା ପ୍ରାୟ ଦେଖାଦେଇଥାଏ । ବସ୍ତି ବାସିନ୍ଦାକୁ ଗ୍ରୀଷ୍ଣ ଋତୁ ପୂର୍ବରୁ ସମସ୍ତ ବସ୍ତି ଅଞ୍ଚଳରେ ପାନୀୟ ଜଳ ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ବିଭାଗୀୟ ପି.ଏଚ.ଡ଼ି ନିର୍ବାହୀ ଯନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ନଚେତ୍ ଆସନ୍ତା ୧୫ ଦିନ ମଧ୍ୟରେ ଏହି ପାଣି ଯୋଗାଣ ବ୍ୟବସ୍ଥା ସଠିକ୍‍ ନ ହେଲେ ଆଗାମୀ ଦିନରେ ସମସ୍ତ ବସ୍ତି ବାସିନ୍ଦାଙ୍କୁ ନେଇ କାର୍ଯ୍ୟାଳୟ ଘେରାଓ କରିବା ସହ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ୱନ ପାଇଁ ବାଧ୍ୟ ହେବୁ ବୋଲି ଶ୍ରୀ ସେଠୀ କହିଥିଲେ । ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସଭାପତି ଦେବବ୍ରତ ବିହାରୀ, ଉପସଭାପତି ଉମେଶ ଚନ୍ଦ୍ର ଶରଣ,ପିସିସି ସଭ୍ୟା ପ୍ରଭାତୀ ମିଶ୍ର, ଉପସଭାପତି ସନ୍ତୋଷ ବିଶ୍ବାଳ,ସରୋଜ ଲେଙ୍କା, ପିସିସି ସଦସ୍ୟା ତୁଳସୀ ନାଗ,ଲତା ନାୟକ ଓ ରାଜ୍ୟ ସୋସିଆଲ ମିଡ଼ିଆ ସମ୍ପାଦକ ବିଶ୍ବ ରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ପରିବେଶ ସୁରକ୍ଷା ପାଇଁ କନ୍ୟାକୁମାରୀ ରୁ ଭୋପାଳ ସାଇକଲ ଯାତ୍ରା

Sunil Chandra Nayak

ଧର୍ମଗଡ ଠାରେ ବ୍ଳକ ସ୍ତରୀୟ ଆମ୍ବେଦକର ଜୟନ୍ତୀ

masiha

ନୂଆଗାଁ ରେ ପଣ୍ଡା ପରିବାରରେ ଅଭିନବ ନୂଆଁଖାଇ ଭୋଜିଭାତ ସହ କ୍ରୀଡା ପ୍ରତିଯୋଗୀତା 

masiha

Leave a Comment

error: Content is protected !!